ମଳମୂତ୍ର ତ୍ୟାଗ ବସ୍ତି ହେଲା ଗାଢାଟୋଲା ବସ୍ତି

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ସହରରେ ପରିଣତ କରିବା ପାଇଁ ଆରଏସସିଏଲ କର୍ତ୍ତୃପକ୍ଷ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୱାର୍ଡ ନଂ ୪ ଅଧିନରେ ଥିବା ଗାଢାଟୋଲା ବସ୍ତି ସମୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇଛି। ଏହି ଅବସରରେ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାହାରେ ମଳତ୍ୟାଗ କରିବାର ଭୟବହତା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ଲୋକ ମାନଙ୍କୁ ବୁଝାଇଥିଲେ। ବାହାରେ ମଳତ୍ୟାଗ ନକରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ଲୋକଙ୍କୁ ବୁଝାଯାଇଥିଲା। ଶୌଚାଳୟ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯିବା ସହ ପୁସ୍ତକ ଓ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯାଇଥିଲା। ସମସ୍ତ ବସ୍ତିବାସିନ୍ଦା ମାନେ ଏଥିରେ ପ୍ରେରିତ ହୋଇ ବାହାରେ ମଳତ୍ୟାଗ କରିବେ ନାହିଁ ବୋଲି ଶପଥ ନେଇଥିଲେ। ଏହି ଅବସରରେ ବସ୍ତିବାସିନ୍ଦାଙ୍କ ସହ ଆୟୋଜିତ ହୋଇଥିବା ଏକ ଉତ୍ସବରେ ରାଉରକେଲା ମହାନଗର ନିଗମ ଉପାୟୁକ୍ତ ସୁଷମା ବିଲୁଙ୍ଗ, ଆରଏସସିଏଲ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ପଟେଲଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇ ବସ୍ତି ବାସିନ୍ଦା ମାନଙ୍କୁ ଉତ୍ସାହିତ କରିଥିଲେ। ବସ୍ତିର ମୋଟ ୧୪୭ ପରିବାର ମଧ୍ୟରୁ ୬୯ ଜଣଙ୍କର ପୂର୍ବରୁ ପାଇଖାନା ଥିବା ବେଳେ, ଆଉ ୨୦ ଜଣଙ୍କା ପାଇଖାନା ର୍ନିମାଣ କରାଯାଇଛି। ଏହାପୂର୍ବରୁ ତେଲୁଗୁପଡ଼ା ବସ୍ତି, ମାଗୁଣି ବସ୍ତି ମା’କଲ୍ୟାଣୀ ବସ୍ତିକୁ ବାହ୍ୟମଲମୂତ୍ରତ୍ୟାଗ ବସ୍ତି ଭାବେ ଆରଏମସି ପକ୍ଷରୁ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *