ମହାନ୍ ଗୁରୁ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍

ପବିତ୍ର ଗୁରୁ ଦିବସ (ସେପ୍ଟେମ୍ବର ୫) ଉପଲକ୍ଷେ … …

ଗୁରୁ ଦେବତାଙ୍କ ପ୍ରତିରୂପ। ତାଙ୍କରି ଆଶ୍ରୀବାଦରେ ଶିଷ୍ୟ ମନୁଷ୍ୟତା ଲାଭ କରେ। ଗୁରୁକୃପା ହିଁ ଛାତ୍ରକୁ ସମାଜରେ ଶ୍ରୀର୍ଷ ସ୍ଥାନରେ ବସାଏ। ଗୁରୁଭକ୍ତି ଛାତ୍ରର ଭୂଷଣ। ଗୁରୁର ସଂଜ୍ଞା ନିରୂପଣ କରିବାକୁ ଯାଇ ଯର୍ଥାଥରେ କୁହାଯାଇଛି “ଗୃଳାରୋଦ୍ଧନ୍ଧରାରସ୍ତୁ ରୁକାରସ୍ତନ୍ନବର୍ତକଃ, ଅନ୍ଧକାର ନିବୃତ୍ୟାତୁ ଗୁରୁରିତ୍ୟରିଧୀୟତେ”। ଅର୍ଥାତ ‘ଗୁ’ ଅର୍ଥ ଅନ୍ଧକାର। ‘ରୁ’ ଅର୍ଥ ଅଜ୍ଞାନ। ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନ ରୂପକ ଅନ୍ଧାକାରକୁ ଦୂରକରି ଜ୍ଞାନରୂପକ ଆଲୋକକୁ ପ୍ରଦାନ କରିବାରେ ଶିକ୍ଷକମାନେ ସମର୍ଥ ବୋଲି ତାଙ୍କୁ ‘ଗୁରୁ’ ଆଖ୍ୟା ପ୍ରଦାନ କରାଯାଇଛି। ସାଧାରଣତଃ ଜନ୍ମଦାତ୍ରୀ ମାତା ହେଉଛନ୍ତି ଜଣେ ଶିଶୁର ପ୍ରଥମ ଗୁରୁ ଏବଂ ତା’ପରେ ତା’ ଜୀବନରେ ଆସନ୍ତି ବିଦ୍ୟାଳୟର ଶିକ୍ଷକ। ଜଣେ ଭଲ ଶିକ୍ଷକଙ୍କଠାରୁ ଜ୍ଞାନ ଓ ଜୀବନର ସ୍ୱଚ୍ଛତା ବିଚ୍ଛୁରିତ ହୋଇଥାଏ। ସେହିପରି ଗୁରୁ ଥିଲେ ରାଧାକ୍ରୀଷ୍ଣନ୍ ପ୍ରତିବର୍ଷ ତାଙ୍କ ପବିତ୍ର ଜନ୍ମତିଥିକୁ ଗୁରୁଦିବସ ରୂପେ ପାଳନ କରାଯିବା ଦ୍ୱାରା ରାଧାକ୍ରୀଷ୍ଣନ୍ ଙ୍କୁ ଯଥୋଚିତ ସମ୍ନାନ ପ୍ରଦାନ କରାଯାଉଛି। ସେ ଯଥାର୍ଥରେ ଥିଲେ ଜଣେ ଗୁରୁ। ଗୁରୁଦିବସରେ ଭାରତର ମହାନ୍ ଗୁରୁ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କର ଜୀବନ ସ୍ୱତଃ ଆଲୋଚନାର ପରିସରକୁ ଆସିଥାଏ। ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ମାନ୍ଦ୍ରାଜର ଚିରୁଭାଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବୀରସ୍ୱାମୀ ପରୁରୋହିତ ରୂପେ କାର୍ଯ୍ୟକରି ଜୀବିକା ନିର୍ବାହ କରୁଥିଲେ। ରାଧାକ୍ରୀଷ୍ଣନ୍ ଭେଲ୍ଲୋରର ଦୁରଜିତ୍ କଲେଜରୁ ଏଣ୍ଟ୍ରାସ ଏବଂ ଏଫ୍ .ଏ. ମାନ୍ଦ୍ରାଜର ଖ୍ରୀଷ୍ଟିଆନ୍ କଲେଜରୁ ଦର୍ଶନରେ ଅନର୍ସ ସହିତ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଏମ୍ .ଏ.