ମନମୋହିଲା ନାଟକ ପେହେଚାନ୍ କୌନ୍ ହୋ ତୁମ୍

ଫୁଲବାଣୀ, ୧୪ା୨ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :କନ୍ଧମାଳ ମହୋତ୍ସବ ଅବସରରେ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ବିିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନରେ ଅନୁଷ୍ଠିତ ସଚେତନତାପୂର୍ଣ୍ଣ ନାଟକ ପେହେଚାନ୍ କୌନ୍ ହୋ ତୁମ୍ ଦର୍ଶକ ମାନଙ୍କର ମନ ମୋହିଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଭାବନାକୁ ନେଇ ଆୟୋଜିତ ଏହି ନାଟକରେ କଳାକାର ମାନେ ବେଶ୍ ଉଚ୍ଚ କୋଟିର ନାଟକ ପରିବେଶଷ କରିଥିବା ବେଳେ ଉପସ୍ଥିତ ଥିବା ଦର୍ଶକ ମାନେ ଏକ ପ୍ରକାର ସ୍ତବ୍ଧ ହୋଇ ପଡ଼ିଥିଲେ। ଅଭିନୟରେ ଉତ୍କଳ ମହାରଣା, ହର୍ଷ ବଚନ ପ୍ରଧାନ, ସରୋଜ ଠାକୁର, ସାଇ ପ୍ରସାଦ ଦାସ, ଆମୋଶ ନାୟକ, ସିଦ୍ଧାର୍ଥ ଦିଗାଲଙ୍କ ସମେତ ମହିଳା କଳାକାର କାର୍ତ୍ତି, ଅନ୍ୱେଷା, ଅସିନା, ସୁପ୍ରିୟା ଓ ଶିବାନି ପ୍ରମୁଖ ଅଭିନୟ କରିଥିବା ବେଳେ ଚିନ୍ମୟ ବେହେରା ସଙ୍ଗୀତ ପରିଚାଳନା କରିଥିଲେ। ଅଶୋକ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ହର ପ୍ରସାଦ ମହାପାତ୍ର ସହଯୋଗ କରିଥିଲେ।ଏହି ଅବସରରେ ପ୍ରୋବେସନାଲ୍ ଆଇ.ଏ.ଏସ୍ ଡ଼.ବଳିରାମ ବଣ୍ଡାରେ ଓ ଅନ୍ୟମାନେ କଳକାର ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ମନମୋହିଥିବା ଏହି ସଚେତନତା ପୂର୍ଣ୍ଣ ନାଟକକୁ ଉତ୍କଳ ମହାରଣା ନିର୍ଦ୍ଦେଶନା ଦେଇଥିଲେ। ବାଦ୍ୟ ଯନ୍ତ୍ରଣାରେ ଚିଣ୍ଟୁ ଦିଗାଲ ଓ ଅନ୍ୟମାନେ ସହଯୋଗ କରିଥିଲେ।

 

Leave a Reply

Your email address will not be published. Required fields are marked *