ଓଡ଼ିଶା

ମରଣ ଜନ୍ତା ପାଳଟିଛି ବୌଦ୍ଧ ଐତିହାସିକ ଜଗନ୍ନାଥ ସଡକ

ବୌଦ୍ଧ, ୨୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଶହ ଶହ ବର୍ଷ ପୁର୍ବରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଳକ ମହାନଦୀ କୁଳ ଦେଇ ଯାଇଥିବା ରାଜ୍ୟର ଏକ ପ୍ରମୁଖ ସଡକ ଭାବେ ଜଣାଶୁଣା ଐତିହାସିକ ଜଗନ୍ନାଥ ସଡକ ସଂପ୍ରତି ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ବୈମାତୃକ ମନୋଭାବର ଶିକାର ହୋଇ ମରଣ ଜନ୍ତାରେ ପରିଣତ ହୋଇଛି। ଏହାର ଉନ୍ନତିକରଣ ପାଇଁ କାଗଜ ପତ୍ରରେ ନିୟମିତ ଭାବେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଦର୍ଶାଯାଉଥିବା ବେଳେ ଏହା ଦ୍ୱାରା ରାସ୍ତାର ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଓଲଟି ଦିନକୁ ଦିନ ଅଧିକ ଶୋଚନୀୟ ହେବାକୁ ବସିଛି। ଏହାକୁ ନେଇ ଜିଲାର ଐତିହପ୍ରେମୀ ଓ ବୁଦ୍ଦିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଯୋଗ୍ୟ ଯେ ରାଜରାଜୁଡା ଅମଳରୁ ପଶ୍ଚମି ଓଡିଶାର ଅଧିକାଂଶ ଜିଲା ସମେତ ପଡୋଶୀ ଛତିଶଗଡ ଓ ମଧ୍ୟପ୍ରଦେଶ ରାଜ୍ୟର ଜଗନ୍ନାଥ ଭକ୍ତ ମାନେ ପାଦରେ ଚାଲି ଚାଲି ଏହି ଜଗନ୍ନାଥ ସଡକ ଦେଇ ପୁରୀ ଧାମକୁ ଯିବା ଆସିବା କରୁଥିଲେ। ଏପରିକି ଗତ କେଇ ବର୍ଷ ପୁର୍ବରୁ ମଧ୍ୟ ଅନେକ ଶ୍ରଦ୍ଦାଳୁ ନିଜ ମନସ୍କାମନା ପୁରଣ ପାଇଁ ପାଦରେ ଚାଲି ଚାଲି ଉକ୍ତ ଐତିହାସିକ ସଡକରେ ଯାତାୟାତ କରିଆସୁଥିଲେ। ମାତ୍ର ଗତ ଦୁଇ ବର୍ଷ ତଳେ ମହାନଦୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସାତ କୋଶିଆ ଦେଇ ଯାଇଥିବା ଏହି ରାସ୍ତାର ଶିତଳପାଣି ଠାରୁ ବଡମୁଳ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କୋର ଏରିଆ ଦର୍ଶାଇ ଏହି ରାସ୍ତା ଉପରେ ଯିବା ଆସିବା ପାଇଁ କଟକଣା ଜାରି କରିବା ପରେ ଏହି ସଡକ ଦେଇ ପୁରୀ ଯାତାୟାତରେ ପ୍ରତିବନ୍ଧକ ସାଜିଥିଲା। ଅନ୍ୟ ପଟେ ହରଭଙ୍ଗା ବ୍ଳକର ଏହି ରାସ୍ତା ଦେଇ ଯିବାଆସିବା କରିବାକୁ ସଂପୁର୍ଣ୍ଣ ରୁପେ ନିର୍ଭର କରୁଥିବା ଧଳପୁର, ରାମଗଡ଼, ତିଲେଶ୍ୱର, ଶଙ୍କୁଲେଇ, ହରଭଙ୍ଗା ଆଦି ୫ଟି ଗା୍ରମପଞ୍ଚାୟତର ଲୋକେ ମୁଖ୍ୟତ ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱ ପୁର୍ଣ୍ଣ କଥାଟି ହେଲା ପ୍ରାୟ ଦୁଇ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବୌଦ୍ଧରୁ ହରଭଙ୍ଗା ୪୧ କିମି ଜଗନ୍ନାଥ ସଡକକୁ ପୁର୍ତ୍ତ ବିଭାଗ ଅଧିନକୁ ହସ୍ତାନ୍ତର କରାଯାଇଥିଲା। ତେବେ ଗା୍ରମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୁର୍ବରୁ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଧଳପୁର ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ୧୬ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁର ହୋଇ ଥିବା ୮ କୋଟି ଟଙ୍କା ସମେତ ପୁର୍ତ୍ତବିଭାଗରୁ ରାସ୍ତାର ଉନ୍ନତିକରଣ ପାଇଁ ପାଣି ଭଳି ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହି ଜଗନ୍ନାଥ ସଡକରେ ଯାନ ବାହନ ଚଳାଚଳ କରିବାତ ଦୁରର କଥା ମଣିଷ ଚାଲିକି ଯିବା ବି ଅସମ୍ଭବ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ତଥା ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଜଗନ୍ନାଥ ସଡକର ଉନ୍ନତି କରିବା ସହ ଏହାର ପୁର୍ବ ଐତିହ ଫେରାଇ ଆଣିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top