ମହାରାଜପୁର ପଞ୍ଚାୟତର ନିର୍ବାଚନୀ ମାମଲା : କୋର୍ଟରେ ଖାରଜ

ବାହାନଗା/ବଲେଶ୍ୱର/୦୪/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ରେମୁଣା ବ୍ଲକ ମହାରାଜପୁର ପଞ୍ଚାୟତର ସରପଞ୍ଚ ନିର୍ବାଚନକୁ ନେଇ ପରାଜିତ ସରପଞ୍ଚ ପ୍ରାର୍ଥୀନିଙ୍କ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ମାନ୍ୟବର ବାଲେଶ୍ୱର ସିଭିଲ ଜଜକୋର୍ଟରେ ମାମଲାକୁ ଖାରଜ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ୧୯/୦୨/୨୦୧୭ମସିହାରେ ମହାରାଜପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ସୁହାସିନୀ ଲେଙ୍କା ୧୩୧୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଲତିକା ପାଣି ୧୨୯୬ ଖଣ୍ଡ ଭୋଟ ପାଇ ୨୨ ଖଣ୍ଡ ଭୋଟରେ ପରାଜୟ ବରଣ କରିଥିଲେ। ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥିନୀ ଶ୍ରୀମତୀ ପାଣି ବାଲେଶ୍ୱର ସିଭିଲ କୋର୍ଟରେ ପୁନଃଗଣତି ନିମନ୍ତେ ୨୮/୨୦୧୭ନଂରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଶ୍ରୀମତୀ ପାଣି ସରପଞ୍ଚ ସୁହାସିନୀ ଲେଙ୍କା, ନିର୍ବାଚନ ଅଧିକାରୀ ତଥା ରେମୁଣା ବିଡ଼ିଓ ଓ ବାଲେଶ୍ୱର ଜିଲ୍ଲା ପାଳଙ୍କୁ ପକ୍ଷଭୂକ୍ତ କରିଥିଲେ। କିନ୍ତୁ ମାମଲା ରୁଜୁକାରୀ ତଥା ତାଙ୍କ ପ୍ରତିନିଧିଙ୍କ ତରଫରୁ ମାମଲାର ଅଗ୍ରଗତି ନିମନ୍ତେ କୌଣସି ଆଗ୍ରହ ଦେଖାଇ ନଥିଲେ। ଫଳରେ ବାଧ୍ୟ ହୋଇ ମାନ୍ୟବର ସିଭିଲ ଜଜ ମାମଲାରେ ଆବେଦନ କାରୀଙ୍କ ତରଫରୁ କୌଣସି ସାକ୍ଷୀ ଉପସ୍ଥାପନ କରାଯାଇନଥିବାରୁ ମାମଲାଟିକୁ ଖାରଜ କରିଥିଲେ। କୋର୍ଟଙ୍କ ଫଳାଫଳ ନେଇ ସରପଞ୍ଚସୁହାସିନୀ ଲେଙ୍କା ଧର୍ମର ବିଜୟ ହୋଇଛି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *