ମହାରାଷ୍ଟ୍ର – ଟ୍ରେନର ଇଞ୍ଜିନ୍ ରେ ନିଆଁ ଲାଗିଲା, ସହାୟକ ଲୋକୋ ପାୟଲଟଙ୍କର ମୃତ୍ୟୁ

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସର ଇଞ୍ଜିନ୍ ରେ ନିଆଁ ଲାଗିଲା
ନୂଆଦିଲ୍ଲୀ: ୬ ମଇ (ଓଡ଼ିଆ ପୁଅ) ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସର ଇଞ୍ଜିନ୍ ରେ ଅଚାନକ ନିଆଁ ଲାଗିଯିବା କାରଣରୁ ଜଣେ ସହାୟକ ଲୋକୋ ପାୟଲଟଙ୍କର ମୃତ୍ୟୁ ହୋଇଯାଇଛି। ଘଟଣା ୱାର୍ଧା ନିକଟରେ ହୋଇଛି। ରବିବାର ସଂଧ୍ୟାରେ ଏହି ଘଟଣା ଘଟିଛି।

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ୱାର୍ଧା ସ୍ଥିତ ପୁଲଗାଁୱ ନିକଟରେ ପହଁଚିବା ପରେ ଅଚାନକ ଇଞ୍ଜିନ୍ ରେ ନିଆଁ ଲାଗିଗଲା। ନିଆଁ ରେ ନିଜକୁ ବଞ୍ଚାଇବା ପାଇଁ ସହାୟକ ଲୋକୋ ପାୟଲଟ ଟ୍ରେନରୁ ଡେଇଁ ପଡ଼ିଥିଲେ।

ଟ୍ରେନରୁ ଡେଇଁପଡ଼ିବା କାରଣରୁ ସହାୟକ ଲୋକୋ ପାୟଲଟ ଏସ.କେ. ବିଶ୍ଵକର୍ମା ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସେଂଟ୍ରାଲ ରେଲୱେ ନାଗପୁର ରେଲୱେ ଡିଭିଜନର ଆସିଷ୍ଟାଣ୍ଟ କମର୍ସିଆଲ ମ୍ୟାନେଜର ଏସଜି ରାଓଙ୍କ ମୁତାବକ, ‘ଇଞ୍ଜିନ୍ ରେ ନିଆଁ ଲାଗିଯିବା କାରଣରୁ ଟ୍ରେନ ଟାଲନୀ ଏବଂ ଧମନଗାଁ ମଧ୍ୟରେ ରହିଗଲା। ଟ୍ରେନକୁ ରୋକିବା ପାଇଁ ଏସକେ ବିଶ୍ଵକର୍ମା ଏବଂ ଲୋକୋ ପାୟଲଟ ଡିଏଲ ବ୍ରାହ୍ମେ ଏମରଜେନ୍ସି ବ୍ରେକ ଲଗାଇଥିଲେ। ନିଆଁ ବୁଝାଇବାର ୟନ୍ତ୍ର ନିଆଁ ବୁଝାଇବାକୁ ଚେଷ୍ଟା କରିବା ସମୟରେ ବିଶ୍ଵକର୍ମା ନିଜର ଜୀବନ ହାରିଦେଇଛନ୍ତି।’

ସେ କହିଛନ୍ତି କି ଏହି ଘଟଣାରେ ବ୍ରାହ୍ମେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡକ୍ଟର କହିଛନ୍ତିଯେ, ସେ ଏବେ ବିପଦ ମୁକ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *