ମହାନଦୀ ଜଳ ବିବାଦ: ଶୀଘ୍ର ଟ୍ରିବ୍ୟୁନାଲ ଗଠନ ଉଦ୍ଦେଶ୍ୟରେ ମୋଦୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର ୨-୨ (ଓଡ଼ିଆ ପୁଅ) ପୁଣି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଖୁବ୍ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ନବୀନ।

ଏହା ପୂର୍ବରୁ ୨୦୧୭ ମସିହା ନଭେମ୍ବର ମାସ ୭ ତାରିଖ, ୧୭ ତାରିଖ ଏବଂ ଡିସେମ୍ବର ମାସ ୧୨ ତାରିଖରେ ମଧ୍ୟ ନବୀନ ଏହି ବିଷୟରେ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିସାରିଛନ୍ତି।

ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ ୧୯୫୬ ଧାରା ୪ (୧) ଅନୁଯାୟୀ ଆବଶ୍ୟକ ଅଧିସୂଚନା ଜାରି କରି ଟ୍ରିବ୍ୟୁନାଲର ଗଠନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ପତ୍ରରେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଇତି ମଧ୍ୟରେ ସୁପ୍ରୀମ କୋର୍ଟ ୨୩ ଜାନୁଆରିରେ ଆଦେଶ ପାରିତ କରିଛନ୍ତି। ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ଆନ୍ତଃ ରାଜ୍ୟ ଜଳ ବିବାଦର ନିର୍ଣ୍ଣୟ ପାଇଁ  ଉପରୋକ୍ତ ଧାରା ଅନୁଯାୟୀ ଏକ ମାସମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶାର ଲୋକମାନଙ୍କର ଅଧିକାର ଏବଂ ହିତ ରକ୍ଷା ସହିତ ଚାଷୀମାନଙ୍କର ଜଳସେଚନ ଏବଂ ପାନୀୟ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ୬୦ ପ୍ରତିଶତ ଓଡିଶାର  ଜନସାଧାରଣ ମହାନଦୀ ଉପରେ ନିର୍ଭର କରିଥାନ୍ତି ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। (ଫାଇଲ୍ ଫଟୋ)

Leave a Reply

Your email address will not be published. Required fields are marked *