ଓଡ଼ିଶା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ଯାଜପୁର ୧୫-୩ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଗତକାଲି ବିଳମ୍ୱିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି।

ଏହି ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଥିବା ଜଣାପଡ଼ିଛି। ସେମାନେ ଏକ କାର୍‌ ଯୋଗେ ଭୋଗରାଇରୁ କଟକ ଫେରୁଥିଲେ। ତେବେ ତାଙ୍କ କାର୍‌ ସହ କେଉଁ ଗାଡିର ଧକ୍କା ହୋଇ ଦୁର୍ଘଟଣା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଭଳି ଦୁର୍ଘଟଣାରେ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ମୃତକଙ୍କ ପରିବାର ଏବଂ ପରିଜନମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top