ଓଡ଼ିଶା

ମହରମ୍ ଶୋଭାଯାତ୍ରା ଓ ବୁଢା-ଟୋକା-ପିଲା ଗଣେଶ ଭସାଣିକୁ ନେଇ ପ୍ରଶାସନର ଅଂକୁଶ, ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ଧାରଣା

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଦୀର୍ଘ ଦଶନ୍ଧି ଧରି ଉଭୟ ହିନ୍ଦୁ-ମୁସଲମାନ ସଂପ୍ରଦାୟ ଭାଇଚାରାର ପ୍ରତୀକ ଭଦ୍ରକ ସହରରେ ଅନୁଷ୍ଠିତ ହୋଇଆସୁଥିବା ମହରମ, ବୁଢା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶର ଶୋଭାଯାତ୍ରାକୁ ପ୍ରଶାସନର ଅଂକୁଶକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ସଂଖ୍ୟାଲଘୁ, ଭଦ୍ରକ ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ନୀରବ ଧାରଣା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ନେତା ଡା. ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ସଂଖ୍ୟାଲଘୁ ମୋର୍ଚ୍ଚାର ବହୁ କର୍ମୀ ଅଂଶଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ସହରରେ ସଂଘଠିତ ହିଂସାକାଣ୍ଡକୁ ନେଇ ଚଳିତବର୍ଷ ଉଭୟ ସଂପ୍ରଦାୟର ଶୋଭାଯାତ୍ରା ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ଫଳରେ ଆଜି ମୁସ୍ଲିମ୍ ସଂପ୍ରଦାୟର ମହରମ୍ ଶୋଭାଯାତ୍ରା ଓ ଧର୍ମସଭା ବିଗତ ବର୍ଷମାନଙ୍କ ଧରି ଯାକ ଯମକରେ ହୋଇପାରିନାହିଁ। ତେବେ ପ୍ରଶାସନ ନିକଟରେ ଆହୂତ କରିଥିବା ଶାନ୍ତି କମିଟି ବୈଠକରେ ଏହି ଶୋଭାଯାତ୍ରା ଶାନ୍ତି-ଶୃଙ୍ଖଳାର ସହ କରାଯିବା ନେଇ ନୀରବ ସମର୍ଥନ କରିଥିବାବେଳେ ହଠାତ୍ କାହା ଇଙ୍ଗିତରେ ଏଭଳି କଠୋର ନିଷ୍ପତ୍ତି ଗ୍ରହଣ କରିଛି, ସେଥିନେଇ ଡା. ନାୟକ ପ୍ରଶ୍ନ ଉଠାଇଛନ୍ତି। ପ୍ରଶାସନର ଏଭଳି ନିଷ୍ପତ୍ତି ମୂଳେ ଭଦ୍ରକ ଚଉଦ ମହଲା ମୁସ୍ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ଉକ୍ତ ଶୋଭାଯାତ୍ରାର ଅଂକୁଶକୁ ନେଇ କେବଳ ଟ୍ରେନିଂ ସ୍କୁଲ ପଡିଆ ଓ ମଦିନା ମଇଦାନ ଭଳି ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଧର୍ମସଭାକୁ ଜମାତ୍ ପକ୍ଷରୁ ବନ୍ଦ କରିଦିଆଯାଇଥିବାର ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚାଇଛନ୍ତି। ତେବେ ଆଜିର ଏହି ମହରମ୍କୁ ନେଇ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା ଦୃଷ୍ଟି କୋଣରୁ ବ୍ୟାପକ ପୁଲିସ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏହାବ୍ୟତୀତ ଦୁଇ ଜଣ ଅତିରିକ୍ତ ଏସ୍ପି, ୪୦ ଜଣ ଡିଏସ୍ପି, ୧୦ ଜଣ ଇନ୍ସିପେକ୍ଟର ଓ ୫୧ ଏସ୍ଆଇ, ୧୮ ଜଣ ହାବିଲଦାର ଓ ୯୪ ଜଣ ହୋମ୍ଗାର୍ଡଙ୍କୁ ନିୟୋଜିତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top