କୋରାପୁଟ

ମସିପୁଟ ଗ୍ରାମବାସୀଙ୍କ ସ୍ୱପ୍ନ ସାକାର ହେବ

କୋରାପୁଟ ; ତା୨୨-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପ୍ରତି ଗାଁକୁ ଯୋଗାଯୋଗ ବ୍ୟବସ୍ଥା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଓ ମୁଖ୍ୟ ମନ୍ତ୍ରୀ ସଡକ ଯୋଜନା ଭଳି ଜନ ହିତକର ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଜିଲା ସଦର ମହକୁମା ଠାରୁ ମାତ୍ର ୭କିଲୋମିଟର ଦୂର ମସିପୁଟ ଗାଁକୁ ଆଜି ଯାଏ ପକ୍କା ରାସ୍ତା ହୋଇନପାରିବା ବିଡମ୍ବନାର ବିଷୟ ଅଟେ ବୋଲି ଜଣାପଡିଥିବା ବେଳେ କୋରାପୁଟ ପୈାର ପରିଷଦର ଅଧ୍ୟକ୍ଷ ଭଗବାନ ବାହିନିପତି ମସିପୁଟ ଗ୍ରମାବସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି ।
କୋରାପୁଟ ପୈାର ପରିଷଦ ଅନ୍ତର୍ଗତ ୧୯ ନମ୍ବର ୱାର୍ଡରେ ରହିଥିବା ଏହି ଗ୍ରାମରେ ମାଳି,ଆଦିବାସୀ ଓ ଏବଂ ଦଳିତ ସମ୍ପ୍ରଦାୟର ୭୦ଟି ପରିବାରର ପ୍ରାୟ ୩୫୦ ମହିଳା ପୁରୁଷ ମସିପୁଟରେ ବସବାସ କରନ୍ତି । ମୂଳରୁ ଏହି ଗାଁଟି କୋରାପୁଟ ପୌର ପରିଷଦ ଅଧୀନରେ ରହିଥିଲେ ମଧ୍ୟ ପୌର ପରପିଷଦର ଅନ୍ୟ ଅଂଚଳ ଭଳି ଏହି ଗ୍ରାମର ବିକାଶ ହୋଇ ପାରିନଥିବା ଗ୍ରାମର ଭକ୍ତ ଭୋଇ, ନିଳ ମାଳି ଅଭିଯୋଗ କରିଛନ୍ତ । କୋରାପୁଟ ସହର ଉପକଣ୍ଠ କହ୍ନେଇପୁଟରୁ ଏକାଧିକ ନାଳ ଡେଇଁ ଅଙ୍କାବଙ୍କା ରାସ୍ତାରେ ଗଲେ ମସିପୁଟ ଗାଁରେ ପହଂଚି ହୁଏ । ନିର୍ବାଚନ ସମୟରେ ବଡ ବଡ ପ୍ରତିଶୃତି ମିଳେ କିନ୍ତୁ ଭୋଟ ପାଇବା ପରେ କାହାର ଦେଖା ମିଳେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଥିବାବେଳେ ୨୦୧୪ ନିର୍ବାଚନ ପରଠାରୁ ବିଧାୟକ କିମ୍ବା ସାଂସଦ କେହି ମସିପୁଟ ମାଡି ନଥିବା ଗ୍ରାମବାସୀ କହିଛନ୍ତି । ଗାଁକୁ ଭଲ ରାସ୍ତାଟିଏ ନଥିବା ଯୋଗୁଁ ଛାତ୍ରଛାତ୍ରୀ,ରୋଗୀ ,ଗର୍ଭବତୀ ମହିଳା ଓ ପ୍ରସୂତୀ ନାନା ଅସୁବିଧାର ସମୁଖୀନ ହୋଇ ଥାଆନ୍ତି । ଏପରିକି ରାସ୍ତା ନଥିବା ହେତୁ ବର୍ଷାଦିନେ ଗାଁକୁ ଆମ୍ବୁଲାନ୍ସତ ଦୂରର କଥା କୌଣସି ଅଟୋରିକ୍ସା ମଧ୍ୟ ଯିବାକୁ ରାଜି ହୁଅନ୍ତି ନାହିଁ,ତେଣୁ ଜରୁରୀ ସମୟରେ ରୋଗୀ ଓ ପ୍ରସୂତୀ ମାନଙ୍କୁ ଭାର କରି ହସ୍ପିଟାଲ ନିଆ ଯାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଗତ ୧୧ ବର୍ଷ ହେଲାଣି ମସିପୁଟ ଏକ ପ୍ରକାର ଦୈତ ଶାସନରେ ରହିଥିବା ଦୃଷ୍ଟି ଗୋଚର ହୋଇଛି । ୨୦୦୭ରେ ରାଜ୍ୟ ସରକାର ମସିପୁଟକୁ ପୌରାଂଚଳରୁ ବାଦ ଦେଇ କୋରାପୁଟ ବ୍ଲକରେ ସାମିଲ କରିଥିଲେ । ସଦର ବ୍ଲକର ଲଙ୍କାପୁଟ ପଂଚାୟତରେ ମସିପୁଟକୁ ସାମିଲ କରା ଯାଇଥିବାବେଳେ ଗ୍ରାମବାସୀ ୨୦୦୭,୨୦୧୨ ଓ ୨୦୧୭ ପଂଚାୟତ ନିର୍ବାଚନରେ ମତଦାନ କରିଥିଲେ । ଏହା ସତ୍ୱେ ମସିପୁଟ କୋରାପୁଟ ପୌର ପରିଷଦ ତାଲିକାରୁ ବାଦ ପଡିନଥିବାରୁ ଗ୍ରାମବାସୀ ପୁଣି ୨୦୦୮ ଏବଂ ୨୦୧୩ରେ ଅନୁଷ୍ଠିତ ପୌର ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଏଭଳି ଅବସ୍ଥାରେ ମସିପୁଟ ଗ୍ରାମବାସୀ ଜୀବନ ବିତାଉଥିବାବେଳେ ପ୍ରଶାସନ ମଧ୍ୟ ଚୁପ୍ ବସି ରହିବା ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବି ମାନେ ପ୍ରତିକ୍ରିୟା ରଖିଛନ୍ତି । କୋରାପୁଟ ପୈାର ପରିଷଦର ଭାଗବାନ ବାହିନିପତି ଅଧ୍ୟକ୍ଷ ହେବା ପରେ ଗାଁରେ ରାସ୍ତାକାମ ତ୍ୱରାନ୍ନିତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ପୌର ପରିଷଦ ପକ୍ଷରୁ ଗାଁ ଭିତରେ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ସିମେଂଟ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଥିବା ସହକାରୀ ଯଂନ୍ତ୍ରୀ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି । ତେବେ ମସିପୁଟ ଗାଁଟି ଆଉ ବ୍ଲକକୁ ହସ୍ତାନ୍ତର କରା ଯିବ ନାହିଁ, ପୌର ପରିଷଦ ଅଧୀନରେହିଁ ରହିବ ଓ ଗ୍ରାମର ସମସ୍ତ ବିକାଶ କାମ ପୌର ପରିଷଦ କରିବାକୁ ଯୋଜନା ପ୍ରସ୍ତୁତ କରା ଯାଇଛି ବୋଲି ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି ପ୍ରକାଶ କରିଛନ୍ତି ।ଗାଁକୁ ଯିବାକୁ ଥିବା ରାସ୍ତାର କାମ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବାହିନିପତି ସୂଚନା ଦେଇଛନ୍ତି ।ରାସ୍ତା କାମ ଆରମ୍ଭ ହେଲେ ମସିପୁଟ ଗ୍ରାମବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହେବ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top