ମର୍ଯାକୁଦର ଭିନ୍ନ ପରମ୍ପରା ଚୁଡାଖାଇ ଯାତ୍ରା ବା ସତୀକନ୍ୟା ଯାତ୍ରା

ବୌଦ୍ଧ, ୦୪ା୧୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): : ବୌଦ୍ଧର ଦ୍ୱୀପାଂଚଳ ଭାବେ ପରିଚିତ ମର୍ଯା୍ୟକୁଦ ବୌଦ୍ଧ .ଏନ.ଏ.ଏସିର ୨ ଗୋଟି ୱାର୍ଡକୁ ନେଇ ଗଠିତ। ଏହି ମର୍ଯାକୁଦଟି ମହାନଦୀ ଗର୍ଭରେ ଅବସ୍ଥିତ। ଏଠାରେ ପ୍ରଚଳିତ ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ପୁର୍ଣ୍ଣିମା ଦିନ ପାଳିତ ହୋଇଥାଏ ଏହି ଚୂଡାଖାଇ ଯାତ୍ରା ବା ସତୀକନ୍ୟା ଯାତ୍ରା। ଗାଁ ମୁଣ୍ଡରେ ଥିବା ମାଁ ସତୀ କନ୍ୟାଙ୍କ ଠାରେ ଏହି ପୂଜା ବିଶେଷ ଭାବେ ନାରୀମାନଙ୍କ ଦ୍ୱାରା ପାଳିତ ହୋଇଥାଏ। ଏହି ଦ୍ୱୀପର ଅଧିଷ୍ଠାତ୍ରୀ ଦେବୀ ମାଁ ସତୀକନ୍ୟାଙ୍କ ପୂଜା ରିତୀନିତୀ ସଂମ୍ପୁର୍ଣ୍ଣ ସ୍ୱତନ୍ତ୍ର। ମାଁ ଜଣେ କୁମାରୀ କନ୍ୟା ହୋଇଥିବା ହେତୁ ଏଠାରେ ନଡିଆ, ଉଖୁଡା, ଖିରି, ପିଠା, ସିନ୍ଦୁର, କଜ୍ଜଳ ସହିତ ମାଇ କୁକୁଡା ଏବଂ ମାଈ ଛେଳି ଭୋଗ ଲାଗି କରାଯାଇଥାଏ। ଗ୍ରାମର ଦେହୁରୀଙ୍କ ଘରେ ବର୍ଷ ସାରା ପୂଜା ପାଇଆସୁଥିବା ଏହି ମାଁ ସତୀକନ୍ୟାଙ୍କ ପୀଠରେ କେବଳ ଗୋଟିଏ ଦିନ ଗାଁ ମୁଣ୍ଡରେ ଥିବା ପୀଠରେ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାକୁ ଅବମାନନା କଲେ ଗାଁରେ ବିଭିନ୍ନ ପ୍ରକାର ଅନିଷ୍ଠ ହୋଇଥାଏ ବୋଲି ଦ୍ୱୀପବାସୀଙ୍କ ବିଶ୍ୱାସ ରହିଛି। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଅଶ୍ଲୀଳ ଗୀତ ଗାନ ହୋଇଥିବା ବେଳେ ଏହାକୁ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମି ଥାଏ। ଗ୍ରାମର ଦେହୁରୀ ଘରୁ ମାଁ ସତୀକନ୍ୟା ପାରମ୍ପାରିକ ରିତୀରେ ଏକ ଭାର ସାହାର୍ଯ୍ୟରେ ଗାଁ ମୁଣ୍ଡରେ ଥିବା ନିଜ ପୀଠକୁ ଯାଉଥିବା ବେଳେ ଢୋଲ, ମୃଦଙ୍ଗ, ନିଶାଣ ର ତାଳେ ତାଳେ ଅଶ୍ଲୀଳ ଗୀତ ସହ ଝୁମି ଉଠନ୍ତି ପୁରୁଷ ଓ ନାରୀମାନେ। ତେବେ ଅଶ୍ଲୀଳ ଗାନ ନ ବୋଲିଲେ ଦ୍ୱୀପ ବାସିନ୍ଦାଙ୍କ ପାଇଁ ଅମଙ୍ଗଳ ହେବା ସହିତ ମାଁ ସତୀକନ୍ୟା ବ୍ୟାଘ୍ର ରୂପରେ ଆର୍ବିଭାବ ହୋଇ ଏହି ଦ୍ୱୀପ ବାସୀଙ୍କୁ କ୍ଷତି ପହଞ୍ଚାଉଥିବା ଗା୍ରମବାସୀକହନ୍ତି। ତେବେ ଏହି ଚୂଡାଖାଇ ପର୍ବର ବିଶେଷତ୍ୱ ଏହି ପର୍ବରେ ଫୂଲ ସ୍ଥାନରେ ମାଁଙ୍କୁ ଚୂଡାରେ ପୂଜାର୍ଚ୍ଚନା କରାଯାଉଥିବାବେଳେ ଶିବ ପୂରାଣ ଉଦ୍ଧୃତ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ସମୟରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ ନକରିବା ଅପମାନ ସହ୍ୟ କରି ନ ପାରି ମାଁ ପାବର୍ତ୍ତୀ ଯଜ୍ଞର ଅଗ୍ନି କୁଣ୍ଡରେ ଆହୁତି ଦେଇଥିଲେ ଯା ଫଳରେ କି ଭଗବାନ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷ ପ୍ରଜାପତି ଙ୍କୁ ଭସ୍ମ କରିଥିଲେ। ଶିବ ଙ୍କ କୋ୍ରଧ କୁ ଶାନ୍ତ କରିବା ପାଇଁ ମାଁ ସତୀକନ୍ୟାଙ୍କୁ ପୁଜାର୍ଚ୍ଚନା କରିବା ପରେ ଭଗବାନ ଶିବ ଶାନ୍ତ ହୋଇ ତାଙ୍କ ଲିଙ୍ଗକୁ ପୁଜା କରିବା ପାଇଁ ତାଙ୍କ ଶାଶୁ ଙ୍କୁ ପରାମର୍ଶ ଦେଇଥିଲେ। ସେହି ଦିନ ଠାରୁ ଶିବ ଲିଙ୍ଗ ରୂପରେ ପୂଜା ପାଇ ଆସୁଥିବା ବେଳେ ଏହାକୁ ନେଇ ଏ ଅଶ୍ଲୀଳ ଗାନ ବୋଳର ମାଧ୍ୟମ ବୋଲି ଗବେଷକ ମତ ଦିଅନ୍ତି। ଆଜିବି ଏହି ସଭ୍ୟ ସମାଜ ରେ ପ୍ରଚଳିତ ଥିବା ଏଭଳି ଅଶ୍ଳିଳ ପରମ୍ପରା ପ୍ରତି ପ୍ରଶାସନ ପକ୍ଷରୁ କୌଣସି କଟକଣା କିମ୍ବା ପ୍ରତିବନ୍ଧକ ଲଗାଯାଇ ପାରି ନଥିବା ବେଳେ ଏହି ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ପ୍ରତିବର୍ଷ ଏଠାକୁ ଆସିଥାନ୍ତି। ଏଠାକୁ ଆସିବାକୁ ହେଲେ କାଠ ଡଙ୍ଗାହିଁ ଏକମାତ୍ର ମାଧ୍ୟମ। ଏହି ଯାତ୍ରାକୁ ଆଖି ଆଗରେ ରଖି ଲୋକମାନଙ୍କ ଯିବାଆସିବା ପାଇଁ ଜିଲା ପ୍ରସାଶନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *