ମହାପ୍ରଭୁ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୯ା ୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କ ଲୀଳାକୁ ନେଇ ରଚିତ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ମହାସମାରୋହରେ ଲୋକାର୍ପିତ ହୋଇଯାଇଛି। ଭଦ୍ରକ ଜିଲ୍ଲା କଳାକାର ସଂଘର ସଭାପତି ଉଜ୍ଜ୍ୱଳ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉସ୍ôବରେ ଜିଲ୍ଲା ସୂଚନା ଲୋକ ସଂମ୍ପର୍କ ଓ ସଂସ୍କୃତି ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଶ୍ୱର ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ସଂସ୍କୃତି ଆଧାରିତ ଏହି ପୁସ୍ତକ ବେଶ ଜନାଦୃତ ହେବ ବୋଲି କହିଥିଲେ। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ସାହିତ୍ୟ ପ୍ରେମୀଙ୍କ ମହଲରେ ଉସ୍ôବରେ ପୁସ୍ତକର ଲେଖକ ତଥା ଜଗନ୍ନାଥ ପ୍ରେମୀ ପ୍ରଶାନ୍ତ କୁମାର ଓଝା ତାଙ୍କର ଭକ୍ତି ଭାବର ଲେଖା ଗୁଡ଼ିକୁ ନେଇ ବେଶ ଭାବବିହ୍ୱଳ ପୁର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଅନ୍ୟ ସମ୍ମାନୀତ ଅତିଥିଙ୍କ ମଧ୍ୟରେ ସମାଜସେବୀ ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢୀ, ଭଦ୍ରକ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ପ୍ରଶାନ୍ତ କୁମାର ବେହେରା, ଧାମନଗର କଳାସଂସ୍କୃତି ସଂଘ ଉପସଭାପତି ତଥା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କୃତ ସୁବାଷ ଚନ୍ଦ୍ର ମଲ୍ଲିକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ହରନାରାୟଣ ଦାସ, ବରିଷ୍ଠ କର୍ମଚାରୀ ତାପସ କୁମାର ନାୟକ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ଜଗନ୍ନାଥ ପ୍ରେମୀ ମାନଙ୍କ ମଧ୍ୟରେ ଏହି ପୁସ୍ତକରେ ଜଗନ୍ନାଥଙ୍କ ଭାବ ରସରେ ରସସିକ୍ତ ୭୦ଟି ଭଜନ ବେଶ ଆଦୃତ ହେବବୋଲି ଅତିଥିମାନେ ଆଶା ପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *