ଓଡ଼ିଶା

ମହାନଦୀରେ ନିଖୋଜ ଛାତ୍ରଙ୍କ ଶବ ଦେଓଗାଁରେ ମିଳିଲା

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ସମ୍ବଲପୁର ନୂଆ ମହାନଦୀ ବ୍ରିଜ୍ ତଳେ ଗାଧୋଇବାକୁ ଯାଇ ରବିବାର ପୂର୍ବାହ୍ନରୁ ନିଖୋଜ ଥିବା ଅଇଁଠାପାଲିର ଦୀନେଶ ପାଶ୍ୱାନଙ୍କ ପୁଅ ଅମନ୍ (୧୫)ଙ୍କ ମୃତଦେହ ଆଜି ମଧ୍ୟାହ୍ନ ପୂର୍ବରୁ ଦେଓଗାଁ ନିକଟରେ ମହାନଦୀରୁ ଉଦ୍ଧାର କରାଯାଇଛି। ଗତକାଲିଠାରୁ ଏହି କାମରେ ଲାଗିଥିବା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ଧମା ପର୍ଯ୍ୟନ୍ତ ବ୍ୟାପକ ଖୋଜାଖୋଜି କରିବା ପରେ ଆହୁରି ଆଗକୁ ବଢ଼ିବାରେ ଦେଓଗାଁ ନିକଟରେ ଶବ ଠାବ କରିଛନ୍ତି। ପୋଷ୍ଟମର୍ଟମ ପରେ ମୃତଦେହକୁ ତାଙ୍କ ପରିବାର ବର୍ଗଙ୍କୁ ଦିଆଯାଇଛି।

ମଦନାବତୀ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଅମନ୍ ତାଙ୍କ ୫ ଜଣ ସହପାଠୀଙ୍କ ସହ ହାୱାମଇଦାନ୍କୁ ଫୁଟବଲ ଖେଳିବାକୁ ଆସିଥିଲେ। ଖେଳି ସାରି ୨ ଜଣ ଘରକୁ ଫେରି ଯାଇଥିବା ବେଳେ ଅମନ୍ ଓ ଅନ୍ୟ ୩ଜଣ ପୂର୍ବାହ୍ନ ୧୦ଟାରେ ମହାନଦୀ ନୂଆ ବ୍ରିଜ୍ରେ ଚାଉଁରପୁର ପଟକୁ ଯାଇଥିଲେ। ଅମନ୍ ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ସାଙ୍ଗମାନେ ମନା କରିଥିଲେ। କିନ୍ତୁ ଅମନ୍ ପହଁରି ଜାଣନ୍ତି ବୋଲି କହି ପାଣିରେ ପଶିଥିଲେ। କିଛି ସମୟ ପହଁରିବା ପରେ ସେ ଆଗକୁ ଅନ୍ୟଏକ କୂଳରେ ଲାଖିବେ ସାଙ୍ଗମାନେ ନଈ କଡ଼େ କଡ଼େ ସେଠାରେ ଯାଇ ପହଞ୍ଚନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ମାତ୍ର ଆଗକୁ ଯିବା ପରେ ସେ ନିଖୋଜ ହୋଇଯାଇଥିଲେ। ସାଙ୍ଗ ପିଲାମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ବିଭାଗ କର୍ମଚାରୀ ପହଞ୍ଚି ସନ୍ଧ୍ୟା ଯାଏଁ ନଦୀରେ ୬ କିଲୋମିଟର ଖୋଜାଖୋଜି କରିଥିଲେ ସୁଦ୍ଧା ଅମନଙ୍କୁ ଠାବ କରିପାରି ନଥିଲେ। ଆଜି ଆହୁରି ଆଗକୁ ଖୋଜାଯିବାରେ ଭରାନଦୀର ଜଳସ୍ରୋତରେ ଭାସିଯାଇଥିବା ମୃତଦେହକୁ ଦେଓଗାଁ ଠାରେ ଠାବ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top