ମର୍ମନ୍ତୁଦ ସଡକ ଦୁର୍ଘଟଣା: ଏକ ମୃତ

ବାରିପଦା ୨୯-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ସହର ଉପକଣ୍ଠ ଦାରଗାଡେଇ ଠାରେ NH 18 ପାର୍ଶ୍ଵରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।


ଘଟଣା ମୁତାବକ ଆଜି ପ୍ରାୟ ଦିନ ଚାରିଟା ସମୟରେ ସଗୁଣାବସା ସ୍ଥିତ ଜନାର୍ଦନପୁର ବାସିନ୍ଦା ଭାସ୍କର ନାୟକ (୫୦) ରାତ୍ରି ଜଗୁଆଳି କାମ କରିବାପାଇଁ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଖାଲି ଟ୍ରଲର OD 05 A 2651 ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା। ଧକ୍କା ଦେବାପରେ ଟ୍ରଲରଟି ଭାରସାମ୍ୟ ହରାଇ ପୋଲ ତଳକୁ ପସିଯାଇଥିଲା। ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଥିବାବେଳେ ଟ୍ରଲରର ଡ୍ରାଇଭର ସମେତ ଗାଡିରେ ଥିବା ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *