ad
ଜିଲ୍ଲା ପରିକ୍ରମା

ମହାନଦୀ ଅବବାହିକାରେ ହେବ ସଚେତନ ପଦଯାତ୍ରା

ବୌଦ୍ଧ, ୧୫ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ମହାନଦୀ ଓ ରାଜ୍ୟର ଅନ୍ୟ ନଦୀ ଗୁଡିକରେ ଜଳର ମାତ୍ରା କମିଯିବା ଯୋଗୁଁ ନଦୀ ଗୁଡିକ ଉପରେ ନିର୍ଭର କରିଚଳୁଥିବା ଜନସାଧରଣଙ୍କୁ ଆଖିରେ ରଖି ନଦୀ ଗୁଡିକ ଚିରସ୍ରୋତା ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ନଦୀ ଗୁଡିକର ସୁରକ୍ଷା ପାଇଁ ସବୁଜ ମହାନଦୀ ମିଶନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମହାନଦୀ ଓ ଅନ୍ୟ ନଦୀ ଗୁଡିକର ପାଶ୍ୱର୍ରେ ନଦୀକୁଳ ଠାରୁ ୧ କିମି ଦୁରତାରେ ବୃକ୍ଷ ରୋପଣ କରାଯାଇ ସବୁଜ ବଳୟ ସୃଷ୍ଟି କରାଯିବ। ଏହି ଯୋଜନାକୁ ବୌଦ୍ଧ ଜିଲାରେ ସୁଫଳ କରିବା ପାଇଁ ବୌଦ୍ଧ ବନଖଣ୍ଡ ପକ୍ଷରୁ ସର୍ବଶିକ୍ଷା ଅଭିଯାନର ସମ୍ମିଳନୀ କକ୍ଷ ଠାରେ ପ୍ରଥମ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧକ୍ଷତାରେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ଅଧକ୍ଷ୍ୟା ଜ୍ୟୋସ୍ନା ଭୋଇ, ଉପାଧକ୍ଷ୍ୟ ଅକ୍ରୁର ସେଠୀ, ଜିଲାପାଳ ମଧୁସଦନ ମିଶ୍ର, ଅତିରିକ୍ତ ଜିଲାପାଳ ତରଣୀସେନ ନାଏକ ଓ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟନାୟକ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ବୌଦ୍ଧ ଜିଲାର ୨ ଗୋଟି ନଦୀ ତେଲ ଓ ମହାନଦୀରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କହିବା ସହ ଚଳିତ ବର୍ଷ ପ୍ରଥମ କିସ୍ତିରେ ଜିଲାରେ ୨୪୩ ହେକ୍ଟର ଜମିରେ ବୃକ୍ଷରୋପଣ କରାଯିବ ବୋଲି ସୂଚନା ଦେଇଥିଲେ। ସେଥିପାଇଁ ବିଭାଗ ପକ୍ଷରୁ ଚାରା ପ୍ରସ୍ତୁତ କରାଯିବାନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ପ୍ରକାଶ କରିଥିଲେ। ଜିଲାର ତେଲ ନଦୀ ଯେଉଁଠି ଆରମ୍ଭ ସେଠାରୁ ଆରମ୍ଭ ହେବା ସହ ଜିଲାରେ ମହାନଦୀ ଶେଷ ପର୍ଯ୍ୟନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଏଥି ପାଇଁ ବିଭାଗ ପକ୍ଷରୁ ଏକ ସଚେତନ ପଦଯାତ୍ରା କରାଯିବା ସହ ୧୨୩ ଟି ଗାଁରେ ସଚେତନ କରାଯିବ। ଲୋକଙ୍କୁ ସଚେତନ ବାର୍ତ୍ତା ନେଇ ଏକ ସିଡି ଉଭୟ ସମ୍ବଲପୁରୀ ଓ ଖାଣ୍ଟି ଓଡିଆ ଭାଷାରେ ପ୍ରସ୍ତୁତ କରାଯାଇଛି। ଉକ୍ତ ସିଡିକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନେˆାଚନ କରାଯାଇଥିଲା। ଜିଲାପାଳ ମଧୁସୁଦନ ମିଶ୍ର ଜିଲାରେ ଏହି ଯୋଜନା ଯେପରି ସଫଳ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ସହ ଏହା ଦ୍ୱାରା ମହାନଦୀର ସୁରକ୍ଷା ହେବା ସହ ପରିବେଶ ସନ୍ତୁଳନ ହୋଇପାରିବ ବୋଲି କହିଥିଲେ। ଜିଲାରେ କ୍ଷୁଦ୍ରଜଳସେଚନ, ଜଳସେଚନ, କୃଷି, ଉଦ୍ୟାନ ବିଭାଗ ଓ ଜଳଛାୟା ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଥିଲା। ମୁଖ୍ୟ ଅତିଥି ବାଚସ୍ପତି ଶ୍ରୀ ଅମାତ ଲୋକଙ୍କ ଜାଗାରେ ହେବାକୁ ଥିବା ଏହି ଯୋଜନାରେ ବାଉଁଶ ଚାଷ କରିବାକୁ ଲୋକଙ୍କୁ ସଚେତନ୍ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ଜିଲାରେ ୩ ଗୋଟି ବ୍ଳକରେ ମଧ୍ୟ ସଚେତନ ସଭା କରିବାକୁ କହିଥ୍ôଲେ। ଏବର୍ଷ ଜିଲାରେ ୧ ଲକ୍ଷ ୮୦ ହଜାର ମାଗଣା ଚାରା ବଣ୍ଟନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବୈଠକରେ କୃଷି ଅଧିକାରୀ ମନରଂଜନ ମଲିକ, ଉଦ୍ୟାନ ଅଧିକାରୀ ସୁର୍ଯ୍ୟମଣୀ ମହାରଣା, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲିକ, କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଏ.ସି.ଫଙ୍କ ସମେତ ଜିଲାର ବନବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top