ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ ୧ ଗୁରୁତର: ବୋଲେରୋକୁ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ସ୍ଥିତ କଇଁଫୁଲିଆ ଠାରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ମୁତାବକ କରୁଣାଚନ୍ଦ୍ର ମହାନ୍ତ ( ୫୦) ଓ ତାଙ୍କ ମାଉସୀ ପୁଅ ଭାଇ ଶିବ ମହାନ୍ତ (୪୨) ଏକ ବାଇକରେ ଆସୁଥିବା ସମୟରେ ତାଙ୍କ ପଛପଟୁ ଏକ ଦ୍ରୁତଗତି ରେ ଆସୁଥିବା ବୋଲେରୋ ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ କରୁଣା ମୃତ୍ୟୁ ବରଣ କରିଥିବା ବେଳେ ଶିବଙ୍କୁ ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଅଛି। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି। ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ବୋଲେର ଗାଡିଟିକୁ ନିଆଁ ଲଗାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *