ଜିଲ୍ଲା ପରିକ୍ରମା

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

ରାଉରକେଲା ୩୦-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭଂଜଭବନ ପରିସରରେ ରାଉରକେଲା ପୂଜ୍ୟପୂଜା ପରିଷଦ ଆନୁକୁଲ୍ୟରେ ଆଧୁନିକ ଓଡ଼ିଶାର ନିର୍ମାତା ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ବୈଦନାଥ ଦାସ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡିର ଗଜପତି କଲ୍ୟାଣୀ ଦେବୀ ଯୋଗ ଦେଇ ପ୍ରଦୀପ ଜାଳି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ କହିଲେଯେ, ଓଡ଼ିଶାର ବିକାଶ ପାଇଁ ଗଜପତିଙ୍କ ଭୂମିକା ଅତୁଳନୀୟ ଥିଲା। ଓଡ଼ିଆ ଭାଷା, ସଂସ୍କୃତିର ସ୍ୱାଭିମାନ ବଜାୟ ରଖିବା ପାଇଁ ସେ ଚେଷ୍ଟିତ ଥିଲେ। ଉତ୍କଳର ବରପୁତ୍ର ମାନଙ୍କୁ ଗଜପତିଙ୍କ ସହଯୋଗ ସର୍ବଦା ରହୁଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆରଏସପିର କାର୍ମିକ ନିର୍ଦ୍ଦେଶକ ପ୍ରଭାତ ପ୍ରଧାନ, ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅଜାମ୍ବର ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକାର ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟାନନ୍ଦ ବେହେରା ସକ୍ରୀୟ ଭୂମିକା ନିର୍ବାହ କରିଥିବା ବେଳେ, ଶେଷରେ ପ୍ରଶାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top