ମନରେଗାର ସଫଳ ରୂପାୟନ ଜାତୀୟ ସ୍ତରୀୟ ପୁରସ୍କୃତ ହେଲା ରାୟଗଡ଼ା

ରାୟଗଡ଼ା, ୧୩।୯(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ): ମନରେଗା ସଫଳ ରୂପାୟନ କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ରାୟଗଡ଼ା ଜିଲ୍ଲା। ଆଜି ନୂଆଦିଲ୍ଲୀର ବିଜ୍ଞ୍ୟାନ ଭବନରେ ଏଥିପାଇଁ ରାୟଗଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏହି ପୁରସ୍କାରକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଠାରୁ ଗ୍ରହଣ କରିଛନ୍ତି। ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲାର ମୁଖିଆ ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ପୂର୍ବରୁ ଗତ ୨୦୧୭ ମସିହା ଜୁନ ମାସରେ ରାଜ୍ୟସ୍ତରରେ ମ୍ମ ରାୟଗଡ଼ା ଜିଲ୍ଲା ପୁରସ୍କୃତ ହୋଇଛି। ଆଉ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହେବାପରେ ଜିଲ୍ଲା ପୁଣି ଗୋ÷ରବ ମଣ୍ଡିତ କରିଛି। ମନରେଗା ଯୋଜନାର ବିଭିନ୍ନ କ୍ଷେତ୍ରରେ ସଫଳ ରୂପାୟନ ପାଇଁ ଭାରତ ସରକାରଙ୍କ ତରଫରୁ ଦେଶର ୧୮ ଟି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପୁରସ୍କୃତ କରିବା ନିମନ୍ତେ ମନୋନୀତ କରାଯାଇଥିଲା। ତେବେ ଓଡ଼ିଶାର ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ପୁରସ୍କୃତ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ଗତ ୬ ତାରିଖ ଦିନ ରାଜ୍ୟ ସରକାରଙ୍କୁ ଏହି ସୂଚନା କେନ୍ଦ୍ର ସରକାର ପ୍ରଦାନ କରିବା ପରେ ଜିଲ୍ଲାପାଳଙ୍କୁ ପୁରସ୍କାର ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ନିର୍ଦ୍ଦେଶ ପ୍ରକାରେ ଆଜି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି। ଗତ ଏପ୍ରିଲ ମାସରେ ନୂଆଦିଲ୍ଲୀ ଠାରେ ମନରେଗା ସମ୍ପର୍କିତ କର୍ମଶାଳାରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉପରେ ବିବରଣୀ ଉପସ୍ଥାପନ କରାଯାଇଥିଲା। େଫବୃୟାରୀ ମାସରେ କେନ୍ଦ୍ର ସରକାରଙ୍କୁ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷର ତଥ୍ୟରେ ଏହି ଜିଲ୍ଳାର ୧ ଲକ୍ଷ ୧୩ ହଜାର ୭୬୬ ଜବକାର୍ଡ଼ଧାରୀ ରହିଥିବା ସୂଚନା ପ୍ରଦାନ କରାଯାଇଥିଲା। ସେଥି ମ୍ମରୁ କେବଳ ଅନୁସୂଚିତ ଜନଜାତି ବର୍ଗର ୨୦୧୬-୧୭ ରେ ୪୮ ହଜାର ୮୩୭ ଓ ୨୦୧୭-୧୮ ରେ ୫୪ ହଜାର ୨୫୪ ଜଣଙ୍କୁ ମନରେଗା ଯୋଜନାରେ କର୍ମନିଯୁକ୍ତି ପ୍ରଦାନ ସହ ଗୋଷ୍ଠୀ ବିକାଶ କାର୍ଯ୍ୟ କରାଯାଇଥିଲା। ସେହିଭଳି ଅନୁସୂଚିତ ଜାତି ବର୍ଗର ୧୩ ହଜାର ୫୮୦ ଜଣଙ୍କୁ ୨୦୧୬-୧୭ ରେ ଓ ୧୫ ହଜାର ୪୪୭ ଜଣଙ୍କୁ ୨୦୧୭-୧୮ ରେ କର୍ମ ନିଯୁକ୍ତି ପ୍ରଦାନ କରାଯାଇଛି। ଏଣେ ୧୩୦୧ ଜଣ ଦିବ୍ୟାଙ୍ଗ ଜବକାର୍ଡ଼ଧାରୀଙ୍କ ମ୍ମରୁ ୨୦୧୬-୧୭ ରେ ୧୫୬ ଏବଂ ୨୦୧୭-୧୮ ରେ ୩୭୨ ଜଣଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ କେନ୍ଦ୍ର ସରକାରଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ମୋଟ ୨୦୧୬-୧୭ ରେ ୩୬ ଲକ୍ଷ ୭୩ ହଜାର ୩୦୨ ଶ୍ରମ ଦିବସ ଏବଂ ୨୦୧୭-୧୮ ରେ ୩୯ ଲକ୍ଷ ୮୭ ହଜାର ୨୨ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ସୂଚନା ମିଳିଛି। ଯାହାକି ଦେଶରେ ଏକ ରେକର୍ଡ଼ ସୃଷ୍ଟି କରିଛି। ସେଥିପାଇଁ ରାୟଗଡ଼ା ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରି ପୁରସ୍କୃତ ହୋଇଛି।

 

Leave a Reply

Your email address will not be published. Required fields are marked *