ମହାବୀର ଷ୍ଟଡ଼ି ସର୍କଲର ୫ମ ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୮/୦୫(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳମାଧବ ପଞ୍ଚାୟତ ରେ ଥିବା ମହାବୀର ଷ୍ଟଡ଼ି ସର୍କଲର ୫ମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଧର୍ମାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବର୍ତ୍ତୀ କଲେଜର ଅଧ୍ୟକ୍ଷ ଶୁକାନ୍ତ କୁମାର ମହାନ୍ତି, ମୁଖ୍ୟବକ୍ତାଭାବେ ଏସଭିଏମ୍ ନୋଡ଼ାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ଦାସ, ସମ୍ମାନୀତ ଅତିଥିଭାବେ ମା ମଙ୍ଗଳା ଉଚ୍ଚବିଦ୍ୟାଳୟ ଶିକ୍ଷକ ଦେବେନ୍ଦ୍ର କୁମାର ମହାପାତ୍ର, ଜବାହାର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା କୁମାରୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ମହାବୀରଙ୍କ ଫଟୋଚିତ୍ରରେ ପ୍ରଦ୍ୱୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ନରେଶ ଚନ୍ଦ୍ର ତ୍ରୀପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ହେବ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠାତା କଣ୍ଡୁରୀ ଚରଣ ଦାସଙ୍କ ଉଦ୍ୟମରେ ଗଢ଼ିଉଠିଥିବା ଏହି ଷ୍ଟଡ଼ିସର୍କଲର ଅନେକ୍ ଛାତ୍ରଛାତ୍ରୀ ବେଶ୍ କୃତିତ୍ୱ ଅର୍ଜନ କରିଥିବାରୁ ଉପସ୍ଥିତ ଅତିଥିମାନେ ଶ୍ରୀଯୁକ୍ତ ଦାସଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶ୍ରୀ ଦାସ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବିକାଶ ପାଇଁ ଉଦ୍ୟମ ଜାରି ରଖିବେବୋଲି କହିଥିଲେ। ଏହି ଷ୍ଟଡ଼ି ସର୍କଲର ବିଭିନ୍ନ ପର୍ବପର୍ବାଣୀ, ସ୍ମରଣୀୟ ଦିବସ ପାଳନ କରାଯିତବା ସହିତ ନାଚ ଗୀତ ଖେଳକୁଦର ବିକାଶ ଦିଗରେ ପ୍ରତିଷ୍ଠାତାଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଗୁରୁତ୍ୱ ଦେଇଥାଆନ୍ତି। ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଶତକଡ଼ା ୮୦ଭାଗ ନମ୍ବର ରଖିଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ବିଶ୍ୱାଳଙ୍କୁ ଷ୍ଟଡ଼ି ସର୍କଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରିକେଟ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଷ୍ଟଡ଼ି ସର୍କଲର ଛାତ୍ରଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତି ନାଟ୍ୟ “ଶ୍ରୀ ଜଗନ୍ନାଥ“ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଷ୍ଟଡ଼ିସର୍କଲର ଅଧ୍ୟକ୍ଷ ଅଚ୍ୟୁତାନନ୍ଦ ଦାସ, ବରଦାପ୍ରସନ୍ନ ନନ୍ଦ, ରାକେଶ ନାଥ, ସରୋଜ କୁମାର ବେହେରା, ପବିତ୍ର ମୋହନ ପାଲ, ବିବେକାନନ୍ଦ ଦାସ, ସନ୍ତୋଷ କୁମାର ଖୁଣ୍ଟିଆ ପ୍ରମୁଖ ସଂଯୋଜନା କରିଥିଲେ। ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଓ ଛାତ୍ରଅଭିଭାବକମାନେ ଏହି କାର୍ଯକ୍ରମରେ ଯୋଗଦେଇଥି!ବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *