ଜିଲ୍ଲା ପରିକ୍ରମା

ମରାମତି ହେଉନି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ

ଭଦ୍ରକ, ୧୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ରାସ୍ତା ଦୀର୍ଘ ବର୍ଷ ଧରି ମରାମତି କରାଯାଉ ନ ଥିବା ବେଳେ ଚଳିତ ବର୍ଷ ମରାମତି କାର୍ଯ୍ୟ ତ୍ୱାରାନିତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ତଥା ଉଚ୍ଚ ଓ ଅଧସ୍ଥନ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଏବଂ ସ୍ଥାନୀୟ କାର୍ଯ୍ୟାଳୟର ସ୍ଥାଣୁତା ଯୋଗୁଁ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ମରାମତି କାର୍ଯ୍ୟ ସ୍ଥଳିରେ ସୂଚନାଫଳକର ବ୍ୟବସ୍ଥା କରା ନ ଯାଇ ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରାଯାଉଥିବା ଅଭିଯୋଗ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବିଭାଗୀୟ କର୍ମଚାରୀଙ୍କ ଅଭାବ ଦର୍ଶାଇ କାର୍ଯ୍ୟ ତଦାରଖ ପାଇଁ କେହି ରହୁ ନ ଥିବା କାର୍ଯ୍ୟର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମାର୍ଚ୍ଚ ମାସରେ ଏହି ବିଭାଗର ବିଭିନ୍ନ ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରି ବିଲ୍ ପୈଠ ଉଦେଶ୍ୟରେ ବିନା ତଦାରଖରେ କାର୍ଯ୍ୟ ଚାଲୁଛି । ଝୁଟଣା ରାସ୍ତା ମରାମତି, ରହଣିଆ ରାସ୍ତା ମରାମତିରେ ପିଚୁ ସଠିକ୍ ହେଉ ନ ଥିବା ନେଇ ଲୋକେ ବାରମ୍ବାର ଆପତ୍ତି ଉଠାଇଥିଲା ବେଳେ ଫତେପୁର ମୋବାରକପୁର ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ସରପଞ୍ଚ ସୁବାସ ଚନ୍ଦ୍ର କାଣ୍ଡି ଆପତି ଉଠାଇଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଠିକାଦାର ଜାଣିଶୁଣି ଅଢେଇମାସରୁ ଊଦ୍ଧ୍ୱର୍ ସମୟ ଧରି କାର୍ଯ୍ୟକୁ ଅଧପନ୍ତରିଆ ଅବସ୍ଥାରେ ପକାଇ ରଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଏସ୍ଡିଓଙ୍କ ମତ ନେବାରୁ ଠିକାଦାରଙ୍କୁ ଶ୍ରମିକ ମିଳୁ ନ ଥିବା କହିଥିବା ବେଳେ ଖୁବ୍ ଶୀଘ୍ର ପିଚୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ତାଗିତ୍ କରିଥିବା କହି ନିଜ ଦାୟିତ୍ୱ ସାରିଛନ୍ତି । ଏପଟେ ବଡବଡ ମେଣ୍ଟାଲ ଉପରେ ଆଦୌ ଯାତାୟାତ କରିପାରୁନାହିାଁନ୍ତି ୪/୫ ଖଣ୍ଡର ଗ୍ରାମବାସୀ । ବ୍ଲକ ହେଡ୍କ୍ୱାଟରରୁ କୁଲଣା ରାସ୍ତାର ମନହରପୁର ସ୍କୁଲଠାରୁ ରେବୋ ଗ୍ରାମ ଶେଷ ମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଦୁଇଫାଳ ହୋଇ ବିପଜ୍ଜନକ ହୋଇଥିବା ବେଳେ ଏଠାରେ ମରାମତି କରା ନ ଯାଇ ଏହି ରାସ୍ତାର ବିଲ ଅଂଶ ଥିବା ରାସ୍ତାକୁ ଜୈନିକ ବ୍ୟକ୍ତି ବିଶେଷଙ୍କୁ ଖୁସି କରିବା ପାଇଁ ୩ ଶହ ମିଟର କଂକ୍ରିଟ କରାଯିବା କ୍ଷେତ୍ରିୟ ଆବଶ୍ୟକତା ଦେଖାଇ ତତ୍କ୍ଷଣାତ୍ ନିଷ୍ପତି ନିଆଯାଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଶିଳ୍ପ ତାଲିମ କେନ୍ଦ୍ରର ନିଅଁ ଖୋଳା କାର୍ଯ୍ୟ ବେଳେ କୌଣସି ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳୁ ନ ଥିବା କହରା ପୋଖରୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଏସ୍ଡିଓ ଦିବାକର ନାୟକଙ୍କ ମତ ନେବାରୁ ସମସ୍ତ କାର୍ଯ୍ୟ ତଦାରଖ କରାଯିବା ପାଇଁ ସର୍ବକ୍ରୃଷ୍ଟ ଉଦ୍ୟମ କରାଯାଉଥିବା ମତ ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top