ମନୋରମା ଆଚର୍ଯ୍ୟ ହେଲେ ରାଜ୍ୟ ବିଜେଡି ମହିଳା ସାଧାରଣ ସମ୍ପାଦିକା

ଯାଜପୁର-୮/୧୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବଡଚଣା ଅଂଚଳ ବରିଷ୍ଟ ସମାଜସେବୀକା ମନୋରମା ଆଚର୍ଯ୍ୟଙ୍କୁ ରାଜ୍ୟ ବିଜେଡି ମହିଳା ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି । ବିଧାୟିକା ପ୍ରମିକା ମଲ୍ଲିକଙ୍କ ଅନୁମୋଦନ କ୍ରମେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଶ୍ରୀମତୀ ଆଚର୍ଯ୍ୟଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ଏଥିପାଇଁ ଶ୍ରୀମତୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟକରିବି ବୋଲି ଶ୍ରୀମତୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ନବନିଯୁକ୍ତି ସାଧାରଣ ସମ୍ପାଦିକା ଶ୍ରୀମତୀ ଆଚାର୍ଯ୍ୟଙ୍କୁ ବଡଚଣା ,ଯାଜପୁର ସମେତ ଓଡିଶାର କୋଣ ଅନୁକୋଣରୁ ସୁବେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *