ମର୍ମନ୍ତୁଦ ବସ୍ ଦୁର୍ଘଟଣା ୧ ମୃତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର

ଫୁଲବାଣୀ ୭-୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି), ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡଲାବାଲି ଘାଟିରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଲଳିତା ନାମକ ଏକ ଘରୋଇ ବସ୍ ନଂ ଓଆର୍ ୧୨ ଏ ୫୬୫୬ ପକାରୀ ରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଡଲାବାଲି ଘାଟିରେ ଓଲଟି ପଡ଼ିଛି। ଖବର ପାଇ ବାଲିଗୁଡ଼ା ପୋଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସ ପହଂଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣା ସ୍ଥଳରେ ରୁତୁଙ୍ଗିଆ ପଂଚାୟତ ଅନ୍ତର୍ଗତ ପିକୁସ ଗ୍ରାମର ଘିନିଘିନା ବଳିଆର ସିଂ ବସ୍ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଓ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆସୁଥିବାର ସୂଚନା ମିଳିଛି ସେଥି ମଧ୍ୟରୁ ୧୫ରୁ ଉର୍ଦ୍ଧ୍ୱ କଲେଜ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ବାଲିଗୁଡ଼ା ଏସଡିପିଓ ବିବେକାନନ୍ଦ ଶର୍ମା ଓ ଉପଜିଲ୍ଲାପାଳ ସଖ୍ଥ୍ୟ କ୍ରିଷ୍ନନ୍ କେପି ଘଟଣାସ୍ଥଳ ପରିଦର୍ଷନ କରି ଫେରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ବସଟି ଦୃତ ଗତିରେ ଆସୁଥିଲା ଏବଂ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲି ଉକ୍ତ ବସରେ ଆସୁଥିବା କଲେଜ ଛାତ୍ରଛାତ୍ରୀ କହିଛନ୍ତି। ଘାଟି ଓ ଜଙ୍ଗଲ ରାସ୍ତା ଯୋଗୁଁ ଉକ୍ତ ଅଂଚଳକୁ ରୋଡ୍ ପରମିଟ୍ କରି ମଧ୍ୟ ବସ୍ ଚଳାଚଳ କରୁନଥିବାରୁ ଯାତାୟତ କରୁଥିବା ବସ୍ ଗୁଡ଼ିକରେ ମାତ୍ରାଧିକ ଭିଡ଼ ହୁଏ ବୋଲି ଅଂଚଳବାସୀ ଅଭିଯୋଗ କରୁଛନ୍ତି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ଏହି ଦୁର୍ଘଟଣା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଳାପାଳ ପ୍ରଦୀପ୍ତ କୁମାର ସାହାଣୀ,  ତହସିଲଦାର ନିରଞ୍ଜନ ସାହୁ,  ଟାଉନଥାନା ଅଧିକାରୀ ଭବାନନ୍ଦ ପ୍ରଧାନ, ଡ଼ି.ପି.ଏମ୍ ବୁଲୁନାଥ ସାହୁ ଓ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଗୁରୁତ୍ୱର ମାନଙ୍କୁ ବାଲିଗୁଡ଼ାରୁ ଫୁଲବାଣୀ ସ୍ଥାନାନ୍ତରିତ ହେବାପରେ ସେମାନଙ୍କୁ ଠିକ୍ ଭାବେ ଯେଭଳି ଭାବେ ଚିକିତ୍ସା ଯୋଗାଇ ଦିଆଯା ପାରିବ ସେ ଦିଗରେ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ପ୍ରଶାସନ ପକ୍ଷରୁ ଗୁରୁତ୍ୱର ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ଆହତ ମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା। ରିପୋର୍ଟ ପ୍ରକାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାୟରେ ୧୭ଜଣ ଗୁରୁତ୍ୱରଙ୍କ ଭର୍ତ୍ତି କରାଯାଇଥିବା ବେଳେ ସଂନ୍ଧ୍ୟାସୁଧା ସେମାନଙ୍କ ମଧ୍ୟରୁ ୭ ଜଣ ସୁରେଶ ପ୍ରଧାନ (ବାଡ଼ାମାତାଙ୍ଗି),  ବିସିଂ ପ୍ରଧାନ ( ବାଡ଼ାଙ୍ଗିକିଆ),  ନାରାୟଣ ପାଇକ ( ବୁଡ଼ାଗୁଡ଼ା),  ଚୁମୁକି ନାୟକ (ଡ଼େଡ଼ିମାହା),  ସମ୍ୟା ନାୟକ(୧୩ ମାସର ଝିଅ, ଡ଼େଡ଼ିମାହା) ଓ ପ୍ରଭାତି ନାୟକ (ଗଂଜୁଗୁଡ଼ା)ଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ୱତନ୍ତ୍ର ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁର ମେଡ଼ିକାଲ୍ କୁ ପଠାଯାଇଛି। ବ୍ରହ୍ମପୁର ଯାଇଥିବା ଆହତ ମାନଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ରେଡ଼କ୍ରସ୍ ଫଣ୍ଡ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚନ୍ଦନ ନାୟକ (ସମାପଳି) ଲୁଗିନା ପ୍ରଧାନ (ରୁତୁଙ୍ଗିଆ),  ପୂର୍ଣ୍ଣ ମଲିକ (ଡ଼େଡ଼ିମାହା),  ସୁଭସ୍ମିତା ପ୍ରଧାନ (ରୁତୁଙ୍ଗିଆ),  ମିମିତା ପ୍ରଧାନ ଓ ମିଥିଲା ପ୍ରଧାନ (ରୁତୁଙ୍ଗିଆ),  ଏବଂ ନମାଞ୍ଜନୀ ପ୍ରଧାନ (ରୁତୁଙ୍ଗିଆ),  ସମିର ନାୟକ (ଗଂଜୁଗୁଡ଼ା),  ପନିମା ମଲିକ (ରୁତୁଙ୍ଗିଆ) ଓ ସଂଜୟ ଦିଗାଲ (ରୁତୁଙ୍ଗିଆ) ପ୍ରମୁଖ ଚିକିତ୍ସିତ ହେଉଥିବା ବେଳେ ଖୋଦ୍ ଅତିରିକ୍ତ ଜିଲ୍ଳାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଏହି ଚିକିତ୍ସା ଚାଲିଥିବାର ଜଣାଯାଇଛି ଦୁର୍ଘଟଣା ଗ୍ରସ୍ତ ବସଟି ଦୃତ ଗତିରେ ଆସୁଥିଲା ଏବଂ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲି ଉକ୍ତ ବସରେ ଆସୁଥିବା କଲେଜ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଏନେଇ ବାଲିଗୁଡ଼ା ପୁଲିସ୍ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଛି। ଗାଡ଼ିର କାଗଜପତ୍ର ଓ ଦୁର୍ଘଟଣା ସ୍ଥଳରେ ଆର୍.ଟି.ଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଅତିରିକ୍ତ ଜିଲ୍ଳାପାଳ ସୂଚନା ଦେଇଥିବା ବେଳେ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *