ଓଡ଼ିଶା

ମହାପ୍ରଭୁଙ୍କ ୧୦୮ ଗୀତକୁ ନେଇ ରଥ ଯାତ୍ରାରେ ପ୍ରକାଶ ପାଇବ ‘ଗୀତ ଶ୍ରୀଜଗନ୍ନାଥ’

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ଆଗାମୀ ରଥଯାତ୍ରାରେ ଶ୍ରୀ ଅଖଣ୍ଡଙ୍କ ରଚିତ ‘ଗୀତ ଶ୍ରୀଜଗନ୍ନାଥ‘ ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି। ଏଥିରେ ୧୫ଟି ଅଧ୍ୟାୟ ରହିଛି ଓ ପ୍ରତି ଅଧ୍ୟାୟରେ ୭ଟି ଲେଖାଁଏ ଗୀତ ରହିଛି। ପ୍ରଥମ ତିନିଟି ଗୀତକୁ ମିଶାଇ ମୋଟ ଶ୍ରୀଜଗନ୍ନାଥଙ୍କ ୧୦୮ ଗୀତରେ ମହାପ୍ରଭୁଙ୍କ ମହିମା ଓ ତତ୍ୱ ବର୍ଣ୍ଣନା କରାଯାଇଛି। ଜଗନ୍ନାଥ ମହାମନ୍ତ୍ର ସମିତି, ଓଡିଶା ପକ୍ଷରୁ ଡାକ୍ତର ତପନ କୁମାର ଦାଶ ଏହାର ପ୍ରକାଶକ ଅଛନ୍ତି। ପୁସ୍ତକ ପ୍ରକାଶନ ଅବସରରେ ଗୋବର୍ଧନ ପୀଠ ସ୍ଥିତ ଶ୍ରୀମଦ୍ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ସନ୍ଦେଶ ପ୍ରଦାନ କରି କହିଛନ୍ତି ଯେ, ଏହି ପୁସ୍ତକ ଶ୍ରୀ ଜଗନ୍ନାଥ ସଂସ୍କୃତି ତଥା ରାଷ୍ଟ୍ରିୟ ମାନବିନ୍ଦୁ ପ୍ରତି ଉତ୍କର୍ଷତା ଆଣିବା ପାଇଁ ଦିବ୍ୟଭାବ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇବ। ହିମାଳୟ ନିକଟ ଉତରକାଶୀରେ ଥିବା ଯୋଗ ବିଦ୍ୟା ଗୁରୁକୁଳମ୍ ପ୍ରତିଷ୍ଠାତା ସ୍ୱାମୀ ଆନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି ଯେ, ନିଜର ଚିନ୍ତା ଓ ଚେତନାକୁ ସୃଷ୍ଟିକର୍ତାଙ୍କ ସହିତ ତରଙ୍ଗାୟିତ କରିବା ହିଁ ଭକ୍ତି। ସେହି ଭକ୍ତି ଭାବନା କୌଣସି କାରଣରୁ ପ୍ରକାଶ ହେଲେ ତାହା କେତେବେଳେ ଗୁଣୁଗୁଣୁ ହୋଇ ଗୀତ ଭାବରେ ବାହାରି ଆସିଥାଏ ତ ପୁଣି କେତେବେଳେ ଭଜନ, ଜଣାଣ, ବନ୍ଦନା, ବା ସ୍ତୋତ୍ରାଦିର ରୂପ ନେଇଥାଏ। ସେହିଭଳି ଭାବେ ଶ୍ରଦ୍ଦେୟ ଶ୍ରୀ ଅଖଣ୍ଡଙ୍କ ରଚିତ ‘ଗୀତ ଶ୍ରୀଜଗନ୍ନାଥ‘ରେ ଥିବା ଗୀତଗୁଡିକ ରସାତ୍ମକ ଓ ଭକ୍ତିଭାବପୂର୍ଣ୍ଣ। ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ଜଗନ୍ନାଥ ଚେତନା ଅନୁଷ୍ଠାନର ପ୍ରତିଷ୍ଠାତା ଡା. ସଦାନନ୍ଦ ଦୀକ୍ଷିତ ଏହି ବହିଟିକୁ ସମୀକ୍ଷା କରି ଲେଖିଛନ୍ତି ଯେ, ‘ଗୀତ ଶ୍ରୀଜଗନ୍ନାଥ’ କେବଳ ଏକ ଲେଖକୀୟ ଲେଖା ନୁହେଁ, ବରଂ ଜଣେ ଭକ୍ତର ଭାବୋଚ୍ଛ୍ୱସିତ ସ୍ପନ୍ଦନ। ଶ୍ରୀଜଗନ୍ନାଥକୃପାବାରି ବର୍ଷାର ଅନ୍ୟରୂପ ହେଉଛି ‘ଗୀତ ଶ୍ରୀଜଗନ୍ନାଥ’। ଏଥିରେ ରଚିତ ସମସ୍ତ ପଦ୍ୟାବଳୀ ମହାପ୍ରଭୁଙ୍କର ନାମ ସଂକୀର୍ତନ ଗର୍ଭିତ ସୁନ୍ଦର ଶୋଭନ ସ୍ୱରୂପ ବର୍ଣିତ କାବ୍ୟ ମାଧୁରୀରେ ପରିପୂର୍ଣ୍ଣ ରସାନ୍ୱିତ, ଯାହା ସରଳ ସହଜବୋଧନ ସହିତ ପଠନୀୟ। ପ୍ରକାଶକ ଶ୍ରୀ ଦାଶ କହିଛନ୍ତି ଯେ, ‘ଗୀତ ଶ୍ରୀଜଗନ୍ନାଥ’ ଏମିତି ଏକ ଗ୍ରନ୍ଥ, ଯାହା ଜଗନ୍ନାଥଙ୍କୁ ନିଜ ପାଖକୁ ଆକର୍ଷିତ କରିପାରିବେ। ଭକ୍ତମାନେ ଏହି ଗୀତ ପଢିଲେ ସେଇ ଅନୁଭବ ପାଇପାରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top