ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

(୧୮୯୯-୧୯୮୫)
ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ନିଜର ପରପୋକାର ପାଇଁ ସମର୍ଗ ଜୀବନକୁ ଉର୍ସଗ କରିଥିବା ନାରୀ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ରମାଦେବୀ । ୧୮୯୯ ମସିହା ଡିସେମ୍ବର ମାସ ୩ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ମାତ୍ର ୧୫ବର୍ଷ ବୟସରେ ତାଙ୍କର ବିବାହ ମୋଧାବୀ ଯୁବକ ଗୋପବନ୍ଧୁ ଚୌଧୁରୀଙ୍କ ସହିତ ସମ୍ପନ୍ନ ହୋଇଥିଲା । ଏହା ପରେ ତାଙ୍କ ଜୀବନରେ ଗଠିଥିଲା ପରବର୍ତନ । ୧୯୨୧ ମସିହା ମାର୍ଚ୍ଚ ୨୪ ଗାନ୍ଧିଜୀଙ୍କ ନେତୃତ୍ୱରେ କଟକସ୍ଥିତ କାଠଯୋଡି କୂଳରେ ଏକ ବିରାଟ ସଭା ହୋଇଥିଲା । ସେଥିରେ ରମାଦେବୀ ନିଜ ଶାଶୁଙ୍କ ସହିତ ଯୋଗଦେଇଥିଲେ । ସେଠାରେ ଗାନ୍ଧିଜୀଙ୍କ ସମ୍ପର୍କରେ ଆସିବା ଫଳରେ ସେ ସ୍ୱାଧୀନତା ସଗ୍ରାମଯୋଗଦେଇଥିଲେ । ଗାନ୍ଧିଜୀଙ୍କ ଭେଟବା ସମୟରେ ଗାନ୍ଧିତାଙ୍କୁ ଏକ ହାତକଟା ସୂତାମୋଡଟିଏ ଦେଇଥିଲେ । ଗାନ୍ଧିଜୀଙ୍କ ସହିତ ଭେଟ ସମୟରେ ଗାନ୍ଧିଜୀଙ୍କ ଉଦାରଚାହାଣୀ ତାଙ୍କୁ ଉଦ୍ୱୁଦ୍ଧ କରିଥିଲା । ୧୯୨୨ରେ କଂଗ୍ରେସ କମିଟିର ପ୍ରଥମ କରି ଗୋପବନ୍ଧୁ ଚୌଧୁରୀ ସଭ୍ୟ ହୋଇଥିଲେ । ପରେ ଏକ ବାର୍ଷିକ ସମ୍ମଳନୀରେ ଯୋଗଦେବା ପାଇଁ ଗୟା ଯିବା ସମୟରେ ସ୍ୱାମୀଙ୍କ ସହିତ ରାମଦେବୀ ମଧ୍ୟ ଗୟା ଯାଇଥିଲେ । ସେଠାରେ କସ୍ତୁରୁବାଙ୍କ ସହିତ ଭେଟ ହୋଇଥିଲା । ତାହା ପରଠାରୁ ସମ୍ପୁର୍ଣ୍ଣଭାବରେ କଂଗ୍ରେସର ସମସ୍ତ ଆନେ୍ଦାଳନରେ ଝାସଦେଇଥିଲେ । ୧୯୩୦ବେଳକୁ ରାମଦେବୀ ସମ୍ମୁର୍ଣ୍ଣ ଭାବେ ସମଜସେବାରେ ଜଡିତ ହୋଇସାରିଥିଲେ । ବାଲେଶ୍ୱରର ଇଂଚୁଡିଠାରେ ଲବଣ ସଂତ୍ୟାଗ୍ରହର କର୍ଣ୍ଣଧାର ହେବା ସହିତ ତାଙ୍କ ନେତୃତ୍ୱରେ ଅନେକ ମହିଳା ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ । ସେ ସେଠାରେ ପୋଲିସର ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ କରିଥିଲେ । ପରେ ବିଦେଶୀ ବସ୍ତ୍ର