ଓଡ଼ିଶା

ମନରେଗା ଯୋଜନାରେ ଶ୍ରମିକ ସାଜିଛନ୍ତି ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ଦାବି

ପୋଲସରା ୨୯-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ଵାଇଁ) ଗଂଜାମ ଜିଲ୍ଲା ପୋଲସରା ବ୍ଲକରେ ଜଣେ ଶିକ୍ଷକ ତାଙ୍କ ଚାକିରୀ କାଳ ମଧ୍ୟରେ ମନରେଗା ଯୋଜନା ମାଧ୍ୟମରେ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଉଛନ୍ତି ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମବସିନ୍ଦା ରୋହିତ ପ୍ରଧାନ। ସୂଚନା ଆଇନ ବଳରେ ଶ୍ରୀ ପ୍ରଧାନଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ହାତୀଓଟ ପଞ୍ଚାୟତର ଚନ୍ଦ୍ରମାଦେଇପୁର ଗ୍ରାମରେ ମନରେଗା ଯୋଜନାରେ ଦକ୍ଷୀଣପାର୍ଶ୍ଵ ରାସ୍ତାକାମ ଚାଲିଥିଲା। ଏହି ସମୟରେ ଅର୍ଥାତ ୨୦୦୮ମସିହାରେ ମୁରଲୀଧର ନନ୍ଦ ଶିକ୍ଷକଭାବେ ସରକାରୀ ଚାକିରୀ କରୁଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେଯେ, ଶ୍ରୀ ନନ୍ଦ ସରକାରୀ ଚାକିରୀ କରୁଥିବା ବେଳେ ଏହି ରାସ୍ତା କାମରେ କିପରି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ଅର୍ଥ ଉଠାଇ ନେଇଥିଲେ। ସେତେବେଳେ ଶ୍ରୀ ନନ୍ଦଙ୍କ ନାମରେ ଜବକାର୍ଡ଼ ନଂ-ଓ-ଆର୧୨/୦୧୭/୦୧୨/୦୦୧/୨୪୮୨୧, ଏବଂ ରେଜିଷ୍ଟ୍ରେସନ ନଂ ୨/୬/୨୦୦୬ କ୍ୟାଟେଗୋରୀ ଓଟିଏଚ, ଠିକଣା ଚନ୍ଦ୍ରମାଦେଇପୁର, ଜିପି-ହାତୀଓଟ, ବ୍ଲକ-ପୋଲସରା, ଜିଲ୍ଲା ଗଞ୍ଜାମ, ଓଡ଼ିଶା, (ବିପିଏଲ ନଂ-୨୪୮୨୧)ପ୍ରଭୁତିରେ କାର୍ଡ ରେ ଉଲ୍ଲେଖ ରହିଛି। ତେବେ ରୋହତ ଏଠାରେ ପ୍ରଶ୍ନ କରିଛନ୍ତି ଯେ, ସେତେବେଳେ ଶ୍ରୀ ନନ୍ଦ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟକରୀ ଦରମା ମଧ୍ୟ ନେଉଥିଲେ। ଏଭଳି ପରିସ୍ଥିତିରେ ସେ କିପରି ଏହି ମନରେଗା ଯୋଜନାରେ କାମ କରିବାର ସୁଯୋଗ ପାଇଲେ?ଏପରିକି ସେତେବେଳେ ତାଙ୍କର ପିତା -ସ୍ୱର୍ଗତ ଦାଶରଥି ନନ୍ଦଙ୍କୁ ୮୮ବର୍ଷ ଓ ମାଆ ଙ୍କୁ ୮୩, ବର୍ଷ ହୋଇଥିବା ବେଳେ ସମ୍ପୃକ୍ତ ବୁଦ୍ଧ ଓ ବୃଦ୍ଧା ମଧ୍ୟ ଏହି ଯୋଜନାରେ କାର୍ଯ୍ୟଦେଶ ପାଇ ଶ୍ରମିକଭାବେ କାର୍ଯ୍ୟକରି ସେମାନଙ୍କ ପ୍ରାପ୍ୟ ପାଇଥିବା ଜଣା ପଡ଼ିଛି। ଯଦି ଏଭଳି ପରିଣତି ବୟସରେ ଶ୍ରମିକ ଭାବେ କାର୍ଯ୍ୟକରି ପ୍ରାପ୍ୟ ପାଇବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହାର ଵିଧିବଦ୍ଧ ତଦନ୍ତ କରାଯିବା ସହିତ ତତ୍କାଳୀନ ସରପଞ୍ଚ ପଞ୍ଚାୟତ ସମ୍ପାଦକ, ଗ୍ରାମସେବକ, ଜେ.ଇ, ଓ ବି.ଡ଼ି.ଓ ଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଏ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି। ଏଥିସହ ଶିକ୍ଷକ ମୁରଲୀଧରଙ୍କ ପେନସନ୍ ରୁ ଅର୍ଥ ସରକାରୀ ଖାତାକୁ ନେବାପାଇଁ ସାଧାରଣରେ ଦାବି ହେଉଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଛତ୍ରପୁର ଗଞ୍ଜାମ ଙ୍କ ନିକଟକୁ ୧୧/୦୬/୨୦୧୮ ରେ ଆବଶ୍ୟକ ପ୍ରମାଣ ସହିତ ରେଜିଷ୍ଟ୍ରି ଡାକଯୋଗେ ଚିଠି ପଠା ଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top