ଜିଲ୍ଲା ପରିକ୍ରମା

ମହାନଦୀ ସୂରକ୍ଷା ଅଭିଯାନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ, ପ୍ରତି ଗାଁରେ ପହଂଚିବ ଆନେ୍ଦାଳନ

ବୌଦ୍ଧ,୧୦ା୦୫(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ଲଢେଇ ପାଇଁ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ପ୍ରସଙ୍ଗରେ ବିଜେପି ସରକାର ରାଜ୍ୟବାସୀଙ୍କ ବିରୋଧରେ ଚଳାଇଥିବା ଷଡଯନ୍ତ୍ର ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଏହି ଆନେ୍ଦାଳନ ପ୍ରଭାବିତ ଅଂଚଳର ପ୍ରତି ଗ୍ରାମରେ ପହଂଚାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ବୌଦ୍ଧଠାରେ ଦଳ ପକ୍ଷରୁ ଆୟୋଜିତ ଏକ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରି ପ୍ରକାଶ କରିଛନ୍ତି । ବିଜେଡିର ଜୋନାଲ ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏନଏସି ନିଟକସ୍ଥ ବନ୍ୟା ଆଶ୍ରୟସ୍ଥଳୀଠାରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ମହାନଦୀ ସୂରକ୍ଷା ଅଭିଯାନ ପ୍ରସ୍ତୁତି ବୈଠକ ଅବସରେ ଯୁବ ଓ ଛାତ୍ର ନେତାମାନେ କେନ୍ଦ୍ର ସରକାରର ଦୋମୁହାଁ ନିତି ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡି ସଫଳ ସରକାର ଦେବା ସହିତ ସାରଧାରଣଲୋକଙ୍କ ଆସ୍ଥାଭାଜନ ହୋଇଥିବାରୁ ବିଜେଡିର ଲୋକପ୍ରିୟତାରେ ବ୍ୟସ୍ତ ହୋଇ ମହାନଦୀ ସ୍ରୋତକୁ ବନ୍ଦ କରି ରାଜ୍ୟବାସୀଙ୍କ ବିରୋଧରେ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଓଡ଼ିଶାର ୧୫ ଟି ଜିଲାର ଲକ୍ଷ ଲକ୍ଷ ପରିବାର ଜୀବନ ଜିବିକା ପାଇଁ ମହାନଦୀ ଉପରେ ନିର୍ଭରଶୀଳ ଥିବାବେଳେ ଛତିଶଗଡର ବିଜେପି କ୍ଷମତାସୀନ ସରକାର ଷଡଯନ୍ତ୍ର କରି ଉପରମୁଣ୍ଡରେ ବହୁ ସଂଖ୍ୟାରେ ଡେମ ଓ ବ୍ୟାରେଜ ନିର୍ମାଣ କରି ଓଡିଶାରେ ମହାନଦୀକୁ ମରୂଭୂମିରେ ପରିଣତ କରିସାରିଲେଣି । ଓଡିଶାବାସୀଙ୍କ ଚାପ ଆଗରେ ମୁଣ୍ଡ ନୁଆଇଁ ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଫଳରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠନ କରିଛନ୍ତି ସତ କିନ୍ତୁ ଟ୍ରିବୁ୍ୟନାଲର ସମସ୍ତ ତଥ୍ୟ ଲୁଚାଇ ରଖିଛନ୍ତି । ଛତିଶଗଡ ସରକାର କେନ୍ଦ୍ର ସରକାରର ସୂରକ୍ଷାରେ ଚାଷୀ ଓ ଖଟିଖିଆଙ୍କ ପେଟକୁ ମାରି ଶିଳ୍ପକୁ ପାଣି ଯୋଗାଇଦେବାକୁ ମହାନଦୀ ଉପରେ ବେଆଇନ ଭାବରେ ଏହି ଡେମ ଓ ବ୍ୟାରେଜ ସବୁ ନିର୍ମାଣ କରିଥିବା ବିଜେଡି ଅଭିଯୋଗ କରିଛି । ତେଣୁ ମହାନଦୀ ତଥା ଆମ ମା ର ସୂରକ୍ଷା ପାଇଁ ରାଜ୍ୟର ଅଗଣିତ ଚାଷୀ ଓ ଖଟିଖିଆ ପରିବାରଙ୍କ ଜୀବନ ଜିବିକା ପାଇଁ ମହାନଦୀ ସୂରକ୍ଷା ଅଭିଯାନ ଆନେ୍ଦାଳନରେ ସମସ୍ତେ ସାମିଲ ହେବାକୁ ଯୁବ ଛାତ୍ର ବିଜେଡି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଆସନ୍ତା ୧୬ ତାରିଖ ଦିନ ଏହି ଅଭିଯାନ ଝାରସୁଗୁଡା ଜିଲାରୁ ଆରମ୍ଭ ହୋଇ ପାରାଦ୍ୱୀପ ଠାରେ ଶେଷ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ଅଭିଯାନ ସମୟରେ ମହାନଦୀ କୂଳେ କୂଳେ ଅବସ୍ଥିତ ସହର ଓ ଗ୍ରାମ ଗୁଡିକରେ ମହାନଦୀର ସୂରକ୍ଷା ନେଇ ଜନସଚେତନତା ସୃଷ୍ଟି କରାଯିବା ସହିତ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାରର ଷଡଯନ୍ତ୍ର ବିରୋଧରେ ପ୍ରଚାର ପତ୍ର ମାଧ୍ୟମରେ ଲୋକଙ୍କୁ ସୂଚନା ପ୍ରଦାନ କରାଯିବ । ତେବେ ଅଭିଯାନ ସମୟରେ ପ୍ରତି ଜିଲାରେ ଏହି ଆନେ୍ଦାଳନକୁ ବ୍ୟାପକ କରିବା ସହିତ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବହୁ ସଂଖ୍ୟାରେ ଯୁବକ,ଛାତ୍ର,ଶ୍ରମିକ.ଚାଷୀ ଓ ସାଧାରଣଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଜିଲା ଯୁବ ବିଜେଡି ସଭାପତି ମୃତୁ୍ୟଂଜୟ ମିଶ୍ର ସଭାରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲା ଯୋାଜନାବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା,ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର,ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି,ଉପସଭାପତି ଦୁର୍ଗା ସାମନ୍ତରାୟ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ ପ୍ରମୁଖ ଯୋଗଦେଇ ଜିଲାର ଯୁବ ଛାତ୍ର ବିଜେଡିର କର୍ମୀ ଓ ନେତାମାନେ ଏକଜୁଟ ହୋଇ ମହାନଦୀ ସୂରକ୍ଷା ଅଭିଯାନକୁ ସଫଳ କରାଇବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଜିଲା ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top