ବର୍ଜନ, ନିଶାଦ୍ରବ୍ୟ ଦୋକାନ ଆଗରେ ପିକେଟିଂ, ସଂଗ୍ରାମ ପାଇଁ ଚାନ୍ଦା ଆଦାୟ, ସ୍ୱଚ୍ଛାସେବୀ ମାନଙ୍କୁ ତାମଲି ଆଦି କାର୍ଯ୍ୟରେ ରମାଦେବୀ ତାଙ୍କ ସହଯୋଗୀ ମାଳତୀଦେବୀ ପ୍ରମୁଖ ସକି୍ରୟ ଅଂଶ ଗ୍ରହଣ କରୁଥିଲେ । ଯାଜପୁର ବରୀଠାରେ ଏକ ସେବାଘର ତିଆରି କରି ସେଠାରେ ମାତୃନିଳୟ କେନ୍ଦ୍ର ଖୋଲିବା ସହିତ ମାତୃ ମୃତୁ୍ୟ ହାର ରୋକିବା ଏବଂ ପ୍ରସବ କରାଇବାରେ ପ୍ରମୁଖ ଦାୟିତ୍ୱ ନେବା ସହିତ ହାତରେ ସୂତାକାଟିବା ପାଇ ତାଲିମ ମଧ୍ୟ ପ୍ରଦାନ କରୁଥିଲେ । ଏପରକି ସ୍ୱାମୀଙ୍କ ସହିତ ମିଶି ଏଠାରେ ସଂଗ୍ରାମର ଅନେକ ଆଗାମୀ କାର୍ଯ୍ୟପନ୍ଥା ପ୍ରସ୍ତୁତି କରି ସଂଗ୍ରାମୀ ମାନଙ୍କୁ ତାଲିମ ପ୍ରଦାନ କରୁଥିଲେ । ଏହିପରି ଭାବରେ ତାଙ୍କୁ ୧୯୩୦ମସିହାରେ ଗିରଫ କରାଯାଇ ଭାଗଲପୁର ଜେଲକୁ ପଠାଇ ଦିଆଯାଇଥିଲା । ପୁର୍ନବାର ୧୯୩୨ରେ ସ୍ୱରାଜ୍ୟ ସଂକଳ୍ପପତ୍ର ପଢ଼ି ସେ ହଜାରୀବାଗ ଜେଲରେ କିଛିଦିନ ବନ୍ଧୀଜୀବନ କଟାଇଥିଲେ । ସେଠାରୁ ମୁକ୍ତହେବା ପରେ ଅସ୍ପୃଶ୍ୟତା ଆନେ୍ଦାଳନରେ ଯୋଗଦେଇଥିଲେ । ଜେଲରୁ ମୁକ୍ତ ହେବାପରେ ସେ ମେହେନ୍ତର ବସ୍ତି ସଫେଇ, ହରିଜନମାନଙ୍କ ପାଠପଢ଼ା, େଓøଷଧ୍ୟ ବଂଟନ ଆଦି କାର୍ଯ୍ୟକରିବାରେ ଲାଗିପଡିଥିଲେ । ଗାନ୍ଧୀଜିଙ୍କ ନେତୃତ୍ୱରେ ସେବାଘର ମାନଙ୍କରେ ଶିକ୍ଷାଦବା ଆରମ୍ଭ କରିଥିଲେ । ପରେ ୧୯୪୪ରେ ସେବାଘର ଗୁଡିକୁ ବେଆଇନ୍ ଘୋଷଣା କରାଯିବାରୁ ସେ ଜେଲ ଯାଇଥିଲେ । ସେଠାରୁ ଫେରିବା ପରେ ଓଡିଶାରେ କସ୍ତୁରୁବା ଗାନ୍ଧୀ ଟ୍ରଷ୍ଟ ଫଣ୍ଡର ପରିଚାଳାନ ଭାର ଗ୍ରହଣ କରିଥିଲେ । ପରେ ପରେ ନବଜୀବନ ମଣ୍ଡଳ, ସର୍ବୋଦୟ ସମାଜ ଆଦିରେ ସଭ୍ୟାଭବେ ଯୋଗଦେଇଥିଲେ । ତାଙ୍କର ଉର୍ସଗୀକୃତ ସେବା ପାଇଁ ୧୯୮୧ରେ ତାଙ୍କୁ ଯମୁନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୮୫ଜୁଲାଇ ୨୧ତାରିଖରେ ବାଖରବାଦଠାରେ ସେ ପ୍ରାଣତ୍ୟାଗ କରିଥିଲେ ।

ମାନସ ରାଉତ, ହରିଦାସପୁର, ଧର୍ମଶାଳା, ଯାଜପୁର

Leave a Reply

Your email address will not be published. Required fields are marked *