ମରିନି ମାନବିକତା ,ଭିନ୍ନକ୍ଷମ ଯୁବକ ଙ୍କୁ ମିଲିଲା ସହାୟତା

ଖଡିଆଳ/ନୂଆପଡା-୦୭.୧୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗ୍ରାମପଞ୍ଚାୟତ ନୀବାସୀ ମହମ୍ମଦ ଆଜାଦ୍ ଙ୍କ ପତ୍ନୀ ସେହେବାଜ ବେଗମ୍ ଙ୍କ ଏକମାତ୍ର ସନ୍ତାନ ମହମ୍ମଦ ସୋହେବ ଖାନ୍ (୧୯) ପିଲାଦିନରୁ ୯୦ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ବାଲ୍ୟ ଜୀବନରୁ ସୋହେବ ଖାନ୍ କୁ ତାଙ୍କ ମାତାପିତା ବହୁ ଦୁଃଖ କଷ୍ଟରେ ଲାଲନ ପାଳନ କରି ଯତ୍ୱନେଉଛନ୍ତି । ସୋହେବ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ମାଁ ଅନ୍ୟକୈାଣସି କାମ ନକରି ତାର ସେବା କରିଆସୁଛନ୍ତି । ବାପା ମଧ୍ୟ ପୁଅର ଭିନ୍ନକ୍ଷମକୁ ଦେଖି ସବୁଦିନ ପାଇଁ ଭାଙ୍ଗିପଡିଛନ୍ତି । ଏହି ନିଃସହାୟ ଗରିବ ପରିବାର ବହୁ ଦୁଃଖ ଦୁର୍ଦ୍ଦଶାରେ ଚଳୁଥିବା ବେଳେ, ସୋହେବକୁ ଭିନ୍ନକ୍ଷମ ଭତ୍ତା ମାସକୁ ମାତ୍ର ୩୦୦ ଟଙ୍କା ମିଳୁଥିଲା । ଗୁରୁବାର ଏହି ଭିନ୍ନକ୍ଷମ ପିଳା ଓ ତାଙ୍କ ପରିବାର ଉପରେ ଆମ୍ଭ ଦୃଷ୍ଟି ପଡିଥିଲା ।ଏହି ୯୦ପ୍ରତିଶତ ଭିନ୍ନକ୍ଷମ ଯୁବକ କିପରି ଅଧିକ ସରକାରୀ ସହାୟତା ପାଇପାରିବ ସେଥିପ୍ରତି ତତ୍ପରତା ପ୍ରକାଶ କରିଥିଲେ । ଖଡିଆଳ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଅଭିନବ ଦାସ ଏବଂ ଏସସିଏସଓ ନୂଆପଡାଙ୍କୁ ଯୋଗାଯୋଗ କରି ୯୦ ପ୍ରତିଶତ ଭିନ୍ନକ୍ଷମ ସୋହେବ ଖାନ୍ଙ୍କ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାଫଳରେ ଆଜି ବ୍ଲକ ପ୍ରଶାସନ ତତ୍ପରତା ଦେଖାଇଛନ୍ତି । ସୋହେବ ଖାନ୍କୁ ମାସିକ ୩୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ମିଳୁଥିବା ବେଳେ, ଆସନ୍ତା ଜାନୁୟାରୀ ମାସରୁ ୫୦୦ ଟଙ୍କା ଭତ୍ତା ମିଳିବ ଏବଂ ଅନ୍ତୋଦୟ ଯୋଜନାରୁ ମାସକୁ ୩୫ କେଜି ଚାଉଳ ମିଳିବ ବୋଲି ଜିଲ୍ଲା ଓ ବ୍ଲକ ଅଧିକାରୀ ଗଣ ପ୍ରତିଶ୍ରୃତି ଦେଇଛନ୍ତି । ପ୍ରତିଶ୍ରୃତି ପାଇବା ପରେ ଭିନ୍ନକ୍ଷମ ଯୁବକଙ୍କ ପିତାମାତା ଆସ୍ୱସ୍ଥ ହୋଇ ଖୁସି ଅନୁଭବ କରିଛନ୍ତି । ଏହି ପରିବାରର ରହିବା ପାଇଁ କୈାଣସି ସ୍ଥାୟୀ ଗୃହ ନାହିଁ । ଚାଲଛପର କୁିଡିଆ ଘରେ ବିପଦ ସଂଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏହି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୋଟାଏ ଗୃହ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ଅପରପକ୍ଷେ ପ୍ରଶାସନର ଏଭଳି କାମ ଯୋଗୁଁ ବୁଦ୍ଧିଜୀବି ମହଳରେ ପ୍ରଂଶସାର ସୁଅଛୁଟିଛି ।

Leave a Reply

Your email address will not be published. Required fields are marked *