ଓଡ଼ିଶା

ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗାଡିକୁ ପଥର ମାରିବା ଏବଂ କାଚ ଭାଙ୍ଗିବା ଘଟଣାକୁ ନିରଞ୍ଜନଙ୍କ ନିନ୍ଦା

ଭୁବନେଶ୍ୱର ତା ୧୮.୯ (ଓଡ଼ିଆ ପୁଅ) – ଗତ ୧୫ ତାରିଖ ଦିନ ରାତିରେ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗାଡିକୁ ପଥର ମାରିବା ଏବଂ କାଚ ଭାଙ୍ଗିବା ଘଟଣାକୁ ପିସିସି ସଭାପତି ନିପଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସେ କହିଛନ୍ତିଯେ, “ପ୍ରତିବାଦ କରିବା ଏବଂ ଦାବି ପୂରଣ ପାଇଁ କୌଣସି ପ୍ରକାରର ହିଂସାତ୍ମକ ରାସ୍ତାକୁ ଆପଣେଇବା ନୀତି ଓ ମାନସିକତାକୁ ମୁଁ ତୀବ୍ର ନିନ୍ଦା କରୁଛି।”

ଅନ୍ୟ ପକ୍ଷରେ ସଂପୃକ୍ତ ଅଂଚଳରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳିଆ ପରିସ୍ଥିତି ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ଦାୟୀ କରୁଛି। ଶାସକ ଦଳର କିଛି ନେତାଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରୋତ୍ସାହନ ଯୋଗୁଁ ସ୍ଥାନୀୟ ପୋଲିସ କିଛି ଅସାମାଜିକ ଯୁବକଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି। ଗତ ୬ ତାରିଖ ଦିନ ଘସିପୁରା ବସ୍ ଷ୍ଟାଣ୍ଡରେ ଓ ଶୈଳଙ୍ଗ ଛକରେ ଯେଉଁ ଅଭାବନୀୟ ପରିସ୍ଥିତି ଉପୁଜିଲା ଓ ୭ ଜଣଙ୍କୁ ହାଣି କ୍ଷତାକ୍ତ କରାଗଲା, ଯେଉଁମାନେ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ମଧ୍ୟ ଅଭିଯୁକ୍ତମାନେ ଦିନ ଦ୍ୱିପ୍ରହରରେ ବଜାରରେ ବୁଲୁଛନ୍ତି। ତାଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହଁ। ଗାଡି ଉପରେ ଆକ୍ରମଣ ପରେ ମନ୍ତ୍ରୀ ଲୋକଙ୍କ ଘେରରେ ଦୀର୍ଘ ଦେଢ଼ ଘଂଟା ଧରି ଫସି ରହିଲେ। ଘଟଣା ସ୍ଥାନ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ପୋଲିସ ଥାନା। ଏହାକୁ ନେଇ ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ଜଣେ ମନ୍ତ୍ରୀଙ୍କର ଏଭଳି ପରିସ୍ଥିତି ତାହେଲେ ସାଧାରଣ ଜଣେ ଲୋକକୁ ପୋଲିସ ସୁରକ୍ଷା ଯୋଗାଇ ଦେବାରେ କେତେ ସମର୍ଥ? ଏହିପରି କାର୍ଯ୍ୟଦ୍ୱାରା ଜନସାଧାରଣଙ୍କର ପୋଲିସ ପ୍ରତି ଆସ୍ଥା କମି ଯାଉଛି। ଫଳସ୍ୱରୂପ ଏହିଭଳି ଅଭାବନୀୟ ଏବଂ ବିଶୃଙ୍ଖଳା ସ୍ଥିତି ଉପୁଜୁଛି। ଏହା ସତ୍ୱେ ପୋଲିସ ପ୍ରଶାସନ ସ୍ଥାନୀୟ ଅଂଚଳରେ ଲୋକଙ୍କ ଯଥାର୍ଥ ଅଭିଯୋଗକୁ ଶୁଣୁନଥିବା ନେଇ ଲୋକଙ୍କ ମନରେ ଦୁଃଖ ଏବଂ କ୍ଷୋଭ ରହୁଛି। ଫଳରେ ପୋଲିସର ନିରପେକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ସ୍ଥଳେ ମୋର ନିବେଦନ ପୋଲିସ ନିରପେକ୍ଷତା ଅବଲମ୍ବନ କରୁ ଓ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହାବସ୍ଥାନ ବଜାୟ ରଖିବା ଦିଗରେ ଯତ୍ନବାନ ହୁଅନ୍ତୁ। ତା’ହେଲେ ଯାଇ ଆନନ୍ଦପୁର ଅଂଚଳରେ ଶାନ୍ତି ପ୍ରତିଷ୍ଠା ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top