ମହାନଦୀ ପ୍ରସଙ୍ଗରେ ନବୀନଙ୍କ ଚିଠିକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ୨-୨ (ଓଡ଼ିଆ ପୁଅ) ମହାନଦୀ ଜଳ ବିବାଦର ସମାଧାନ ପାଇଁ ଖୁବ୍ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ଏହି ପ୍ରସଂଗରେ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ସାମନାରେ ପ୍ରକାଶ କରି କହିଛନ୍ତିଯେ, “ମହାନଦୀ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଖାଲି ଚିଠି ଲେଖୁଛନ୍ତି, ଚେଇଁ ଶୋଇଥିବା ଲୋକକୁ କେହି ଉଠାଇ ପାରିବେ ନାହିଁ, ଚିଠି ଲେଖାରେ ନୁହେଁ, ଆଲୋଚନାରେ ସମାଧାନ ହୁଏ।”

ସୂଚନାଯୋଗ୍ୟଯେ, ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଖୁବ୍ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ସୁପ୍ରୀମ କୋର୍ଟର ୨୩ ଜାନୁଆରିରେ ଆଦେଶ ଅନୁଯାୟୀ ଖୁବ୍ ଶୀଘ୍ର ଟ୍ରିବ୍ୟୁନାଲର ଗଠନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ ୧୯୫୬ ଧାରା ୪ (୧) ଅନୁଯାୟୀ ଆବଶ୍ୟକ ଅଧିସୂଚନା ଜାରି କରି ଟ୍ରିବ୍ୟୁନାଲର ଗଠନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ତା’ଙ୍କ ପତ୍ରରେ। ଓଡିଶାର ଲୋକମାନଙ୍କର ଅଧିକାର ଏବଂ ହିତ ରକ୍ଷା ସହିତ ଚାଷୀମାନଙ୍କର ଜଳସେଚନ ଏବଂ ପାନୀୟ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ୬୦ ପ୍ରତିଶତ ଓଡିଶାର  ଜନସାଧାରଣ ମହାନଦୀ ଉପରେ ନିର୍ଭର କରିଥାନ୍ତି ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *