ମହାନ ଗୁରୁଶିଷ୍ୟ ପରମ୍ପରାକୁ ବଜାଇରଖି ଗୁରୁଦିବସ ପାଳନକଲେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ

ମାଲକାନଗିରି, ୫ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶିକ୍ଷାଅନୁଷ୍ଟାନ ମାନଙ୍କରେ ଆଡମ୍ବର ସହକାରେ ଗୁରୁଦିବସ ପାଳିତ ହୋଇ ଯାଇଛି। ମହାନ ଗୁରୁଶିଷ୍ୟ ପରମ୍ପରାକୁ ବଜାଇରଖି ମାଲକାନଗିରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ ଆଜି ଆଡମ୍ବର ସହକାରେ ପାଳିଛନ୍ତି ଗୁରୁଦିବସ। ମାଲକାନଗିରି ଜିଲ୍ଲାସଦର ମହକୁମା ଭାଟିଶାଳଗୁଡା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଆୟୋଜିତ ଗୁରୁଦିବସ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୁନ୍ୟ ଜନ୍ମ ତିଥି ଅବସରରେ ବିଦ୍ୟାଳୟର ସଭାପତି ସୁସାହିତ୍ୟିକ ବିଶିଷ୍ଟ ଶିକ୍ଷାବିତ ଅନଙ୍ଗକୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିକ୍ଷାବିତ ବିଜୟାନନ୍ଦ ଦାସ, ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ସାହୁ ଯୋଗଦେଇ ଅସାଧରଣ ପାଣ୍ଡିତ୍ୱ, କର୍ତବ୍ୟନିଷ୍ଟ, ନିସ୍ୱାର୍ଥପର ଜନସେବା, ଛାତ୍ର ବତ୍ସଳ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ, ତାଙ୍କ ବହୁମୁଖି ପ୍ରତିଭା ଓ ଗୁରୁଦିବସର ତାତ୍ପର୍ଯ୍ୟ ସଂପର୍କରେ ମଚାଂସୀନ ଅତିଥିମାନେ କହିବା ସହ ଏହି ମହାନ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।


ପ୍ରଥମେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଜଂନ ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବାପରେ ମା ବାଗଦେବୀ ସରସ୍ୱତୀ ଓ ସର୍ବପଲ୍ଲୀରାଧାକ୍ରିଷ୍ଣନ ଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟର୍ପଣକରି ପ୍ରଦୀପ ପ୍ରଜ୍ଜଳନକରିଥିଲେ ଗୁରୁମା ମଜୁଂଳା କୁମାରୀ ଓ ବିଦ୍ୟାଳୟର ଛାତ୍ରୀମାନେ ଗୁରୁବନ୍ଦନା ଗାନକରିଥିଲେ। ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରୀ ସଂସ୍କୃତିପ୍ରୀୟଦର୍ଶନୀ ବେହେରା, ୯ମ ଶ୍ରେଣୀଛାତ୍ରୀ ପ୍ରୀୟଦର୍ଶନୀ ଗୌଡ, ଛାତ୍ର ସୌମ୍ୟରଜଂନ ସାହୁ, ସୁନ୍ଦର ଭାବେ ମହାନ ଗୁରୁଶିଶିଷ୍ୟ ପରମ୍ପରାର ମାର୍ଗ ଦର୍ଶକ ସର୍ବପଲ୍ଳୀ ରାଧାକ୍ରୀଷ୍ଣନ୍ ଙ୍କ ଆତ୍ମଜିବନୀ ଓ ଗୁରୁଦିବସ ସଂପର୍କରେ ଭାଷଣ ଦେଇଥିଲେ। ୧୦ମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ସାହୁ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ବିଜୟାନନ୍ଦ ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ଅନ୍ୟାନ୍ୟମାନଙ୍କ ମଧ୍ୟରେ ସହ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମିଧର ମହାନ୍ତି, ଗୁରୁଜୀ ହରିହର ପଟନାୟକ, ଗୁରୁମା ସସ୍ମିତା ସାହୁ, ପ୍ରଣିତା ସମାଲ, ସୁନିତା ବେହେରା, ପ୍ରମୁଖ ଗୁରୁଜୀ ଓ ଗୁରୁମା ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ମହାନ ଗୁରୁ ସର୍ବପଲ୍ଳୀ ରାଧାକ୍ରୀଷ୍ଣନଙ୍କ ଜନ୍ମ ତିଥିରେ ସ୍ମୃତିଚାରଣ କରିଥିଲେ। ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିଚାଳନା କମିଟି ପକ୍ଷରୁ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ୪୦ଜଣ ଗୁରୁଜୀ, ଗୁରୁମା ଓ ୫ଜଣ ସେବକ ସେବୀକାଙ୍କୁ ଫୁଲତୋଡା, ଉପଢୌକନ ଦିଆଯାଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *