ଜିଲ୍ଲା ପରିକ୍ରମା

ମହାବିନାୟକ ପୀଠରେ ସାମ୍ବାଦିକମାନଙ୍କ ସମାବେଶ: ଜିଲ୍ଲାପାଳଙ୍କ ଅସୌଜନ୍ୟ ବ୍ୟବହାରକୁ ନେଇ ନିନ୍ଦା

ଯାଜପୁର, ୮/୬ (ଓଡ଼ିଆ ପୁଅ/ମାନସ ରାଉତ) -କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ଯାଜପୁର ଜିଲା ପ୍ରଶାସନର ଅସୌଜନ୍ୟ ବ୍ୟବହାର ଓ ହେୟ ମନୋଭାବ ପ୍ରତିବାଦରେ ଶୁକ୍ରବାର ଦିନ ଚଣ୍ଡିଖୋଲ ନିକଟ ମହାବିନାୟକ ପୀଠରେ ଜିଲାର ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ପ୍ରତିବାଦ କରିବା ସହ ଜିଲା ପ୍ରଶାସନଙ୍କ ମୁଖ୍ୟ ଜିଲାପାଳଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି। ଗୁରୁବାର ଦିନ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରୁ ଜିଲାର ବହୁ ବରିଷ୍ଠ ଓ ପୁରୁଖା ସାମ୍ବାଦିକ ବଞ୍ଚିତ ହୋଇଥିବା ନେଇ ସାମ୍ବାଦିକ ମାନେ ଜିଲାପାଳଙ୍କୁ ଭେଟିବାକୁ ଯାଇଥିଲା ବେଳେ ଜିଲାପାଳ ସାମ୍ବାଦିକ ମାନଙ୍କୁ ଅସୌଜନ୍ୟ ବ୍ୟବାହର କରି ସେମାନଙ୍କ ସହ ଆଲୋଚନା ନକରି ହଠାତ ଗାଡିରେ ବସି ଚାଲିଯିବା ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ମନରେ ଗଭୀର ଆଘାତ ଲାଗିଥିଲା। ଯାହାକୁ ନେଇ ମହାବିନାୟକ ପୀଠରେ ଆଜି ସ୍ୱତସ୍ଫୃତ ଭାବରେ ସମଗ୍ର ଜିଲାରୁ ଶତାଧିକ ସାମ୍ବାଦିକ ଏକାଠି ହୋଇଥିଲେ। ବରିଷ୍ଠ ସାମ୍ବାଦିକ ବଟକୃଷ୍ଣ ପରିଡାଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଗତ ୭ ତାରିଖରେ ଜିଲ୍ଲାପାଳଙ୍କ ପକ୍ଷରୁ ଯେଉଁ ପ୍ରକାର ବ୍ୟବହାର ପ୍ରଦର୍ଶନ କରାଯାଇଛି ତାହା କଟା ଘାରେ ଚୂନ ସଦୃଶ ହୋଇଥିବା ସାମ୍ବାଦିକ ମାନନେ କ୍ଷୋଭର ସହ ମତ ପ୍ରକାଶ କରି ନିନ୍ଦା ପ୍ରସ୍ତାବ ଗୃହିତ ହୋଇଥିଲା। ତେବେ ଉପଜୁଥିବା ସମସ୍ୟା ନେଇ ଜିଲ୍ଳାପାଳଙ୍କ ପକ୍ଷରୁ ଆଲୋଚନା ପାଇଁ ଆସିଥିବା ପ୍ରସ୍ତାବକୁ ଭିତିକରି ଜିଲାର ପ୍ରମୁଖ ସାମ୍ବାଦିକମାନେ ସୋମାବର ଦିନ ଜିଲାପାଳଙ୍କ ସହ ଆଲୋଚନା କରିବା ପାଇଁ ନିଷ୍ପତି ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ କାମ କରୁଥିବା ଶତାଧିକ ସାମ୍ବାଦିକ ଓ ବିଭିନ୍ନ ପ୍ରେସ କ୍ଳବ୍ର କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ। ଏଥିରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ସମାଜ ପ୍ରତିନିଧି ସଂଘର ରାଜ୍ୟ ସଭାପତି ମହେଶ୍ୱର ବଳ, ଜେ.ୟୁ.ଜେର ଉପଦେଷ୍ଠା କୈଳାସ ଚନ୍ଦ୍ର ନାୟକ, ସମ୍ବାଦ ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂ, ଧରିତ୍ରୀ ଜିଲ୍ଳା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା, ସୁକିନ୍ଦାର ଜୟନାରାୟଣ ମହାପାତ୍ର, ରସୁଲପୁର କୈଳାସ ଚନ୍ଦ୍ର ରାଉତ, ଯାଜପୁର ର ନିରଞ୍ଜନ ପଣ୍ଡା, କୋରେଇର ସୁବାସ ଚନ୍ଦ୍ର ଧଳ, ଚଣ୍ଡିଖୋଲର ପ୍ରଦୀପ୍ତ କୁମାର ପରିଡ଼ା, ବାଲିଚନ୍ଦ୍ରପୁରର ପ୍ରକାଶ ଚନ୍ଦ୍ର ସାମଲ, ଧର୍ମଶଳାର ପୂର୍ଣ୍ଣଚନ୍ଦ୍ର ଶତପଥୀ, ବିଝାରପୁରର ମହେଶ୍ୱର ଜେନା, ବିମଳ ଚନ୍ଦ୍ର ପତି, ଭକ୍ତ ଚରଣ ସାହୁ, ସତ୍ୟଜିତ ଦାସ, ଅବିନେଶ୍ୱର ଶତପଥୀ, ଚନ୍ଦ୍ରମଣୀ ପାତ୍ର, ପ୍ରଦୀପ୍ତ କୁମାର ପୃଷ୍ଟି, ମୋହନ ଖିଲାର, ମନମୋହନ ରାଉତ, ଓୟୁଜେ ରାଜ୍ୟ ଉପସଭାପତି ରାଜୀବ ଲୋଚନ ମହାନ୍ତି, ଆଦିତ୍ୟ ମେକାପ, ଅନିରୁଦ୍ଧ ସାମନ୍ତରାୟ, ସମରେନ୍ଦ୍ର ମାହାଲା, ବସନ୍ତ କୁମାର ପଲେଇ, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସାମ୍ବାଦିକମାନଙ୍କ ସମସ୍ୟା ଦୂରିକରଣ ଓ ସାଙ୍ଗଠନିକ ପ୍ରକ୍ରିୟାକୁ ଗତିଶୀଳ କରିବାକୁ ମହେଶ୍ୱର ବଳ, ବେଣୁଧର ପଣ୍ଡା, କୈଳାସ ଚନ୍ଦ୍ର ନାୟକ, ସଂଗ୍ରାମ ସିଂ, ହ୍ରର୍ଷବର୍ଦ୍ଧନ ବେହେରା, ପ୍ରଦୀପ୍ତ କୁମାର ପରିଡ଼ା, ପୁର୍ଣ୍ଣଚନ୍ଦ୍ର ଶତପଥୀଙ୍କୁ ନେଇ ଏକ କମିଟି ଗଠିତ ହୋଇଥିଲା। ୧୫ ଦିନ ମଧ୍ୟରେ ସ୍ୱାସ୍ଥ୍ୟବୀମାରୁ ବଞ୍ଚିତ ସାମ୍ବାଦିକମାନଙ୍କୁ ତାଲିକାରେ ସାମିଲ କରାଯିବା ସହ ଏହି ଅସଙ୍ଗତି ପାଇଁ ଦାୟୀ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ପାଇଁ ବୈଠକରେ ଦାବି କରାଯାଇଥିଲା। ଶେଷରେ ଅଖିଳ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top