ମହାପ୍ରଭୁ ଆଜି ନରେନ୍ଦ୍ର ପୁଷ୍କରିଣୀରେ ହଳଦୀ ପାଣି ଖେଳ ଆସନ୍ତାକାଲି ଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ

ପୁରୀ:୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଆଜି ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଠାକୁରଙ୍କ ହଳଦୀ ପାଣି ନୀତି ଅନୁଷ୍ଠିତ ହେଇଥିଲା। ହଳଦୀ ପାଣି ଖେଳର ପରଦିନ ଅର୍ଥାତ୍ ୯ ତାରିଖରୁ ମହାପ୍ରଭୁଙ୍କର ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ସାଧାରଣତଃ ଭଉଁରୀ ଯାତକୁ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ରୂପେ ବିଚାର କରାଯାଇଥାଏ। ପରମ୍ପରା ଅନୁଯାୟୀ, ଚନ୍ଦନ ଠାକୁରମାନେ ହଳଦୀ ପାଣି ଖେଳିବାକୁ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ନରେନ୍ଦ୍ରରେ ଦିନଚାପ ନୀତି ପରେ ଠାକୁରମାନଙ୍କ ହଳଦୀ ପାଣି ପିଚ୍ କାରୀ ଖେଳ ଅନୁଷ୍ଠିତ ହେବ। ପରମ୍ପରା ମୁତାବକ ଏହି ଦିନ ପ୍ରଭୁଙ୍କ ରାତି ଚାପ ଏବଂ ନୌବିହାର ହୁଏ ନାହିଁ। କେବଳ ମହାପ୍ରଭୁ ଚାପ ଛୁଁଇ ବଡ଼ଦେଉଳକୁ ଫେରିବେ। ହଳଦି ପାଣି ଖେଳ ପରେ ଚନ୍ଦନ ଠାକୁରମାନେ ଶ୍ରୀ ମନ୍ଦିରକୁ ବାହୁଡ଼ା ବିଜେ କରିବେ। ଆଜି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୪୨ ଦିନରେ ଶେଷ ହେବ ବୋଲି ଜଣାପଡ଼ିଛି। ୯ ତାରିଖରୁ ପୁର୍ନବାର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ସେବକମାନେ ମହାପ୍ରଭୁଙ୍କ ତିନି ଚାପ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କୁ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷତମାମ ବୁଡ଼ାଇ ରଖିବେ। ପୁଣି ବର୍ଷେ ପରେ ଚନ୍ଦନ ଯାତ ଆସିଲେ ତିନି ଡଙ୍ଗା ପାଣିରୁ ବାହାରିବେ।

Leave a Reply

Your email address will not be published. Required fields are marked *