ଓଡ଼ିଶା

ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପି

– ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ କେତୋଟି ବ୍ୟାରେଜ ନିର୍ମାଣ କରିବେ ତାହା ଆଗ ସ୍ପଷ୍ଟ କରନ୍ତୁ : ପୃଥୀରାଜ ହରିଚନ୍ଦନ
– ଶାସକ ବିଜେଡି ଉଚାରଣରେ ଗୋଟିଏ କଥା ଏବଂ ଆଚରଣରେ ଅନ୍ୟ ଏକ କଥା କରୁଛି
– ବାସ୍ତବରେ ମହାନଦୀ ଜଳ ବିବାଦର ସମାଧାନ ବିଜେଡି ଚାହୁଁନି
– ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବ୍ୟାରେଜ ନିର୍ମାଣ କରିବାର କ୍ଷମତା ନାହିଁ

ଭୁବନେଶ୍ୱର, ତା.୦୨/୦୫(ଓଡ଼ିଆ ପୁଅ): ଶାସକ ବିଜେଡି ମହାନଦୀ ସୁରକ୍ଷାଯାତ୍ରା ନାଁରେ ରାଜନୈତିକ ଡ୍ରାମା ଓ ଅରଣ୍ୟରୋଦନ କରୁଛି। କେବଳ ନିର୍ବାଚନ ପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଇ ଲୋକଙ୍କୁ ବିଭ୍ରାନ୍ତି କରି ଚାଲିଛି। ଶାସକ ବିଜେଡି ଉଚାରଣରେ ଗୋଟିଏ କଥା ଏବଂ ଆଚରଣରେ ଅନ୍ୟ ଏକ କଥା କରୁଛି। ମହାନଦୀ ସୁରକ୍ଷା ଯାତ୍ରାକୁ ନେଇ ଦଳରେ ଭିନ୍ନ ଭିନ୍ନ ମତ ଉଠୁଛି। ମହାନଦୀ ଜଳରୁ ନେଇ ରାଜନୀତି କରିବା ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତାକୁ ଦର୍ଶାଉଛି। ଚୋର ମୁହଁ ଟାଣ ପରି ନିଜ ଦୋଷକୁ ଘୋଡାଇ ମିଥ୍ୟା ସୁଆଙ୍ଗ ରଚି ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

ବାସ୍ତବରେ ମହାନଦୀ ଜଳ ବିବାଦର ସମାଧାନ ବିଜେଡି ଚାହୁଁନି। ମହାନଦୀ ଦଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆପୋଷ ବୁଝାମଣା ନକରି ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ୍ ଧରିଥିଲେ। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେବା ପରେ ବି ରାଜ୍ୟ ସରକାର ମହନଦୀ ସଂପର୍କରେ ତଥ୍ୟ ରଖି ତୁରନ୍ତ ସମସ୍ୟାର ସମାଧାନ କରିବା ପରିବର୍ତେ ଚୁପ୍ ବସି ବିଭିନ୍ନ ଆଳ ଦେଖାଇ ମହାନଦୀକୁ ରାଜନୀତି ପ୍ରସଙ୍ଗ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବ୍ୟାରେଜ ନିର୍ମାଣ କରିବାର କ୍ଷମତା ନାହିଁ। ଦୀର୍ଘ ୧୮ ବର୍ଷର ଶାସନ ଭିତରେ ମୁଖ୍ୟମନ୍ତ୍ରୀ ହୀରାକୁଦ ତଳ ମୁଣ୍ଡରେ କୋତୋଟି ବ୍ୟାରେଜ ନିର୍ମାଣର ଯୋଜନା କରିଛନ୍ତି ତାହା ଆଗ ସ୍ପଷ୍ଟ କରନ୍ତୁ। ଯଦି ସରକାର ବାସ୍ତବରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ତେବେ ଆଗାମୀ ଦିନରେ ନଦୀ ପାଣିର ସଂରକ୍ଷଣ ପାଇଁ କେତୋଟି ବ୍ୟାରେଜ ନିର୍ମାଣ କରାଇବେ ପ୍ରଥମେ ତାହା ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଗତ ବିଧାନସଭାରେ ମହାନଦୀର ୫୩ ପ୍ରତିଶତ ପାଣି ସମୁଦ୍ରକୁ ବହି ଯାଉଥିବା ଖୋଦ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ମନ୍ତ୍ରୀ ଭାବେ ସ୍ୱୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହୀରାକୁଦର ତଳ ମୁଣ୍ଡରେ ଥିବା ତେଲ, ଇବ, ହାତୀ ଆଦି ନଦୀରୁ ଆରମ୍ଭ କରି କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଖରା ଦିନେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ସବୁ ବ୍ୟବସ୍ଥା କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ। କେବଳ ମହାନଦୀ ଜଳ ନୁହେଁ ରାଜ୍ୟରେ ପ୍ରଭାହିତ ହେଉଥିବା ଅନ୍ୟ ସମସ୍ତ ପ୍ରମୁଖ ନଦୀ ଜଳକୁ ରୋକି ବ୍ୟବହାର ଉପଯୋଗୀ କରିବାରେ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଲୋକଙ୍କ ପାଖରେ ମହାନଦୀ ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ରଖିବା ଅପେକ୍ଷା ମହାନଦୀର ଜଳକୁ କିପରି ସଠିକ୍ ଉପଯୋଗ କରାଯାଇ ପାରିବ ସେ ନେଇ ରାଜ୍ୟ ସରକାର ଚିନ୍ତା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top