ଓଡ଼ିଶା

ମହାନଦୀ ଉପରେ ୭ଟି ବ୍ୟାରେଜ ଏବଂ ୨୨ଟି ଚେକ୍ ଡ୍ୟାମ ନିର୍ମାଣ ଘୋଷଣା ପ୍ରସଙ୍ଗରେ- ଓଡିଶାବାସୀଙ୍କୁ ଭଣ୍ଡେଇବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ନାଟକ : ବିଜେପି

– ସଚିବଙ୍କ ମାଧ୍ୟମରେ ଘୋଷଣା କରି ପୁଣି ଥରେ ବିଭ୍ରାନ୍ତ କରିବାର ପ୍ରୟାସ କରିଛି ଶାସକ ବିଜେଡି
– ‘ଯାହା ନ ହୋଇଛି ବାଲ୍ୟ କାଳେ, ତାହା କି ହୋଇବ ବୃଦ୍ଧ କାଳେ?
– ‘ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଲିବା’ରେ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ଦକ୍ଷତା ହାସିଲ
– ୧୮ ବର୍ଷର ଶାସନ କ୍ଷମତାରେ ଗୋଟିଏ ବି ଚୁଆ ଖୋଲି ନପାରି ନଥିବା ମୁଖ୍ୟମନ୍ତ୍ରୀଙ୍କ ମହାନଦୀରେ ୭ଟି ବ୍ୟାରେଜ ନିର୍ମାଣ ଘୋଷଣା ଅତ୍ୟନ୍ତ ହାତ୍ସ୍ୟାସ୍ପଦ
– ରାଜ୍ୟର ଅନ୍ୟ ନଦୀମାନଙ୍କରେ ସମାନ ସ୍ଥିତି ଥିବାବେଳେ କେବଳ ମହାନଦୀରେ ବ୍ୟାରେଜ ନିର୍ମାଣ ଘୋଷଣା ଶାସକ ବିଜେଡିର ଦୋ ମୁହାଁ ନୀତିକୁ ପର୍ଦ୍ଦାଫାଶ କରିଛି

ଭୁବନେଶ୍ୱର, ତା୧୨/୦୫ (ଓଡ଼ିଆ ପୁଅ) : ମହାନଦୀ ଉପରେ ୧୦୦ଟି ବନ୍ଧ ନିର୍ମାଣ ହେଲେ ମଧ୍ୟ ଓଡିଶାର କୈାଣସି କ୍ଷତି ହେବ ନାହିଁ ବୋଲି ରାଜ୍ୟ ସରକାର ୨୦୧୧ ମସିହାରେ ତତ୍କାଳୀନ ଜଳସେଚନ ବିଭାଗ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କ ଦ୍ୱାରା କୁହାଇଥିଲେ। ଦୀର୍ଘ ୭ ବର୍ଷ ପରେ ଆଜି ପୁଣି ବିଭାଗୀୟ ସଚିବଙ୍କ ମାଧ୍ୟମରେ ମହାନଦୀରେ ବ୍ୟରେଜ ଓ ବେକ୍ ଡ୍ୟାମ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ନା ସେତେବେଳେ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ, ନା ଆଜି ଦାୟୀତ୍ୱରେ ଥିବା ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉପସ୍ଥିତ ଥିଲେ। ସିଣ୍ଡୋଲ ଜଳପ୍ରକଳ୍ପକୁ ବିରୋଧ କରି ନିଜର ବ୍ୟକ୍ତିଗତ ରାଜନୀତି କରୁଥିବା ବର୍ତମାନର ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜିର ଘୋଷଣା ସମୟରେ ଅନୁପସ୍ଥିତ ରହିବା ଶାସକ ବିଜେଡିର ଦୋମୁହାଁ ନୀତିକୁ ପର୍ଦ୍ଦାଫାଶ କରିଛି ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

‘ଯାହା ନ ହୋଇଛି ବାଲ୍ୟ କାଳେ, ତାହା କି ହୋଇବ ବୁଦ୍ଧ କାଳେ?’ ଦୀର୍ଘ ୧୮ ବର୍ଷ ଶାସନକାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୈାଣସି ନଦୀ ବନ୍ଧରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ କରପାରିନଥିବା ବେଳେ ଏବେ ମହାନଦୀରେ ୭ଟି ବ୍ୟାରେଜ ନିର୍ମାଣ କରିବାର ମିଥ୍ୟା ପ୍ରତିଶୃତି ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ଏହି ଘୋଷଣା ଶାସକ ବିଜେଡିର କେବଳ ନିର୍ବାଚନୀ ଘୋଷଣା ଓ ଭୋଟ ରାଜନୀତି ପରିପ୍ରେକ୍ଷୀରେ ବୋଲି ଶ୍ରୀ ଶର୍ମା କହିଛନ୍ତି।

