ଜିଲ୍ଲା ପରିକ୍ରମା

ମହାନଦୀ ପାଇଁ ସତ୍ୟାଗ୍ରହ ଓ ଜଳଯୁଦ୍ଧର ଆବଶ୍ୟକତା:ବିଜୁସ୍ମୃତି କମିଟି

ଭଦ୍ରକ, ୧୫ା୫ (ଓଡିଆ ପୁଅ / ପ୍ରମୋଦ ରାୟ) : ବିଜୁସ୍ମୃତି କମିଟି ପକ୍ଷରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ସ୍ମୃତି କମିଟିର ଅଧ୍ୟକ୍ଷା ଆଇନଜୀବୀ ଅମିତା ଆ·ର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ସରକାରଙ୍କ ଏକ ତରଫା ଓ ମନମୂଖୀ କାର୍ଯ୍ୟ କେବଳ ରମଣସିଂଙ୍କର ନୁହେଁ ବରଂ ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତ ପ୍ରକାଶ କରିଛନ୍ତି। ଓଡ଼ିଶା ବାସୀଙ୍କୁ ପ୍ରଣରିତ କରି ମହାନଦୀର ଛତିଶଗଡ଼ ସୀମା କଲମାଠାରେ ଛତିଶଗଡ଼ ସରକାର ଯେଉଁ ଦୀର୍ଘମିଆଦୀ ବନ୍ଧ ନିର୍ମାଣ କରି ମହାନଦୀର ଜଳକୁ ନିଜ ରାଜ୍ୟରେ ବ୍ୟବହାର କରିବା ସହିତ ଦେଶୀବିଦେଶୀ ଶିଳ୍ପପତି ମାନଙ୍କୁ ଜଳଦାନ କରି ସେମାନଙ୍କ ଠାରୁ ମୋଟାଅଙ୍କରେ ଅର୍ଥ ହାତଉଛି ତାହା ରମଣ ସିଂଙ୍କର ଦୁଃସାହସୀକ କାର୍ଯ୍ୟ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜଳ ସଂପଦ ମନ୍ତ୍ରୀଙ୍କର ଅଲିଖିତ ନିର୍ଦ୍ଦେଶ ସଂପ୍ରତି ଓଡ଼ିଶାରେ ମହାନଦୀ ଫାଟି ଯାଇଥିବାବେଳେ ଛତିଶଗଡ଼ରେ ମହାନଦୀରେ ବିଶାଳ ଜଳରାଶୀ ମହଜୁଦ ରହି ଲହଡ଼ି ଭାଙ୍ଗୁଛି। ଓଡ଼ିଶାର ·ଷୀ କୁଳଙ୍କ ଜମିକୁ ମହାନଦୀର ଜଳ ବିନ୍ଦୁଏ ଯାଉନଥିବାବେଳେ କେଉଁ ସ୍ୱାର୍ଥରେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମାନେ ଏବଂ ଓଡ଼ିଶାର ବିଜେପି ଦଳର ନେତୃବୃନ୍ଦ ଛତିଶଗଡ଼ ସପକ୍ଷରେ କାର୍ଯ୍ୟ କରୁଥିବା ସହିତ ବୟାନ ବାଜୀ କରୁଛନ୍ତି। ତାହାର କୈଫିୟତ ସେମାନେ ଓଡ଼ିଶାରେ ଜନସାଧାରଣଙ୍କୁ ଦେବା ଦରକାର ବୋଲି ଅଧ୍ୟକ୍ଷା ଆ·ର୍ଯ୍ୟ ଦାବି କରିଛନ୍ତି। ପ୍ରକାଶ ଥାଉକି, ବିଗତ ୩ବର୍ଷ ଧରି ମହାନଦୀ ଜଳକୁ ଅଟକାଇ ଛତିଶଗଡ଼ ସରକାର ଯେଉଁ ଦାଦାଗିରି କରୁଛି ତାହା ଫଳରେ ଗତ ୩ବର୍ଷ ହେଲା ଓଡ଼ିଶାର ମହାନଦୀ ଉପକୂଳରେ ରବି·ଷ ବଳ ହୋଇଯାଇଅଛି। ·ଷୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ତୋଷାମଦି ଜନଗଣଙ୍କୁ ହତାଶ କରୁଛି। ଏହିପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଓ ଅଭିଯାନର କର୍ମକତ୍ତାମାନେ ଛତିଶଗଡ ସରକାରଙ୍କ କାର୍ଯ୍ୟ ବିରୁଦ୍ଧରେ ଯେଉଁ ଅଭିଯାନ ଚଳାଇଛନ୍ତି ସେଥିରେ ବିଜୁ ସ୍ମୃତି କମିଟି ସାମିଲି ହେବାକୁ କମିଟିର ଅଧ୍ୟକ୍ଷା ଆ·ର୍ଯ୍ୟ ଘୋଷଣା କରିଛନ୍ତି। ଏହି ବୈଠକରେ ପ୍ର. ଏମ.ଏ.ନବୀ, ପ୍ର. ଅଟଳ ବିହାରୀ ନାୟକ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାସ, ମାୟାଧର ମହାପାତ୍ର, ପ୍ର. କୈଳାଶ ଚନ୍ଦ୍ର ଜେନା, ଇକ୍ବଲ ଖାଁ, ଇନତାଜ ଖାଁ, ତାହେରା ଖାତୁନ ଓ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top