ମର୍ମନ୍ତୁଦ ଦୁର୍ଘଟଣାରେ ୩ ଯୁବକ ମୃତ

ଅନୁଗୋଳ, ୧୨/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଠମଲ୍ଲିକ-ଅନୁଗୋଳ ରାସ୍ତାର କଂଟାପଦର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ଯୁବକ ପ୍ରାଣ ହରାଇଛନ୍ତି। ସୂଚନାରୁ ପ୍ରକାଶ, ରବିବାର ବିଳମ୍ବିତ ରାତ୍ରିରେ ଏକ ହିରୋହୋଣ୍ଡା ମୋଟର ସାଇକେଲ (ଓଡି ୧୯-ଏଲ ୦୨୪୨)ରେ ଠାକୁରଗଡ଼ ଥାନା ନିକଟରୁ ନିଜ ଗ୍ରାମ ପେଡ଼ିପଥରକୁ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କୈାଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେବାପରେ ସେମାନେ ତଳେ ପଡ଼ି ପ୍ରାଣ ହରାଇଥିଲେ। ମୃତକମାନଙ୍କ ମଧ୍ୟରେ ପେଡି ପଥର ଗ୍ରାମର କାଠି ଦଳେଇ, ଚିଂଟୁ ଦଳେଇ ଏବଂ ସିନ୍ଦୁରକୁଳ ଗ୍ରାମର ରଣଜିତ ରାଉତ ରହିଛନ୍ତି। ଖବରପାଇ ସ୍ଥାନୀୟ ଲୋକେ ବଇଣ୍ଡା -ଆଠମଲ୍ଲିକର ମୁଖ୍ୟ ରାସ୍ତାରେ ଶବ ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଂଚି ଲୋକଙ୍କୁ ବୁଝାଶୁଝା କରିବାପରେ ରାସ୍ତାରୋକ ହଟିଥିଲା।

Leave a Reply

Your email address will not be published. Required fields are marked *