ଓଡ଼ିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ଆହତ, ୨ ଗୁରୁତର

ଯାଜପୁର, ୧୪/୦୧(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶଙ୍କାରୀଡିହ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୬ ଜଣ ଆହାତ ମଧ୍ୟରୁ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ ଶଙ୍ଖାରୀଡିହ ଛକଠାରେ ପୂର୍ବରୁ ଏକ ୧୦ ଚକିଆ ମାଲବାହୀ ଟ୍ରକ ଡବ୍ଳୁ ବି୭୩ସି-୦୧୯୯ ରାସ୍ତା କଡରେ ଛିଡା ହୋଇଥିଲା। ଆଜି ସକାଳ ଭୋର ୫ ଟା ସମୟରେ କଟକରୁ ଭଦ୍ରକ ଅଭିମୁଖେ ଏକ କାର ଓଡି ୦୨ ଏଜି ୦୧୨୫ ଦ୍ରୁତ ଗତିରେ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ୧୦ ଚକିଆ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଫଳରେ କାରର ଡ୍ରାଇଭର ସମେତ ଆଗରେ ବସିଥିବା ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତ ଲୋକଙ୍କୁ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରକୁ ପଠାଇଥିଲେ। ଗୁରୁତର ଆହତ ୨ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି। କାର ମାଲିକ ଭଦ୍ରକ ଅଂଚଳର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top