ଜିଲ୍ଲା ପରିକ୍ରମା

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅତିରିକ୍ତ ଶ୍ରେଣୀଗୃହ ଓ ବହୁମୁଖୀ ସାଧନ କେନ୍ଦ୍ର ଆଜି ପ୍ରତିଷ୍ଠାନ ପରିସରରେ ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାକୁ ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରତିଷ୍ଠାନ ପରିସରରେ ୧୦ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏହି ନବନିର୍ମିତ ଅତିରିକ୍ତ ଶ୍ରେଣୀଗୃହ ଓ ବହୁମୁଖୀ ସାଧନ କେନ୍ଦ୍ର ପାଇଁ ୯୦ଲକ୍ଷ ଟଙ୍କାା ଖର୍ଚ୍ଚ କରାଯାଇଛି। ଦାନ ସୂତ୍ରରେ ପ୍ରତିଷ୍ଠାନ ପରିସରରେ ମହାପୁରୁଷ ସର୍ବପଲ୍ଲୀ ରାଧାକ୍ରି୍େଣନ୍, ନେତାଜୀ ସୁବାଷ ବୋଷ, ମହାତ୍ମା ଗାନ୍ଧୀ, ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରମୁଖଙ୍କ ପ୍ରତିମୂର୍ତ୍ତିଅନାବରଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅର୍ଧ୍ୟକ୍ଷ ହୃଷିକେଶ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି, ଶିକ୍ଷାବିତ୍ ରାଧାକାନ୍ତ ଦାଶ, ନିମାଇଁ ଚରଣ ସ୍ୱାଇଁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଭାକର ତ୍ରିପାଠୀଙ୍କ ସମେତ ପ୍ରତିଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top