ଓଡ଼ିଶା

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାପ୍ରଭୁ ସବୁ ଓଡିଆଙ୍କ ଜୀବନରେ ଆହୁରି ଉନ୍ନତି ଆଣନ୍ତୁ ଏହା ହିଁ ମୋର ମହାପ୍ରଭୁଙ୍କ ପାଖରେ କାମନା-ଧର୍ମେନ୍ଦ୍ର ପ୍ରଧାନ

– ଆଜି ହେଉଛି ସାରା ବିଶ୍ୱପାଇଁ ପବିତ୍ର ଦିବସ
– ବିଶ୍ୱର ସମସ୍ତ ନାଗରିକ ମାନଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରିର୍ବାଦ ରହୁ
– ପୁରୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ
ପୁରୀ/ଭୁବନେଶ୍ୱର, ୧୪ ଜୁଲାଇ(ଓଡ଼ିଆ ପୁଅ)-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ରଥଟଣାରେ ସାମିଲ ହୋଇ ନିଜକୁ ଜଣେ ଓଡିଆ ଭାବେ ଧନ୍ୟ ମଣିଥିଲେ। ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଦେଶବିଦେଶରୁ ଆସିଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଆଜି କେନ୍ଦ୍ରମନ୍ତ୍ରୀ ଦିନତମାମ ପୁରୀରେ ରହି ରଥଯାତ୍ରାରେ ନିଜକୁ ସାମିଲ କରିଥିଲେ।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆଜି ହେଉଛି ସାରା ବିଶ୍ୱପାଇଁ ପବିତ୍ର ଦିବସ। ବିଶ୍ୱର ସମସ୍ତ ନାଗରିକ ମାନଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରିର୍ବାଦ ରହୁ। ଏହା ସହ ଦେଶପ୍ରତି ଓ ରାଜ୍ୟପ୍ରତି ଆଶ୍ରିର୍ବାଦ ରହୁ ଏହାହିଁ ମହାପ୍ରଭୁଙ୍କ ପାଖରେ ନିବେଦନ। ମହାପ୍ରଭୁ ସବୁ ଓଡିଆଙ୍କ ଜୀବନରେ ଆହୁରି ଉନ୍ନତି ଆଣନ୍ତୁ ଏହା ହିଁ ମୋର ମହାପ୍ରଭୁଙ୍କ ପାଖରେ କାମନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ରଥଯାତ୍ରା ଅବସରରେ ପୁରୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ। ପ୍ରଥମେ ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପୁରୀକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରିଥିଲେ। ସେହିପରି ଭାରତ ବିକାଶ ପରିଷଦର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସାଦ ବଂଟନ କରିବା ସହ କ୍ରୀଡା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଆମ୍ବୁଲାନ୍ସ ସେବାକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top