ଜିଲ୍ଲା ପରିକ୍ରମା

ମରଣଯନ୍ତା ପାଲଟିଛି ୧୬ ନଂ ଜାତୀୟ ରାଜପଥ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଠାରୁ ଆଖୁଆପଦା ଯାଏଁ ୩୦ କିମି ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାର ଅନେକ ସ୍ଥାନରେ ପିଚ ଉଠିଯାଇଥିବା ବେଳେ ବଡ଼ ବଡ଼ ଗର୍ତ ମଧ୍ୟ ସୃଷ୍ଟି ହେଲାଣି। ଅନେକ ଦିନ ହେବ ଏଭଳି ଅବସ୍ଥା ଦେଖାଯାଉଥିଲେ ସୁଦ୍ଧା ରାଜପଥ କତୃପକ୍ଷ କିମ୍ବା ରାସ୍ତା ରକ୍ଷଣା ବେକ୍ଷଣ ଦାଇତ୍ୱ ନେଇଥିବା ଏକ ଘରୋଇ ଠିକାସଂସ୍ଥା ଏହାକୁ ଦୃଷ୍ଠି ଦେଉନାହାଁନ୍ତି। ରାସ୍ତାର ନଳାଙ୍ଗ ସାଇ ମନ୍ଦିର ନିକଟ ନୂତନ କୋର୍ଟ ସାମ୍ନାରେ ପ୍ରାୟ ୧୦୦ ମିଟର ଜରାଜୀର୍ଣ୍ଣ ଅବସ୍ଥା ହୋଇଛି। ଅଧାରୁ ଅଧିକ ପିଚ ଉଠିଯାଇଥିବା ବେଳେ ନିକଟସ୍ଥ କପାଳୀ ନଦୀ ପୋଲମୁଣ୍ଡ ମଧ୍ୟ ୧ ଫୁଟ ଦବିଗଲାଣି। ରାସ୍ତାରେ ଯାଉଥିବା ଯାନ ଗୁଡ଼ିକ ପୋଲର ବାମପଟକୁ ମାଡ଼ି ଯାତାୟତ କରୁଛନ୍ତି। ଏପରି ସ୍ଥଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିଭଳି ଦରଡ଼ା, କହରାପୋଖରୀ, ବାରିକପୁର, ମୋହୁରା ଛକ ସ୍ଥିତ ରାସ୍ତା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥିବା ବେଳେ ଅନୁରୁପଭାବେ ପୋଲ ମୁଣ୍ଡ ଗୁଡ଼ିକ ଦବିଗଲାଣି। ଭଣ୍ଡାରିପୋଖରୀ ତହସିଲ କାର୍ଯ୍ୟାଳୟ ଠାରୁ ଛତାବର ଯାଏଁ ପ୍ରାୟ ୩ କିମି ରାସ୍ତା ଅତ୍ୟଧିକ ଖରାପ ହୋଇଗଲାଣି। ଲଗାତାର ବର୍ଷା ଯୋଗୁ ଅଧିକାଂଶ ଯାଗାରେ ପିଚ ଉଠି ୬ ରୁ ୮ ଇଂଚ ଗର୍ତ ସୃଷ୍ଟି ହେଲାଣି। ଏଭଳି କାରଣ ପାଇଁ ଛପୁଲିଆ ନିକଟ ପୋଲ ମୁଣ୍ଡରେ ଅନେକ ସମୟରେ ଦୃଗଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ଅନୁରୁପଭାବେ ଡ଼ାହାଲା, ନେଉଳିଆ, ଯଶୋଟିକିରି, ନେରଡ଼ା, ଆଖୁଆପଦା ନିକଟରେ ରାସ୍ତାର ଭଗ୍ନ ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡ଼ୁନାହିଁ। ଆଶ୍ଚର୍ଯ୍ୟର କଥା ଉକ୍ତ ରାସ୍ତାଦେଇ ଦୈନନ୍ଦିନ ଜାତୀୟ ରାଜପଥ କତୃପକ୍ଷ ଓ ଠିକା ସଂସ୍ଥାର ଗାଡ଼ି ଯାଉଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅଂଚଳର ବୁଦ୍ଧିଜିବୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରାସ୍ତାର ଉକ୍ତ ସ୍ଥାନ ଗୁଡ଼ିକୁ ତୁରନ୍ତ ମରାମତି ପାଇଁ ସାାରଣରେ ଦାବି ଉଠିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top