ମହାପ୍ରଭୁ ସୁସ୍ଥହେଲେ ଗଜପତିଙ୍କୁ ଜଣାଇଲେ ଦଇତାପତି

ପୁରୀ:୧୦/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅଣସରରେ ଜ୍ୱରରୋଗରେ ପଡ଼ିଥିବା ମହାପ୍ରଭୁ ଏବେ ପୁର୍ଣ୍ଣ ସୁସ୍ଥ ଏକାଦେଶୀ ତିଥୀରେ ଶ୍ରୀମନ୍ଦିରରେ ଖଳି ଲାଗି ଫଳିଲାଗି ପରେ ମହାପ୍ରଭୁଙ୍କୁ ନାଲ ବସ୍ତ ଅର୍ପଣ ସହ ତୁଳସୀ ଲାଗିକରାଯାଇଥିଲା। ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତିଙ୍କୁ ଜଣାଇଛନ୍ତି ଦଇତାପତି ଓ ପତିମହାପାତ୍ର ଦ୍ୱାଦଶୀ ତିଥୀରେ ରାଜପ୍ରସାଦ ବିଜେ ନିତିରେ ଦଇତାପତିମାନେ ମହାପ୍ରଭୁଙ୍କ ସୁସ୍ଥହେବା ଖବର ଗଜପତିଙ୍କୁ ଦେଇଛିନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ପତିମହାପାତ୍ର ଓ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରସାଦକୁ ଧରି ଶ୍ରୀନଅରକୁ ଯାଇଥିଲେ। ୪ଟି ରୁପାଥାଳିରେ କରାଳ, ଚନ୍ଦନ, ପାଟଡ଼ୋରି ଓ ପଇତାକୁ ଧରି ଦଇତାପତିମାନେ ଶ୍ରୀନରକୁ ଆସିଥିଲେ। ବିଜେ କାହାଳୀ ବାଦନ ମଧ୍ୟରେ ଶୋଭାଯାତ୍ରା ଶ୍ରୀନରକୁ ଆସିବାପରେ ପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରାଯାଇଥିଲା। ରାଜଗୁରୁଙ୍କ ଉପସ୍ଥିତିରେ ପାଟଯୋଶୀ ବା ବେହେରାକରଣ ଏହି ପରିପ୍ରେକ୍ଷୀରେ ଗଜପତିଙ୍କ ଶ୍ରୀହସ୍ତ ଛୁଆ ଶାଢିକୁ ଦଇତାପତିଙ୍କ ମୁଣ୍ଡରେ ବାନ୍ଧିଥିଲେ ପରେ ଦଇତାପତିମାନେ ଆଗାମୀ ରଥଯାତ୍ରା ସମ୍ପକରେ ଜଗପତିଙ୍କ ସହ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *