ମନସୁର ବାବା ମିନି ମାରାଥନ ଉଦଯାପିତ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଆଜି ନୂତନ ବର୍ଷ ଉପଲକ୍ଷେ ମନସୁର ବାବା ମିନି ମାରାଥନ ଦୈାଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ମିନି ମାରାଥନ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆରୁ ସକାଳ ୭ଟାରେ ଆରମ୍ଭ ହୋଇ ତିନିମୁହାଁଣିଛକ ଦେଇ ନୂଆ ଇଦଗା ପଡିଆରେ ସମାପ୍ତ ହୋଇଥିଲା। ଏହି ପ୍ରତିଯୋଗିତାରେ ଦୁଇଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପୁରୁଷ ବିଭାଗରେ ବିକାଶ ମହାରଣା ଓ ମହିଳା ବିଭାଗରେ ସୁହାନା ପରମିନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ, ଲେବର ସ୍ପୋଟିଂ କ୍ଲବର ସହ ସମ୍ପାଦକ ସେକ ନସିମୁଦ୍ଦିନ, କୋଷାଧ୍ୟକ୍ଷ ସେକ ସଲାଉଦ୍ଦିନ ପ୍ରମୁଖ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ଦଶଟି ସ୍ଥାନ ଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ମିନି ମାରାଥନ ପ୍ରତିଯୋଗିତାକୁ କ୍ଲବର କୋଚ ସେକ ସୈାକତ ଖାନ ପରିଚାଳନା କରିଥିଲେ। ଗୁଡନ, ଲାଲ, ବଂଟି, ଆକ୍ରାମ ଖାନ, ମିରବାବୁ, ସେକ ୟାସିନ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *