ଓଡ଼ିଶା

ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ: ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ ଜଣାଉଛୁ: ବିଜେପି

– ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଳ୍ପ ସମୟ ସୀମା ମଧ୍ୟରେ ମହାନଦୀ ଜଳବିବାଦ ସମସ୍ୟାର ସମାଧାନ ହେବା ଅତ୍ୟନ୍ତ ଜରୁରୀ
– ମହାନଦୀ ଜଳ ବିବାଦର ସମାଧାନ ପ୍ରସଙ୍ଗରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନକୁ ଏକମାତ୍ର ପନ୍ଥା ଭାବେ ବାଛିଛନ୍ତି
– ଏକକ ଟ୍ରିବ୍ୟୁନାଲ ଗଠନ ହେଲେ ପୂର୍ବରୁ ଗଠିତ ସମସ୍ତ ପୁରୁଣା ଟ୍ରିବ୍ୟୁନାଲ ଏକ ହୋଇଯିବ

ଭୁବନେଶ୍ୱର, ତା୨୩/୦୧(ଓଡ଼ିଆ ପୁଅ): ମହାନଦୀ ଜଳ ବିବାଦର ସମାଧାନ ପ୍ରସଙ୍ଗରେ ରାଜ୍ୟ ସରକାର ଏକମାତ୍ର ପନ୍ଥା ଭାବେ ଟ୍ରିବ୍ୟୁନାଲ ଗଠନକୁ ବାଛିଛନ୍ତି। କେନ୍ଦ୍ର ସରକାର ଓ ବିଜେପି ଏହି ବିବାଦ ମାମଲାରେ ଟ୍ରିବ୍ୟୁନାଲ ଗଠନକୁ କେବେ ହେଲେ ବି ବିରୋଧ କରି ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ପ୍ରଚଳିତ ନିୟମ ଅନୁଯାୟୀ ଭାରତରେ ଯେଉଁ ଯେଉଁ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଛି ସେ ସମସ୍ତର ରାୟ ଆସିବାକୁ ୮ରୁ ୨୭ ବର୍ଷ ସମୟ ଲାଗିଯାଇଛି। ଏହି କାରଣରୁ ଏକ ନିର୍ଦ୍ଦିଷ୍ଠ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ନିୟମର ଗଠନ ବହୁ ଶିଘ୍ର ହେବାକୁ ଯାଉଅଛି ବୋଲି କେନ୍ଦ୍ର ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ସାଂସଦରେ ଜବାବ୍ ଦେଇସାରିଛନ୍ତି। ତେଣୁ ଆଗାମୀ ଦିନରେ ପୂର୍ବରୁ ଗଠିତ ହୋଇଥିବା ସମସ୍ତ ପୁରୁଣା ଟ୍ରିବ୍ୟୁନାଲ ମିଶିଯାଇ ଏକକ ଟ୍ରିବ୍ୟୁନାଲ ଗଠିତ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି।

ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ଆନନ୍ଦର ସହିତ ସ୍ୱାଗତ କରୁଛୁ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଳ୍ପ ସମୟ ସୀମା ମଧ୍ୟରେ ମହାନଦୀ ଜଳବିବାଦ ସମସ୍ୟାର ସମାଧାନ ହେବା ଅତ୍ୟନ୍ତ ଜରୁରୀ ଏବଂ ଏହାକୁ ସୁରକ୍ଷିତ ରଖିବା ବିଜେପିର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ଶର୍ମା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top