ଜିଲ୍ଲା ପରିକ୍ରମା

ମହାବିନାୟକ ବିଦ୍ୟାୟନରେ ବିଜ୍ଞାନ କର୍ମଶାଳା

ଯାଜପୁର, (ଓଡିଆ ପୁଅ/ମାନସ ରାଉତ) ବଡଚଣା ମହାବିନାୟକ ବିଦ୍ୟାୟନରେ ତଫସିଲଭୁକ୍ତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଜ୍ଞାନ କର୍ମଶାଳା ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ବୈକୁଣ୍ଠନାଥ ମିଶ୍ରଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ବଡଚଣା ବ୍ଲକ ଶିକ୍ଷାଧିକାରିଣୀ ସସ୍ମିତା ସାହୁ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ନାନୋ ବିଜ୍ଞାନ ଓ ବୈଷୟିକ ଅନୁଷ୍ଠାନ ମୋହାଲିର ବୈଜ୍ଞାନିକ ପ୍ରଫେସର ଏ.କେ.ଗାଙ୍ଗୁଲି, ବୈଜ୍ଞାନିକ ଜୀବନାନନ୍ଦ ମିଶ୍ର ଓ ବୈଜ୍ଞାନିକ ଶ୍ରୀମତୀ ଜୀବନଜ୍ୟୋତି ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବୈଜ୍ଞାନିକ ତଥ୍ୟ ଓ ଉଭାବନ ଉପରେ ଆଲୋକପାତ କରିବା ସହ ପ୍ରୋଜେଟର ମାଧ୍ୟମରେ ଚିତ୍ର ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସ୍ମୃତିରଂଜନ ଆଚାର୍ଯ୍ୟ ଓ ସ୍ମିତାରାଣୀ ସ୍ୱାଇଁ ଉକ୍ତ କର୍ମଶାଳା ଆୟୋଜନ କରିଥିଲେ। ଏହି କର୍ମଶାଳାରେ ଅନାମଚନ୍ଦ୍ର ପୃଷ୍ଟି, ଗଗନ ବାରିକ, ସୁକାନ୍ତି ପଟ୍ଟନାୟକ, ରୀତାରାଣୀ ସାହୁ, ସାଇଦା ଅଖତାର, ରସ୍ମିତା ସେଠୀ, ମନସ୍ୱିନୀ ମଲିକ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ସମସ୍ତ କର୍ମ·ରୀ ମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top