‘ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଲିବା’ରେ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ଦକ୍ଷତା ହାସଲ କରିଛନ୍ତି। ନିଜ ଅପାରଗତା କାରଣରୁ ମହାନଦୀରେ ଗୋଟିଏ ବି ବନ୍ଧ ନିର୍ମାଣ କରିବାରେ ବିଫଳ ହୋଇଥିବା ଶାସକ ବିଜେଡି ନିଜର ଦୋଷ ଦୁର୍ବଳତାକୁ ଲୁଚେଇବାକୁ ପଡୋଶୀ ରାଜ୍ୟକୁ ସର୍ବଦା ଦାୟୀ କରି ଆସୁଛି। ମହାନଦୀ ଜଳ ସମସ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ପରିବର୍ତେ ସୁଆଙ୍ଗ କରି ଆତଙ୍କ ଖେଳାଉଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସର୍ବଦା ମିଥ୍ୟା ତଥ୍ୟ ରଖି ହୀନ ଷଡଯନ୍ତ୍ର ରଚୁୁଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।

୨୦୦୦ ମସିହାରୁ ଘୋଷିତ ମହାନଦୀ-ଚିତ୍ରତ୍ପୋଳା ପ୍ରକଳ୍ପ, କଟରାପାଲ ପ୍ରକଳ୍ପ, କେରାଣ୍ଡି ଜୋର ପ୍ରକଳ୍ପ, ଉତାଲି ଜୋର ପ୍ରକଳ୍ପ, କୁଶକେଲା ପ୍ରକଳ୍ପ, ଛୁଆଲି ଜୋର ପ୍ରକଳ୍ପ ଆଦିର ବର୍ତମାନ ସ୍ଥିତ କଣ ଏବଂ କାହିଁକି ନିର୍ମାଣ ହୋଇପାରିଲା ନାହିଁ ? ସେହିପରି ରାଜ୍ୟରେ ବାକି ପଡିଥିବା ପୁରୂଣା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନକରି ଏବେ ପୁଣି ନୂତନ ବ୍ୟାରେଜ ନିର୍ମାଣ ଘୋଷଣା କରିବା କେବଳ ହୀନ ରାଜନୀତି ବୋଲି ଶ୍ରୀ ଶର୍ମା କହିଛନ୍ତି।

ରାଜ୍ୟବାସୀ ଶାସକ ବିଜେଡି ଉପରେ ଭରସା କରି ୨୦୦୦ ମସିହାରୁ ଲଗାତାର ଭୋଟ ଦେଇ କ୍ଷମତାରେ ବସାଇଛନ୍ତି। ବିଧାନସଭାରେ ୧୪୭ ରୁ ୧୧୭ ବିଧାୟକ ଏବଂ ସଂସଦରେ ୨୯ଟି ସାଂସଦ ଥାଇ ମଧ୍ୟ ନିଜ ଅପାରଗତା କାରଣରୁ ରାଜ୍ୟରେ ଗୋଟିଏ ନୂତନ ଚୁଆ ମଧ୍ୟ ଖୋଲିବାରେ ସକ୍ଷମ ହେଲେ ନାହିଁ। ବର୍ତମାନ ନିର୍ବାଚନ ଆସନ୍ନ ସମୟରେ ଏଭଳି ଅହେତୁକ ଘୋଷଣା କେବଳ ବିଭ୍ରାନ୍ତ ସୃଷ୍ଟି କରିବା ଏକ ମାତ୍ର ଉଦ୍ଦେଶ୍ୟ ବୋଲି ଶ୍ରୀ ଶର୍ମା କହିଛନ୍ତି।

କେବଳ ମହାନଦୀ ନୁହେଁ, ରାଜ୍ୟର ପ୍ରାୟ ସମସ୍ତ ନଦୀମାନଙ୍କରେ ସ୍ଥିତି ଭୟାଭୟ। ଏପରି ସମୟରେ କେବଳ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ଘୋଷଣା କରି ନିଜର ମନ୍ଦ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରୁଛନ୍ତି ବୋଲି ଶ୍ରୀ ଶର୍ମା କ୍ଷୋଭ ପ୍ରକାଶ କରି କହିଛନ୍ତି।

ଶାସକ ବିଜେଡି ପ୍ରବଳ ଅହଂକାରରେ ଜର୍ଜରିତ। ମହାନଦୀ ଉପରେ ବ୍ୟାରେଜ କଥା କହି ଓଡିଶାବାସୀଙ୍କୁ ଭଣ୍ଡେଇବା ମୁଖ୍ୟମନ୍ତ୍ରୀ ଆଉ ଏକ ନାଟକ ରଚନା କରିଛନ୍ତି। କେନ୍ଦ୍ର ସରକାର ଜଳସେଚନ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଦେଉଥିଲେ ମଧ୍ୟ ନିଜର ଅପାରଗତା ପାଇଁ ଆଜି ରାଜ୍ୟରେ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ କାହିଁକି ହୋଇପାରିଲା ନାହିଁ ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top