ମନମୋହନ ସଂଗୀତ ପରିଷଦ ପକ୍ଷରୁ ‘ମୋଗଲ ତାମସା’ ମଂଚସ୍ଥ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ଥିତ ମନମୋହନ ସଂଗୀତ ପରିଷଦ ପକ୍ଷରୁ ଭଦ୍ରକରେ ପ୍ରସିଦ୍ଧ ‘ ମୋଗଲ ତାମସା’ଭୁବନେଶ୍ୱର ବାପୁଜୀ ନଗର ଝରଣାସାହି ମହୋସôବରେ ପରିବେଷଣ କରାଯାଇ ଉଚ୍ଚ ପ୍ରଶଂସିତ ହୋଇଛି ।  ୰ ବଂଶୀବଲ୍ଲଭ ଗୋସ୍ୱମୀଙ୍କ ରଚିତ ଏହି ମୋଗଲ ତାମସାକୁ ସଂସ୍ଥାର ସମ୍ପାଦକ ଭଜଗୋବିନ୍ଦ ଜେନାଙ୍କ ସଂମ୍ପାଦନା ଓ ସୁରେଶ ଚନ୍ଦ୍ର ଜେନାଙ୍କ ନିଦେ୍ର୍ଧଶନାରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ପରିବେଷଣ କରି ରାଜ୍ୟ ପାଇଁ ସଂସ୍କୃତି କ୍ଷେତ୍ରରେ ବେଶ ପ୍ରଂଶସା ସାଉଂଟି ପାରିଛନ୍ତି । ନିକଟରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରୋସôାହନରେ ଧାମନଗର ମହୋସôବ, କନ୍ଦରପୁରର କୁଚୁଳି ମହୋସôବ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ପୂରର ବରିଷ୍ଠ ନାଗରିକ ମହୋସôବ ଠାରେ ଏହି ଲୋକ ନାଟ୍ୟ ପରିବେଷଶ ହୋଇ ପ୍ରଶଂସିତ ହୋଇଛି । ଉପସ୍ଥାପନା ଶୈଳୀ, ବେଶ ବିନ୍ୟାସ, ଶବ୍ଦ ସଂଯୋଜନା, ଆଲୋକ ସମ୍ପାତ ଏକ ନିଆରା ଢଙ୍ଗରେ ହେଉଥିବା ଦୃଷ୍ଟିରୁ ଏହି ମୋଗଲ ତାମସା ଦେଖିବାକୁ ବହୁ ଲୋକ ସମାଗମ ହେଉଥିାର ପରିଲକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *