ମହାବିନାୟକ ପୀଠରେ ଅସାମାଜିକ ଦୁବୁର୍ତ୍ତଙ୍କ ଦୌରାତ୍ମ୍ୟ : ପୋଲିସ ବାହିନୀ ଆହାତ

ଯାଜପୁର-୧/୧(ଓଡିଆ ପୁଅ/ଏ.ରାଉତ) ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମହାବିନାୟକ ଠାରେ ଗତ ରବିବାର ଅସାମଜିକ ଲୋକମାନଙ୍କ ଦୌରାତ୍ମ୍ୟ ରୋକିବାକୁ ଯାଇ ପୋଲିସ ବାହିନୀ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ଏହି ପୀଠରେ ନବବର୍ଷ ପୂର୍ବଦିନ ରବିବାର ଥିବାରୁ ପର୍ଯ୍ୟଟକ ମାନଙ୍କ ବ୍ୟାପକ ଭିଡ ହୋଇଥିଲା। ବଡଚଣା ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ବାହିନୀଙ୍କୁ ମୁତୟନ କରାଯାଇଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ଜଣେ ଯୁବକ ଏହି ପୀଠ ମଧ୍ୟକୁ ବାରମ୍ବାର ବୁଲେଟ ମଟର ସାଇକେଲ ଧରି ଅନଧିକାର ପଶିବାରୁ ସେଠାରେ ଟ୍ରାଫୀକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ସନ୍ଦେହ କରି ଅଟକାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ପାଟିତୁଣ୍ଡ କରିବାରୁ ତାର ଅନ୍ୟ ସାଥୀମାନେ ଘଟଣା ସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଏବଂ ପୋଲିସମାନଙ୍କ ଉପରେ ହାମଲା ଆରମ୍ଭ କରିଥିଲେ। ଏହି ଘଟଣାରେ ସେମାନଙ୍କ ଆକ୍ରମଣର ମହିଳା କନେଷ୍ଟବଳ ବିଳାସିନୀ ନାୟକ, ରସ୍ମିତା ତରେଇ, ହାବିଲଦାର କାହ୍ନୁଚରଣ ମହାରଣା, କନେଷ୍ଟବଳ ଚନ୍ଦନ ପ୍ରତାପ ଓ ହୋମ ଗାର୍ଡ କଳାକାର ମଲିକ ଆହାତ ହୋଇଥିଲେ। ଫଳରେ ବିଳାସିନୀ ଗୁରୁତର ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ଘଟଣା ସ୍ଥଳରେ ପଡିବାରୁ ତାଙ୍କୁ ବଡଚଣା ଡାକ୍ତରଖାନାକୁ ଅଣାଯାଇଥିଲା। ଖବର ପାଇ ଅନ୍ୟ ପୋଲିସ ମାନେ ଘଟଣା ସ୍ଥଳରେ ପହଂଚି ଅନ୍ୟ ପୋଲିସ ମାନଙ୍କୁ ଉଦ୍ଧାର କରିବା ସଙ୍ଗେ ଘଟଣା ସ୍ଥଳରୁ ଯୁବକ ବ୍ୟବହାର କରିଥିବା ନମ୍ବର ବିହୀନ ଏକ ବୁଲେଟ ମଟର ସାଇକେଲକୁ ଜବତ କରିଛି। ଅତିରିକ୍ତ ଏସ.ପି. ଗୋପାଳ କୃଷ୍ଣ ପଟ୍ଟାନାୟକ ଡାକ୍ତରଖାନାରେ ପହଂଚି ବିଳାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି। ଯୁବକମାନେ ସ୍ଥାନୀୟ ଅଂଚଳର ବୋଲି ପୋଲିସ ଚିହ୍ନଟ କରି ସେମାନଙ୍କୁ ଖୋଜାଖୋଜି କରୁଥିବା ଖବର ମିଳିଛି। ବଡଚଣା ଥାନା ସବ ଇନିସିପେକ୍ଟର ଅନୀତା ସାହୁ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *