ମସ୍ତିପୁଟରେ ପାନୀୟ ଜଳ ଓ ରାସ୍ତାର ସମସ୍ୟା ଏବଂ ଏଏନଏମ ରହୁ ନ ଥିବା ଅଭିଯୋଗ କଲେ ଗ୍ରାମବାସୀ ; କି ବିଚିତ୍ର ପ୍ରଶାସନ ! ସ୍କୁଲ ଓ ଉପସ୍ୱାସ୍ଥ୍ୟ କେନ୍ଦ୍ରଗୃହ ଥିବା ସତ୍ୱେ କାର୍ଯ୍ୟକ୍ଷମ ହୋଇନାହିଁ କି କେହି ଅଧିକାରୀ ଜାଣି ନାହାନ୍ତି ?

କୋରାପୁଟ ; ତା୧୬-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମସ୍ତିପୁଟ ଗସ୍ତ ସମୟରେ ଲୋକମାନେ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ବୋଲି ଜଣାପଡିଛି।ମସ୍ତିପୁଟରେ ପାନୀୟ ଜଳର ସମସ୍ୟା ରହିଥିବା ବେଳେ ରାସ୍ତା ଖରାପ ଥିବାରୁ ଲୋକମାନେ ଯିବା ଆସିବା କଷ୍ଠକର ହେଉଥିବା ଅଭିଯୋଗ କରିଥିଲେ।ରୁଢିଆମ୍ବରେ ଉପସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ସତ୍ୱେ ଏଏନଏମ ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏଏନଏମ ଶୁକଲତା ସିଂଙ୍କୁ ତୁରନ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ଠିକ ନ ଥିବା ଏଏନଏମ ଅଭିଯୋଗ କରିଥିଲେ।ଗୃହ ଠିକ ଥାଉ କି ନାହିଁ ଆପଣ ମସ୍ତିପୁଟରେ ଘରଭଡା କରି ରୁହ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ନିର୍ଦ୍ଦେଶ ଦେଇଥିଲେ।ଉକ୍ତଗୃହ ନିର୍ମାଣ ଶେଷକରି କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବୈଠକରୁ ଜଣାପଡିଥିଲା।ସରପଂଚ ଦୁର୍ଯୋ ମୁଦୁଲିଙ୍କୁ ଆପଣଙ୍କ ପଂଚାୟତରେ ୫୦ ଲକ୍ଷ ଟଙ୍କା ମହଜୁଦ ଥିବା ବେଳେ କାହିଁକି ପାନୀୟ ଜଳ ସମସ୍୍ୟା ସମାଧାନ କରାଯାଉନାହିଁ ବୋଲି କହିବା ସହ ତୁରନ୍ତ ଉକ୍ତ ଅର୍ଥ ଖର୍ଚ୍ଚ କରି ପାନୀୟ ଜଳ ଓ ବିଦ୍ୟୁତ କରଣ କରିବାକୁ ପରାମର୍ଶ ଦେଇଥିଲେ। ମସ୍ତପୁଟରୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ରୁଢିଆମ୍ବ ଗ୍ରାମ ଯାଇ ଉପସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।ଉକ୍ତ କୋଠରୀରେ ଗ୍ରାମର ରଘୁନାଥ ନାୟକ ନିଜର ଜିନିଷପତ୍ର ରଖିଥିବା ଦେଖିବାକୁ ପାଇଥିଲେ।ତୁରନ୍ତ ଉକ୍ତ ଗୃହରୁ ଜିନିଷପତ୍ର ଖାଲିକରିବାକୁ ସେ ନିର୍ଦ୍ଦେଶ ଦେବା ସହ ସିଡିଏମ ଡାକ୍ତର ରଥଙ୍କୁ ସପ୍ତାହ ମଧ୍ୟରେ ଉକ୍ତ ଗୃହ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେଠାରୁ ଜିଲ୍ଲାପାଳ ସ୍କୁଲ ଗୃହ ମଧ୍ୟ ଦେଖିଥିଲେ।ସ୍କୁଲ ଗୃହ ନିର୍ମାଣ ସରିଯାଇଛି କିନ୍ତୁ ପିଲା ପଢିବା ପରିବର୍ତେ ଲୋକମାନେ ଉକ୍ତ ସ୍କୁଲ ଗୃହରେ ନିଜ ନିଜର ପୋଷାକ ଶୁଖେଇଥିବା ବେଳେ ଭୋଜିଭାତ କରୁଥିବା ନଜର କରାଯାଇଥିଲା।୩ ବର୍ଷ ତଳେ ସ୍କୁଲ ନିର୍ମାଣ ଶେଷ ହେଲା କିନ୍ତୁ ଶିକ୍ଷକ ନିଯୁକ୍ତ କରାଯାଇ ନ ଥିବାରୁ ଗ୍ରାମର ପିଲାମାନେ ଏଠାରେ ନ ପଢି ଡଂଗ୍ରୀ ସ୍କୁଲରେ ଅଧ୍ୟୟନ କରୁଥିବା ସେ ସୂଚନା ଦେଇଥିଲେ।ସେହିପରି ଉପସ୍ୱାସ୍ଥ୍ୟ କେନ୍ଦ୍ର ଖାଲି ରହିଥିବାରୁ ମୁଁ ଗୃହର ସୁରକ୍ଷା ଦୃଷ୍ଟିରୁ ଜିନିଷପତ୍ର ରଖିଥିଲି ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ।ଜିଲ୍ଲାପାଳ କହିଥିବାରୁ ମୁଁ ଜିନିଷପତ୍ର କାଢିଦେବି ବୋଲି ସେ ସୂଚନା ଦେଇଥିଲେ।ଉକ୍ତ ଗ୍ରାମରେ ୧୪ଜଣ ପିଲା ଅଛନ୍ତି ସେଥିମଧ୍ୟରୁ ୪ ଜଣ ଡଂଗ୍ରୀ ସ୍କୁଲରେ ପଢିବେ ବୋଲି କହୁଥିବାରୁ ମାତ୍ର ୧୦ ଜଣ ପିଲାଙ୍କୁ ନେଇ ସ୍କୁଲ ଖୋଲାଯାଇପାରିବ ନାହିଁ ବୋଲି ଅତିରିକ୍ତ କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘ ପ୍ରକାଶ କରିଥିଲେ।କି ବିଚିତ୍ର ଆମ୍ଭର ପ୍ରଶାସନ ଯେଉଁଠି ପିଲା ନାହାଁନ୍ତି ସେଠି ସ୍କୁଲଗୃହ ନିର୍ମାଣ କରାଯାଇଛି।ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ସରି ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଗଲା କିନ୍ତୁ ସେଠାରେ ୩ ବର୍ଷ ପର୍ଯ୍ୟନ୍ତ କେହି ରହିଲେ ନାହିଁ ତାହା କଣ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତୂପକ୍ଷ ଜାଣି ନ ପାରିବା ପ୍ରଶାସନର ସ୍ଥାଣୁତାକୁ ସାଧାରଣରେ ପ୍ରଶ୍ନ କରାଯାଉଛି।

Leave a Reply

Your email address will not be published. Required fields are marked *