ପାସ୍ କରିଥିଲେ। ଅଧ୍ୟୟନ ପରେ ୧୯୦୯ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜରେ ପ୍ରେସିଡେନ୍ ସି କଲେଜରେ ଅଧ୍ୟାପକ ରୂପେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୨୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନ ଅଧ୍ୟାପକ ରୂପେ ସେ ଯୋଗଦେଲେ। ଏବଂ ତାପରେ ୧୯୨୬ ମସିହାରେ ହାଭାର୍ଡ ବିଶ୍ୱବିଦ୍ୟାଳୟର ଅନୁଷ୍ଠିତ ଆନ୍ତର୍ଜାତିକ ଦର୍ଶନ କଂଗେସରେ ଭାରତର ପ୍ରତିନିଧିତ୍ୱ କରି ଭାରତୀୟ ଦର୍ଶନ ପ୍ରଚାର କରିଥିଲେ। ୧୯୩୧ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ଯୋଗଦେଲେ। ୧୯୩୯ ଖ୍ରୀଷ୍ଟାଦ୍ଦରେ ବାରଣାସୀର ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପଦ ଖାଲିପଡିବାରୁ ଗାନ୍ଧୀଙ୍କ ପରାମର୍ଶକ୍ରମେ ମଦନମୋହନ ମାଲବ୍ୟଙ୍କ ଅନୁରୋଧରେ ସେ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ରୂପେ ଯୋଗ ଦେଇଥିଲେ। ୧୯୪୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଅନୁରୋଧ କ୍ରମେ ସେ ରୁଷିଆ ରାଷ୍ଟ୍ରଦୂତ ରୂପେ ନିଯୁକ୍ତ ହେଲେ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଦର୍ଶନ ଅଧ୍ୟାପକ ରୂପେ କାର୍ଯ୍ୟ କରିବାର ସ୍ୱଭାଗ୍ୟ ଲାଭ କଲେ। ୧୯୫୨ ରୁ ୧୯୬୨ ପର୍ଯ୍ୟନ୍ତ ଉପରଷ୍ଟ୍ରପତି ରୂପେ କାର୍ଯ୍ୟ କରିବା ପରେ ୧୯୬୨ ମସିହା ମେ ୧୨ ତାରିଖରେ ଭାରତର ୨ୟ ରଷ୍ଟ୍ରପତି ଭାବରେ କର୍ମଯୋଗୀ ରାଜେନ୍ଦ୍ର ପ୍ରସାଦଙ୍କ ଉତରଦାୟଦ ରୂପେ ଜ୍ଞାନଯୋଗୀ ରାଧାକ୍ରିଷ୍ଣନ୍ ଯୋଗଦେଲେ। ୧୯୬୩ରେ ଇଂଲଣ୍ଡ ସର୍ବୋଚ୍ଚ ଉପାଧି ଅଡର ଅଫ୍ ମେରିଟ୍ ରେ ଭୂଷିତ ହେଲେ। ୧୯୬୬ ମସିହାରେ ରଷ୍ଟ୍ରପତି ପଦରୁ ସେ ବିଦାୟ ନେଲେ। ୧୯୭୫ ମସିହା ଏପ୍ରିଲ ୧୬ ତାରିଖରେ ୮୬ବର୍ଷ ବୟସରେ ଭାରତୀୟମାନଙ୍କୁ ଶୋକସାଗରରେ ଭସାଇ ସେ ଇହଲୀଳା ସମ୍ବରଣ କଲେ। ସେ ଥିଲେ ଜ୍ଞାନଯୋଗୀ। ମହାପୁରୁଷ କନ୍ ଫୁସିୟସ୍ ଙ୍ କ ଭାଷାରେ “ଐର ଙ୍ଗଷକ୍ଟ ଭଚ୍ଚ କ୍ସରବଦ୍ଭସଜ୍ଞବଗ୍ଧସଦ୍ଭଶ ଗ୍ଧଷର କ୍ଟକ୍ଷୟ ମବଦ୍ଭ ଶବସଦ୍ଭ ଳଦ୍ଭକ୍ଟଙ୍ଗକ୍ଷରୟଶର କ୍ଟଲ ଗ୍ଧଷର ଦ୍ଭରଙ୍ଗ ସଗ୍ଦ ଲସଗ୍ଧ ଗ୍ଧକ୍ଟ ଭର ବ ଗ୍ଧରବମଷରକ୍ସ” ସେହି ମହାପୁରୁଷଙ୍କ ଅମୃତବବାଣୀ ରାଧାକ୍ରିଷ୍ଣନ୍ ଙ୍କଠାରେ ପ୍ରତିଫଳିତ ହୋଇଥିଲା। ବିଦ୍ ବତା, ମନୀଷୀ, ଦୂରଦୃଷ୍ଟି, ସମସ୍ୟାର ଅନୁଶୀଳନ, ସାଧୁତା ଓ ସ୍ପଷ୍ଟବାଦିତା ଦୃଷ୍ଟିରୁ ସେଥିଲେ ରାଷ୍ଟ୍ରଗୁରୁ। ସେ ଭାରତୀୟ ସଂସ୍କୃତିରେ ଜଣେ ଆଦର୍ଶ ଶିକ୍ଷକ, ମହାନ୍ ଦାର୍ଶନିକ, ଉକ୍ରୃଷ୍ଟ ବକ୍ତା ଥିଲେ। ସେ ତାଙ୍କ ଜନ୍ମ ଦିନଟିକୁ ନିଜ ବ୍ୟକ୍ତିଗତ ନାମରେ ନୁହେଁ ବରଂ ସମ୍ପୂର୍ଣ୍ଣ ଶିକ୍ଷକ ସମାଜକୁ ସମ୍ମାନୀତ କରିବା ନିମନ୍ତେ ଗୁରୁ ଦିବସ ରୂପେ ପାଳନ କରିବାକୁ ଇଚ୍ଛା ପ୍ରକଟ କରିଥିଲେ। ଭାଗବତରେ ଲେଖାଯାଇଛି – ‘ଗୁରୁ ନଥାଇ ସଦ୍ ଜ୍ଞାନ, କାହୁଁ ତୁ ପାଇବୁ ଅର୍ଜୁନ।’ ପ୍ରକୃତରେ ବିନା ଗୁରୁରେ କାର୍ଯ୍ୟ ସମ୍ପୁର୍ଣ୍ଣ ହୁଏନାହିଁ। ଗୁରୁ ଆଶ୍ରୀର୍ବାଦ ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱରଃ। ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ।ା”। ଭାରତୀୟ ଆର୍ଯ୍ୟ ସଂସ୍କୃତି “ଗୁରୁ”ଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଭାବରେ ଆରଧନା କରି ପିତା, ମାତା ଏପରିକି ଭଗବାନଙ୍କଠାରୁ ଅଧିକ ମହୀୟାନ କରିଛି। କାରଣ ଗୁରୁ ନିଜର ଜ୍ଞାନଲୋକ ଦ୍ୱାରା ଛାତ୍ରର ଜୀବନକୁ ଆଲୋକ ଦୀପ୍ତ କରନ୍ତି। ସାମ୍ପ୍ରତିକ ପରିପ୍ରେକ୍ଷୀରେ ଗୁରୁକୂଳ ତଥା ଗୁରୁ-ଶିଷ୍ୟର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି ଦିନରେ ସାର୍ବଜନୀନ କାର୍ଯ୍ୟକ୍ରମ ହେବା ଉଚିତ୍। ଏହା ଦ୍ୱାରା ଆମ ମହାନ୍ ସଂସ୍କୃତି, ଐତିହ୍ୟ ତଥା ପରମ୍ପରାର ସୁରକ୍ଷା ହୋଇପାରିବା ସଙ୍ଗେ ସଙ୍ଗେ ଉତମ ଶିକ୍ଷକ ମାନଙ୍କୁ ନେଇ ସର୍ବୋକ୍ରୃଷ୍ଟ ବିଦ୍ୟାଳୟ ଗଠନ ମାଧ୍ୟମରେ ଏକ ମହାନ୍ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ। ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ନୈତିକ ଦାୟିତ୍ୱ ବହନ କରି ସର୍ବସାଧାରଣରେ ନିଜକୁ ସମର୍ପଣ କରିଥିବା ଶିକ୍ଷକ ସମାଜକୁ ଏହି ଗୁରୁ ଦିବସ ଅବସରରେ କୋଟି କୋଟି ପ୍ରଣାମ। ଗୁରୁପୂଜାର ଗୁରୁତ୍ୱକୁ ସମାଜ ହୃଦୟଙ୍ଗମ କଲେ ସମାଜ ଉନ୍ନତତର ହୋଇପାରିବ। ରାଧାକ୍ରିଷ୍ଣନ୍ ଙ୍କ ଜନ୍ମଦିବସକୁ ଗୁରୁଦିବସ ରୂପେ ପାଳନ କରିବା ତାଙ୍କ ପ୍ରତି ଯଥାର୍ଥ ସମ୍ମାନ। ମହାଭାରତରେ ଏକଲବ୍ୟ ଗୁରୁ ଦଖିଣା ସ୍ୱରୁପ ନିଜର ଆଙ୍ଗୁଠି ପ୍ରଦାନ କରି ନିଜର ନିସ୍ୱାର୍ଥପର ଗୁରୁଭକ୍ତିର ପରିଚୟ ଦେଇଥିଲେ। ଅର୍ଥାତ୍ ଗୁରୁ ନଥିଲେ ବା ଗୁରୁଦେବଙ୍କ କରୁଣା ନହେଲେ ଈଶ୍ୱର ପ୍ରାପ୍ତି ଅସମ୍ଭବ। ତେଣୁ ଶିକ୍ଷକଙ୍କୁ ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ଏ ସମାଜ ଦେଉ। ଆଜି ଗୁରୁ ପୂଜନ ଦିବସ ଅବସରରେ ଗୁରୁଙ୍କ ତ୍ୟାଗ, ସାଧନା ଓ ସଂଘର୍ଷକୁ ବିଶ୍ୱବାସୀ ମନେ ପକାଇ ତାଙ୍କୁ ସମ୍ମାନ ଦେବାକୁ ଆଗେଇ ଆସନ୍ତୁ। ଆମେ ସମସ୍ତେ ସ୍ୱୀକାର କରିବା ଜାତି, ଧର୍ମ, ବର୍ଣ୍ଣ ନିର୍ବି ଶେଷରେ ଗୁରୁଙ୍କ ସ୍ଥାନ ସର୍ବୋତମ।

Leave a Reply

Your email address will not be published. Required fields are marked *