ମହାକାଳପଡାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଖଡାଶାଳି ଗ୍ରାମର ମହାନଦୀ କୂଳରେ ଓଡିଶା ସରକାର ଏକ ନଦୀ ଭିତ୍ତିକ ବନ୍ଦର ସରକାର ଏବଂ ଘରୋଇ ଉଦ୍ୟୋଗର ସହ ଭାଗୀଦାରରେ BOOST ଆଧାରରେ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି। ଏଥି ସକାଶେ ଉନ୍ନୟନକାରୀ ସଂସ୍ଥା ଚୟନ ନିମିତ୍ତ ଯେଉଁ Request For Qualification (RFQ) ଡକାଯାଇଥିଲା ସେହି ଆଧାରରେ ଚାରି ଗୋଟି ସଂସ୍ଥା ଆବେଦନ କରିଛନ୍ତି। ସେହି ଉନ୍ନୟନ ସଂସ୍ଥାମାନଙ୍କୁ Request For Proposal (REP) ପ୍ରଦାନ କରିବାକୁ ଓ ଚିଠା REP/Concession Agreement/Land Lease Agreement ଉପରେ ନୀତିଗତ ନିଷ୍ପତ୍ତି ନେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ High Level Clearance Authority (HLCA) ବୈଠକ ଡକାଯାଇଥିଲା। ଉକ୍ତ ବୈଠକରେ ସମସ୍ତ ଚାରିଗୋଟି ଆବେଦନକାରୀ ସଂସ୍ଥାଙ୍କୁ REP ସ୍ତର ରେ ଭାଗ ନେବାକୁ ଅନୁମତି ଓ ଚିଠା REP/Concession Agreement/Land Lease Agreement କୁ ନୀତିଗତ ଅନୁମୋଦନ ଦେବାପାଇଁ ନିର୍ଣୟ ନିଆଗଲା। ଏହି ବନ୍ଦର ଦୁଇଗୋଟି ପର୍ଯ୍ୟାୟରେ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୮.୪୩ ମିଲିୟନ ଟନ ପଣ୍ୟ କାରବାର ପାଇଁ ଦୁଇଗୋଟି ବର୍ଥ ତଥା ଏହାର ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥି ସକାଶେ ୧୭୫ ହେକ୍ଟର ଜମି ଦରକାର ହେବ। ଏହି ନଦୀ ଭିଭିକ ବନ୍ଦରକୁ ଜାତୀୟ ରାଜପଥ ୫-କ ଏବଂ ହରିଦାସପୁର-ପାରାଦୀପ ରେଳପଥକୁ ପଣ୍ୟ ପରିବହନ ପାଇଁ ସଂଯୋଗ କରାଯିବ। ଉକ୍ତ ବନ୍ଦରର ପଣ୍ୟ କାରବାର କ୍ଷମତା ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସମୟରେ ବାର୍ଷିକ ୧୮.୪୩ ମିଲିୟନ ଟନରୁ ୪୫.୮୮ ମିଲିୟନ ଟନକୁ ବୃଦ୍ଧି କରାଯିବ ଓ ଏଥି ସକାଶେ ଆଉ ଅଧିକ ୧୨୫ ହେକ୍ଟର ଜମି ଆବଶ୍ୟକ ହେବ। ଏହି ବନ୍ଦର ପ୍ରତିଷ୍ଠା ହେଲେ ପ୍ରଥମ ପର୍ଯ୍ୟାୟରେ ୪୩୦୦ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୦୭୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଅଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *