ଓଡ଼ିଶା

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଭଙ୍ଗା ବିରୋଧରେ ପ୍ରତିବାଦ ସଭା

କେନ୍ଦ୍ରାପଡା ୧୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- ଉଗ୍ର ହିନ୍ଦୁ ମୈାଳବାଦୀ ସଙ୍ଘ ପରିବାର ପରିପୃଷ୍ଟ ବିଜେପି କେନ୍ଦ୍ରରେ କ୍ଷମତା ଅକ୍ତିଆର କରିବା ପରେ ଭାରତ ବର୍ଷର ଗଣତାନ୍ତ୍ରିକ ମୂଲ୍ୟବୋଧ,ସାମ୍ବିଧାନିକ ପ୍ରତିଷ୍ଠାନ ଓ ସହାବସ୍ଥାନ ନୀତି ଗୁଡିକ ଉପରେ କ୍ରମାଗତ ଆକ୍ରମଣ କରି ସେଗୁଡିକୁ ଦୁର୍ବଳ କରି ଚାଲିଛି । ଦେଶବାସୀଙ୍କ ମୈାଳିକ ସମସ୍ୟା ଗୁଡିକୁ ସମାଧାନ କ୍ଷେତ୍ରରେ ସାଙ୍ଘାତିକ ଭାବେ ବିଫଳ ହେବା ପରେ ଲୋକଙ୍କ ଦୃଷ୍ଟିକୁ ଅନ୍ୟ ଦିଗରେ ଆକର୍ଷିତ କରିବା ପାଇଁ ଜାତି ଧର୍ମ ନାମରେ ଲୋକମାନଙ୍କ ଭିତରେ ବିଭେଦ ସୃଷ୍ଟି କରାଯାଇ ଘୃଣା ଓ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରାଯାଉଛି । ଆଚାର,ବିଚାର ନେଇ ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି । ଦେଶର ପ୍ରତିଷ୍ଠିତ ବୁଦ୍ଧିଜିବୀମାନଙ୍କୁ ହତ୍ୟା କରାଯାଉଛି । ନିକଟରେ ବିଛିନ୍ନତାବାଦୀ ଶକ୍ତି ମାନଙ୍କ ସହାୟତାରେ ତ୍ରିପୁରାରେ କ୍ଷମତା ଦଖଲ କରିବାପରେ ବିଜେପି ମହାନ ସାମ୍ୟବାଦୀ ଚିନ୍ତାନାୟକ ଲେନିନଙ୍କ ସମେତ ଦେଶ ତମାମ ମହାତ୍ମାଗାନ୍ଧି,ଆମ୍ବେଦକର,ରାମସ୍ୱାମୀ ପେରିୟାର ପ୍ରମୁଖ ମହାନ ଜନନାୟକ ମାନଙ୍କର ପ୍ରତିମୂର୍ତ୍ତି ଭଙ୍ଗା ଅଭିଯାନ ଆରମ୍ଭକରି ଦେଶରେ ଏକ ଉଦବେଗଜନକ ଫାଶୀବାଦ ବ୍ୟବସ୍ଥାର ଭିତି ସ୍ଥାପନ କରାଯାଉଛି । ବିରୋଧୀ ରାଜନୈତିକ କର୍ମୀମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ,ଗୃହଦାହ,ହତ୍ୟା ଆଦି ଜଘନ୍ୟ ଅଘଟଣାମାନ ସୃଷ୍ଟି କରାଯାଉଛି । ଏହା ବିରୋଧରେ ସମଗ୍ର ଦେଶରେ ଗଣତାନ୍ତ୍ରିକ – ବାମପନ୍ଥୀ -ଧର୍ମନିରପେକ୍ଷ ରାଜନୈତିକ ଦଳ ଓ ଗୋଷ୍ଠିମାନ ଏକାଠି ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଜାତୀୟ କଂଗ୍ରେସ,ସି.ପି.ଆଇ.,ସି.ପି.ଏମ. ପ୍ରଭୃତି ଜାତୀୟ ରାଜନୈତିକ ଦଳ ସମେତ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କମୁ୍ୟନିଷ୍ଟ ନେତା ଉମେଶ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ସି.ପି.ଆଇ.ର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ,ସି.ପି.ଏମ.ସମ୍ପାଦକ ଗୟାଧର ଧଳ,କଂଗ୍ରେସ ନେତା ମୁକ୍ତାର ଖାଁ,ଜଗତଜୀବନ ଦାସ,ଆଦିକନ୍ଦ ରାଉଳ,ଅଧ୍ୟାପକ ଅଜୟ ସାମଲ,ବାବାଜି ଧଳ,ନଗେନ ଜେନା,ବାବାଜି ପରିଡା,ଏଲିନା ସାମନ୍ତରାୟ,ସୁହାନା ବେଗମ,ବିକାଶ ଚନ୍ଦ୍ର ବେହେରା,ପ୍ରଦୀପ କୁମାର ଦାଶ,ଧରଣୀଧର ସୂଆର,ସୁଧିର ମଲ୍ଲିକ,କାଳି ପ୍ରସାଦ ନାୟକ ପ୍ରମୁଖ ବିଜେପିର ଘୃଣା ଓ ଅସହିଷ୍ଣୁତାର ରାଜନୀତିକୁ ଦୃଢ ନିନ୍ଦା କରିବା ସହିତ ଏହା ବିରୋଧରେ ସମସ୍ତ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଶକ୍ତି ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଭାଗିରଥି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top