ଓଡ଼ିଶା

ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ଦଣ୍ଡିତ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ମହଲତ ସା’ ଏକ ମରଣାନ୍ତକ ଆକ୍ରମଣ ଘଟଣାର ବିଚାର କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ଏକବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ତାଳପଦା ଗ୍ରାମନିବାସୀ ସାଉଁଟି ସାହୁଙ୍କ ପୁତ୍ର ଗୌରାଙ୍ଗ ବିଲରୁ ଫେରୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ଉପେନ୍ଦ୍ର ସେଠୀଙ୍କ ପୁତ୍ର କାଳନ୍ଦୀ ଗତ ୨୦୧୬ ଜୁନ୍ ୨୯ ତାରିଖ ଦିନ ମରଣାନ୍ତକ ଆକ୍ରମଣ କରି ଆହତ କରିଥିଲେ। ଏହି ଘଟଣାରେ ଗୌରାଙ୍ଗ ଥାନାରେ ଜଣାଇବାରୁ ରାଗରେ କାଳନ୍ଦୀ ନିଜ ସଂପର୍କୀୟ ଅଖନ ସେଠୀଙ୍କ ପୁତ୍ର ବାବାଜୀ, କୃଷ୍ଣ ସେଠୀଙ୍କ ପୁତ୍ର ଉପେନ୍ଦ୍ର ଓ ସୁରେନ୍ଦ୍ରଙ୍କ ଦ୍ୱାରା ଲୁହା ରଡ୍ ଭଳି ମାରଣାସ୍ତ୍ର ଦ୍ୱାରା ତାଙ୍କ ପରିବାର ଉପରେ ଅତର୍କିତ ଆକମ୍ରଣ କରି ଗୌରାଙ୍ଗ ଓ ତାଙ୍କର ଦୁଇପୁତ୍ର ଅଜୟ ଓ ସଂଜୟକୁ ଗୁରୁତର କରିଥିଲେ। ଏପରିକି ଗୌରାଙ୍ଗ କନ୍ୟା ରିଜାଲି ଏଥିରେ ପ୍ରତିବାଦ କରିବାରୁ ମୁଦାଲାମାନେ ତାଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ରିଜାଲି ଧାମନଗର ଥାନାରେ କେଶ୍ ନଂ ୧୨୪/୧୬ ମୂଳେ ଏକ ଏତଲା ଦାଖଲ କରିଥିଲେ। ପୁଲିସ୍ ଉକ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଯାହାର ଏସ୍ଟି ନଂ ୯/୧୭ ଥିଲା। ଆଜି ଏହି ଘଟଣାରେ ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ମୂଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ମହଲତ ସା’ ଅଭିଯୁକ୍ତ କାଳନ୍ଦୀ, ବାବାଜୀ, ଉପେନ୍ଦ୍ର ଓ ସୁରେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଘଟଣାରେ ସରକାରଙ୍କ ପକ୍ଷରୁ ଆଡିସ୍ନାଲ ପିପି ଯତିକାନ୍ତ ନାୟକ ମୋକଦ୍ଦମା ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top